ଶ୍ରମିକ ଦିବସ ଅବସରରେ ସୌରୀବନ୍ଧୁ କରଙ୍କୁ ଶ୍ରଦ୍ଧାଞ୍ଜଳି

Advertisment
ଓଡ଼ିଶାରେ ଶ୍ରମିକ ଆନ୍ଦୋଳନ ଓ ସୌରୀବନ୍ଧୁ କର

Sambad English

୧୮୮୬ ମସିହା ମେ’ ୧ ତାରିଖରେ ଘଟିଥିବା ଶ୍ରମିକ ଆନ୍ଦୋଳନ, ଶ୍ରମିକମାନଙ୍କ କାର୍ଯ୍ୟନିର୍ଘଣ୍ଟ ଏବଂ ଅନ୍ୟାନ୍ୟ ଦାବି ହାସଲ ପରିପ୍ରେକ୍ଷୀରେ ସେହି ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି। ଯଦି ଲକ୍‌ଡାଉନ ନଥାନ୍ତା ତେବେ ଏହି ଦିବସରେ ରାଜ୍ୟର କୋଣ ଅନୁକୋଣ ଏବଂ ରାଜଧାନୀରେ ବଡ଼ ବଡ଼ ରାଲି ବାହାରି ‘ଶ୍ରମିକ ଏକତା ଜିନ୍ଦାବାଦ’, ‘ଆମର ଦାବି ପୂରଣ ହେଉ’ ଇତ୍ୟାଦି ସ୍ଲୋଗାନରେ ପ୍ରକମ୍ପିତ ହୋଇଥାନ୍ତା। ଆଉ ତା’ର ସମ୍ମୁଖ ଭାଗରେ ଥାଆନ୍ତେ ଟ୍ରେଡ ୟୁନିଅନର ବର୍ଷୀୟାନ ନେତା ସ୍ବର୍ଗତ ଡ. ସୌରୀବନ୍ଧୁ କର। ଆଜିର ପ୍ରମୁଖ ସମ୍ବାଦପତ୍ରରେ ତାଙ୍କ ଆଲେଖ୍ୟ ପ୍ରକାଶିତ ହୋଇଥାନ୍ତା। ମାତ୍ର ଦୁଃଖର କଥା ଶ୍ରମିକ ଆନ୍ଦୋଳନର ଜଣେ ପୁରୁଖା ନେତା ଏବଂ ସୁସାହିତ୍ୟିକଙ୍କୁ ଆଜି ଆମେ ହରାଇ ବସିଛେ। ବ୍ୟକ୍ତିଗତ ଭାବେ ତାଙ୍କ ସହିତ ମୋର ଦୀର୍ଘ ତିନି ଦଶନ୍ଧିର ସମ୍ପର୍କ। ସେ ବିଭିନ୍ନ ଶ୍ରମିକ କଲ୍ୟାଣ ବୋର୍ଡର ସକ୍ରିୟ ସଭ୍ୟ ହିସାବରେ ସୁଚିନ୍ତିତ ପରାମର୍ଶ ଦେଉଥିଲେ। ଆଜିର ଶ୍ରମିକ ଦିବସରେ ସ୍ବର୍ଗତ କରଙ୍କ ଭଳି ନିଷ୍ଠାପର, ଦୃଢ଼ ଶ୍ରମିକ ସଂଗଠକମାନେ ଆଗେଇ ଆସି ଶ୍ରମିକମାନଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରିବା ସହିତ ସୁସ୍ଥ ଶିଳ୍ପ ସମ୍ପର୍କ ବଜାୟ ରଖି ଶ୍ରମିକମାନଙ୍କ ବହୁବିଧ ଉନ୍ନତି କରିବା ସଙ୍ଗେସଙ୍ଗେ ଦେଶର ଉନ୍ନତିର ସହଭାଗିତାର ହାତ ବଢ଼େଇବେ ବୋଲି ମୋର ଆଶା। ଡ. କରଙ୍କ ଅମର ଆତ୍ମା ଶାନ୍ତିରେ ରହୁ, ଈଶ୍ବର ତାଙ୍କ ପରିବାରବର୍ଗଙ୍କୁ ଶକ୍ତି ପ୍ରଦାନ କରନ୍ତୁ। ଏହାହିଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ବିନମ୍ର ପ୍ରାର୍ଥନା।

ଅଜୟ କୁମାର ପଟ୍ଟନାୟକ
ଏମ-୮୩, ବରମୁଣ୍ଡା ହାଉସିଂ ବୋର୍ଡ କଲୋନି, ଭୁବନେଶ୍ବର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe