ଏହି ସ୍ଥାନରେ ଲୋକଙ୍କ ମୃତ୍ୟୁ ପରେ ସମାଧି ଉପରେ କାହିଁକି କାର, ଜିପ ଓ ମୋଟରସାଇକେଲ ଆଦି ତିଆରି ହୋଇଥାଏ ଜାଣନ୍ତୁ

ଏହି ସ୍ଥାନରେ ଲୋକଙ୍କ ମୃତ୍ୟୁ ପରେ ସମାଧି ଉପରେ କାହିଁକି କାର, ଜିପ ଓ ମୋଟରସାଇକେଲ ଆଦି ତିଆରି ହୋଇଥାଏ ଜାଣନ୍ତୁ

ନୂଆଦିଲ୍ଲୀ: ଆପଣ କେବେ ଶୁଣିଛନ୍ତି କି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପସନ୍ଦ ମୁତାବକ ଗାଡ଼ି ଆକୃତିର ସମାଧି ତିଆରି ହେବାର? ଆମ ଦେଶ ଭାରତରେ ଏପରି ଏକ ଆଦିବାସୀ ସମାଜ ଅଛି, ଯେଉଁଠାରେ ଏପରି ଅନନ୍ୟ ପରମ୍ପରା ଦେଖିବାକୁ ମିଳିଥାଏ। ଏଠାରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯିବା ପରେ ଅନ୍ୟମାନଙ୍କ ପରି ସେମାନଙ୍କର ବି ଅନ୍ତିମ ସଂସ୍କାର କରାଯାଇଥାଏ। କିନ୍ତୁ ତାଙ୍କ ସମାଧିରେ ତାଙ୍କ ପସନ୍ଦ ମୁତାବକ ବସ୍ତୁ ତିଆରି କରାଯାଇଥାଏ।

ଆପଣ ଯଦି କେବେ ଛତିଶଗଡର ଧମତରୀ ଯାଇଛନ୍ତି ତେବେ ମୃତକଙ୍କ ସମାଧି ଶଗଡ଼ଗାଡ଼ି, ଜିପ୍, ସ୍କୁଟର ପରି ଅନେକ ଆକୃତିର ହୋଇଥିବା ଦେଖିବାକୁ ପାଇବେ। ଧମତରୀ ବେଲରଗ୍ରାମରେ ଥିବା ଗୋଣ୍ଡ ସମାଜରେ ବହୁ ବର୍ଷ ଧରି ଏହି ପରମ୍ପରା ଏବଂ ରୀତିନୀତି ଚାଲି ଆସୁଛି। ଏହି ଅନନ୍ୟ ପରମ୍ପରା ଅନୁଯାୟୀ ମୃତ ବ୍ୟକ୍ତିଙ୍କ ପସନ୍ଦର ବସ୍ତୁ ଆକୃତିର ସେମାନଙ୍କ ସାମଧି ତିଆରି ହୋଇଥାଏ। ତେବେ ଏହା କାହିଁକି କରାଯାଉଛି ତାହା କେହି କହିପାରି ନାହାନ୍ତି।

ସାଧାରଣତଃ ପୁରୁଷ ସମାଧି ଉପରେ ଶଗଡ଼ଗାଡ଼ି, ଘୋଡା, ହାତୀ, ଜିପ୍, କାର୍, ମୋଟରସାଇକେଲ୍ ଏବଂ ସ୍କୁଟର ତିଆରି କରାଯାଏ | ସେହିପରି ମହିଳାମାନଙ୍କ ସମାଧି ଉପରେ କେବଳ କଳସ ତିଆରି ହେବାର ପରମ୍ପରା ରହିଛି। ଏହା ସହିତ ବ୍ୟକ୍ତି ଅଧିକ ଯେଉଁ ନାମରେ ଜଣାଶୁଣା ଥାଆନ୍ତି ତାଙ୍କ ମୃତ୍ୟୁ ପରେ ସେହି ନାମରେ ସମାଧି ତିଆରି ହୋଇଥାଏ। ଉହାହରଣ ସ୍ବରୂପ; ଏହି ସମ୍ପ୍ରଦାୟରେ ଜଣେ ବାହାଦୁର ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ତେଣୁ ତାଙ୍କ ସମାଧି ଉପରେ ଗଦା ଧରିବାର ମୂର୍ତ୍ତି ତିଆରି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe