ନୂଆଦିଲ୍ଲୀ: ଆମେ ସୋସିଆଲ୍ ମିଡିଆରେ ଆଗରୁ ଅନେକ ପ୍ରେରଣାଦାୟକ ଭିଡିଓ ସବୁ ଦେଖିଛେ। ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିିଛି ଏକ ଚଳନ୍ତା ଅଟୋରୁ ଶିଶୁଟି ତଳେ ଖସିପଡୁଛି। ମଝି ରାସ୍ତାରେ ଶିଶୁଟି ପଡ଼ି ଯାଇଥିବା ବେଳେ ଚାରିଆଡୁ ଗାଡ଼ି ଖୀପ୍ର ଗତିରେ ଯାତାୟତ କରୁଛି। ସେତିକି ବେଳେ ଟ୍ରାଫିକ୍ ପୁଲିସ୍ ଜଣକ ଦୌଡ଼ି ଯାଇ ଶିଶୁଟିକୁ ତଳୁ ତାଙ୍କ କାଖକୁ ଟେକି ନେଉଛନ୍ତି। ଟ୍ରାଫିକ୍ ପୁଲିସ୍ ତା’ପରେ ଶିଶୁଟିକୁ ତାଙ୍କ ମାଆଙ୍କ ହାତରେ ଦେଉଛନ୍ତି। ଟ୍ରାଫିକ୍ ପୁଲିସ୍ର ଏହି ମହାନତା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ୬ ଲକ୍ଷ ଭିୟୁ ହୋଇଛି ଓ ୪୧ ହଜାର ଲାଇକ୍ ବି ହୋଇ ସାରିଲାଣି। କେହି କେହି ପୁଲିସ୍ ସହିତ ବସ୍ ଚାଳକକୁ ମଧ୍ୟ ପ୍ରଶଂସା କରିଛନ୍ତି। ବସ୍ ଚାଳକ ଜଣକ ମଧ୍ୟ ଖୁବ୍ ଜୋର୍ରେ ଗାଡ଼ି ଚଳାଉଥିଲେ ବି ଶିଶୁଟି ପଡ଼ିଯିବାର ଦେଖି ଅଚାନକ ଗାଡ଼ି ରୋକି ଦେଇଥିଲେ। ଫଳରେ ଶିଶୁଟି ମରଣ ମୁହଁରୁ ବଞ୍ଚିଯାଇଛି।
ତେବେ ଅଟୋ ଚାଳକ ଜଣଙ୍କର ବେପରୁଆ ଗାଡ଼ି ଚାଳନା ସକାଶେ ଶିଶୁଟି ତଳକୁ ଖସି ପଡ଼ିଥିବା କହି କେହି କେହି ଅଟୋ ଚାଳକଙ୍କୁ ଖୁବ୍ ଗାଳି ଦେଇଛନ୍ତି।
Follow Us