ଅମୃତସର ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା : ନାବାଳକ ପୁଅପାଇଁ ଭଗବାନ ପାଲଟିଲେ ମାଆ

Advertisment
ଅମୃତସର ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା : ନାବାଳକ ପୁଅପାଇଁ ଭଗବାନ ପାଲଟିଲେ ମାଆ

ଅମୃତସର:ପ୍ରତିଦିନ ବିଭିନ୍ନ ଟ୍ରେନ ଯାତାୟତ କରେ ବିଟୁ ଦେବୀଙ୍କ ଘର ପାଖରେ। ସେ ଅନେକ ସମୟରେ ଟ୍ରେନର ବିଭିନ୍ନ ଦୃଶ୍ୟ ନିଜ ଆଖିରେ ଦେଖନ୍ତି। ଥରେ ସେ ଟ୍ରେନ ସମ୍ମୁଖରେ ଜଣେ ଲୋକ ଆତ୍ମହତ୍ୟା କରୁଥିବା ମଧ୍ୟ ଦେଖିଥିଲେ।
୪୩ ବର୍ଷୀୟା ବିଟ୍ଟୁ ଦେବୀ ନିଜକୁ ଖୁବ୍‌ ଭାଗ୍ୟବତୀ ମନେ କରୁଛନ୍ତି ଯେ ଗତକାଲିରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ତାଙ୍କର କେହି ପରିଜନ ବା ବନ୍ଧୁବାନ୍ଧବଙ୍କର ଏଥିରେ ମୃତ୍ୟୁ ଘଟିନାହିଁ। କିନ୍ତୁ ସେ ନିଜ ଆଖିରେ ବିଭିନ୍ନ ଶ୍ରେଣୀର ପୁରୁଷ,ମହଳାଙ୍କ ଉପରେ ଟ୍ରେନ୍‌ ଚଢି ଯାଉଥିବାର ଦୃଶ୍ୟ ଦେଖିଥିଲେ।
ବିଟ୍ଟୁ ଦେବୀଙ୍କ ପୁଅ କିଶୋର ପବନ ବି ଏହି ଭୟାନକ ଦୁର୍ଘଟଣାକୁ ନିଜ ଆଖିରେ ଦେଖିଛନ୍ତି। ୧୭ ବର୍ଷୀୟ ପବନ କହିଛନ୍ତି ଯେ ନିଜ ଘରେ ସାଜସଜ୍ଜା ଚାଲିଥାଏ। ଏଥିପାଇଁ ତାଙ୍କ ମାଆ କିଶୋର ପବନଙ୍କୁ ଘରେ ଦୀପ ଲଗାଇବାକୁ କହିଲେ। ପବନ ପ୍ରଥମେ ମନା କରୁଥିଲେ,କାରଣ ତାଙ୍କର ସାଙ୍ଗମାନେ ରେଳ ଧାରଣା ଉପରେ ଠିଆ ହୋଇ ରାବଣ ପୋଡ଼ି ଦେଖୁଥିଲେ। କିନ୍ତୁ ମାଆଙ୍କ ଅନୁରୋଧକୁ ରଖି ପବନ ଘରେ ରହି ଦୀପ ଜଳାଇଥିଲେ।

publive-image

ପବନ କହିଛନ୍ତି ‘ମୋ’ ମା’ ମୋ’ ପାଇଁ ଭଗବାନ। ଯଦି ମୁଁ ତାଙ୍କ କଥା ମାନି ନ ଥାନ୍ତି,ତେବେ ମୋର ସାଙ୍ଗମାନଙ୍କ ପରି ମୋର ଦେହ ବି ଟ୍ରେନ୍‌ ତଳେ ଖଣ୍ଡବିଖଣ୍ଡିତ ହୋଇଥାନ୍ତା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe