୧୦୬ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରେନ୍‌ ହଠାତ୍‌ କେଉଁଆଡେ ଉଭେଇ ଗଲା, ମାତ୍ର ଦୁଇଜଣ ଯାତ୍ରୀ ବର୍ତ୍ତି ପାରିଥିଲେ

Advertisment
୧୦୬ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରେନ୍‌ ହଠାତ୍‌ କେଉଁଆଡେ ଉଭେଇ ଗଲା, ମାତ୍ର ଦୁଇଜଣ ଯାତ୍ରୀ ବର୍ତ୍ତି ପାରିଥିଲେ

ନୂଆଦିଲ୍ଲୀ: ଦୂରଯାତ୍ରା ପାଇଁ ଲୋକମାନେ ବସ୍‌ ଓ ବିମାନ ଅପେକ୍ଷା ରେଳରେ ଯାତ୍ରା କରିବାକୁ ଅଧିକ ପସନ୍ଦ କରି ଥାଆନ୍ତି। ଆମେ ଆଜି ଆପଣଙ୍କୁ ଟ୍ରେନ୍‌ ସମ୍ପର୍କରେ ଏଭଳି ଘଟଣା କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏମିତି ଏକ ଟ୍ରେନ୍‌ର କଥା କହିବାକୁ ଯାଉଛୁ, ଯାହାକି ୧୯୧୧ ମସିହାରେ ରହସ୍ୟମୟ ଭାବେ ଉଭେଇ ଯାଇଥିଲା।

‘ଜାନେତି’ ନାମକ ଏହି ଟ୍ରେନ୍‌ ୧୦୬ଜଣ ଇତାଲୀୟ ଯାତ୍ରୀଙ୍କୁ ନେଇ ରୋମରୁ ଲୋମବାର୍ଡ ଯାଉଥିଲା। ଏହି ସମୟରେ ଏକ ସୁଡ଼ଙ୍ଗ ଆସିଥିଲା। ଟ୍ରେନ୍‌ଟି ଏହି ସୁଡଙ୍ଗ ଦେଇ ଯାଉଥିବା ସମୟରେ ଟ୍ରେନ୍‌ ଭିତରୁ ଦୁଇଜଣ ଯୁବକ ବାହାରକୁ ଡେଇଁ ପଡ଼ିଥିଲେ। ଟ୍ରେନ୍‌ ସହିତ ଅନ୍ୟ ୧୦୪ଜଣ ଯାତ୍ରୀଙ୍କର ଏଯାବତ୍‌ କୌଣସି ସନ୍ଧାନ ମିଳି ପାରିନାହିଁ।

ଟ୍ରେନ୍‌ରୁ ଡେଇଁ ପଡ଼ିଥିବା ଦୁଇ ଯୁବକ ସେଦିନର ଘଟଣା ସମ୍ପର୍କରେ ମନେ ପକାଇ କହନ୍ତି, ଯେମିତି ହିଁ ଟ୍ରେନ୍‌ଟି ସେଇ ସୁଢ଼ଙ୍ଗ ଭିତରେ ପଶିଥିଲା ସାମ୍ନାରେ କେବଳ ଧୁଆଁ ଭଳି ଦିଶିଥିଲା। ଆମେ ଏହି ଭୟାବହ ଦୃଶ୍ୟକୁ ଦେଖି ଟ୍ରେନ୍‌ରୁ ଡେଇଁ ପଡ଼ିଥିଲି। କିଛି ସମୟ ପରେ ଟ୍ରେନ୍‌ ଓ ଟ୍ରେନ୍‌ ଭିତରେ ଥିବା ଯାତ୍ରୀ କେଉଁ ଆଡେ ଉଭେଇ ଯାଇଥିଲେ ଯେ ଯାହା ଆଜି ଯାଏଁ ତାହା ରହସ୍ୟମୟ ହୋଇ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe