ଟ୍ରାଫିକ ଜାମରୁ ବିରକ୍ତ ହୋଇ ନିଜର ହେଲିକପ୍ଟର ତିଆରି କଲେ ଏହି ଯୁବକ

ଟ୍ରାଫିକ ଜାମରୁ ବିରକ୍ତ ହୋଇ ନିଜର ହେଲିକପ୍ଟର ତିଆରି କଲେ ଏହି ଯୁବକ

ନୂଆଦିଲ୍ଲୀ: ଆଜିକାଲି ଜନସଂଖ୍ୟା ବଢ଼ିବା ସହ ଗାଡ଼ି ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଯାହା ପାଇଁ ଟ୍ରାଫିକ ସମସ୍ୟା ଉପୁଜିବା ସହ ଘଣ୍ଟା ଘଣ୍ଟା ଧରି ଗାଡ଼ି ରାସ୍ତାରେ ଅଟକି ରହୁଛି। ଟ୍ରାଫିକରେ ଫସିବା ପରେ କୌଣସି ସ୍ଥାନକୁ ଯିବା ପାଇଁ ବିଳମ୍ବ ହେଉଥିଲେ, ଲୋକେ ଉଡ଼ିକରି ଯିବା ପାଇଁ ମନରେ ଭାବିଥାନ୍ତି। ତେବେ ସମସ୍ତଙ୍କ ମନରେ ଏଭଳି ଭାବନା ଆସୁଥିବା ବେଳେ ଇଣ୍ଡୋନେସିଆର ଜାକର୍ତ୍ତାରେ ରହୁଥିବା ଜଣେ ଯୁବକ ନିଜ ମନ କଥାକୁ ବାସ୍ତବ ଋପ ଦେଇଛନ୍ତି। ଯୁବକଙ୍କ ନାଁ ଜୁଜୁନ ଜୁନୈଦ ହୋଇଥିବା ବେଳେ ସେ ନିଜର ଯାତାୟତ ପାଇଁ ହେଲିକପ୍ଟର ତିଆରି କରିଥିବା ଜଣା ପଡ଼ିଛି।

ट्रैफिक जाम से था परेशान, बना दिया खुद का हेलिकॉप्टर aajtak.intoday.in

ପ୍ରତିଦିନ ଟ୍ରାଫିକ ସମସ୍ୟା ଦେଇ ଗତି କରୁଥିବାରୁ ମୁଁ ନିଜର ହେଲିକପ୍ଟର ତିଆରି କରିବା ବିଷୟରେ ଚିନ୍ତା କରିଥିଲି ଏବଂ ଆଜି ସଫଳ ହୋଇଛି ବୋଲି କହିଛନ୍ତି ଜୁଜୁନ। ସୂଚନା ମୁତାବକ, ଜୁଜୁନ ଜଣେ ଗାଡ଼ି ମେକାନିକ୍ ହୋଇଥିବା ବେଳେ ସେ ୧୮ମାସ ପୂର୍ବରୁ ହେଲିକପ୍ଟର ତିଆରି କରିବା ଆରମ୍ଭ କରିଥିଲେ। ୧୮ମାସ ମଧ୍ୟରେ ସେ ହେଲିକପ୍ଟର ପାଇଁ ୧.୫୦ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଥିବା ଜଣା ପଡ଼ିଛି। ଜୁଜୁନଙ୍କ କହିବା ମୁତାବକ, ତାଙ୍କ ହେଲିକପ୍ଟର ୨୬ଫୁଟ ଲମ୍ବା ହୋଇଥିବା ବେଳେ ଏହା ପେଟ୍ରୋଲ ଦ୍ବାରା ଉଡ଼ାଣ ଭରିବ। ଏ ପର୍ଯ୍ୟନ୍ତ ହେଲିକପ୍ଟରର ଉଡ଼ାଣ ପରୀକ୍ଷା କରାଯାଇ ନଥିବା ସହ ଏଥିରେ ୭୦୦ସିସିର ୨୩ହାର୍ସପାୱାରର ଜେନେରେଟର ଲଗାଯାଇଛି। ୨୦୧୯ ଶେଷ ନହେଲେ ୨୦୨୦ରେ ହେଲିକପ୍ଟରର ସଂପୂର୍ଣ୍ଣ କାମ ଶେଷ ହେବ ବୋଲି କହିଛନ୍ତି ଜୁନୈଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe