ଟ୍ରେନ ଛାତରେ ବିଲେଇ ବସିଥିବା ଦେଖି ଅଟକିଲା ଟ୍ରେନ, ତା’ପରେ...

Advertisment
ଟ୍ରେନ ଛାତରେ ବିଲେଇ ବସିଥିବା ଦେଖି ଅଟକିଲା ଟ୍ରେନ, ତା’ପରେ...

ନୂଆଦିଲ୍ଲୀ: ବିଲେଇ ପାଇଁ ୩ ଘଣ୍ଟା ଅଟକିଲା ଟ୍ରେନ। ପ୍ରଥମେ ଏଭଳି ଘଟଣା ବିଷୟରେ ଆପଣ କେବେ ଶୁଣି ନଥିଲେ ମଧ୍ୟ ଲଣ୍ଡନରେ ଏଭଳି ଅଜବ ଘଟଣା ଘଟିଛି। ଟ୍ରେନର ଛାତରେ ବିଲେଇ ବସିବାରୁ ତାକୁ ‌ସେଠାରୁ ହଟାଇବା ପାଇଁ ରେଳ କର୍ମଚାରୀଙ୍କୁ ୩ଘଣ୍ଟା ସମୟ ଲାଗିଥିଲା। ବିଲେଇକୁ ସୁରକ୍ଷିତ ତଳକୁ ଅଣାଯିବା ପରେ ୩ଘଣ୍ଟା ବିଳମ୍ବରେ ଲଣ୍ଡନରୁ ମାଞ୍ଚେଷ୍ଟର ଯାଉଥିବା ଟ୍ରେନ ଚଳାଚଳ କରିବା ଆରମ୍ଭ କରିଥିଲା।

ରିପୋର୍ଟ ଅନୁଯାୟୀ, ଲଣ୍ଡନରୁ ଟ୍ରେନ୍ ରାତି ୯ଟାରେ ମାଞ୍ଚେଷ୍ଟରକୁ ଯିବାର ଥିଲା। କିନ୍ତୁ ଟ୍ରେନ ଛାଡ଼ିବାର କିଛି ଘଣ୍ଟା ପୂର୍ବରୁ ଛାତ ଉପରେ କେହି ଜଣେ ଯାତ୍ରୀ ବିଲେଇ ବସିଥିବାର ଦେଖି ରେଳ କର୍ମଚାରୀଙ୍କୁ ଜଣାଇଥିଲେ। ଏହି ଖବର ଚାରିଆଡ଼େ ପ୍ରଚାର ହେବା ପରେ ଲୋକଙ୍କ ଭିଡ଼ ଜମିଥିଲା। ଟ୍ରେନକୁ ସଙ୍ଗେ ସଙ୍ଗେ ଅଟକାଯିବା ସହ ବିଲେଇକୁ ଛାତରୁ ତଳକୁ ଓହ୍ଲାଇବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଯାତ୍ରୀମାନଙ୍କର ଯେମିତି ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିିବାରେ ବିଳମ୍ବ ନହେଉ, ସେଥିପାଇଁ ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ଟ୍ରେନ ଯୋଗେ ମଞ୍ଚେଷ୍ଟର ପଠାଯାଇଥିଲା। ଏହା ପରେ ବିଲେଇ ଚଢ଼ିଥିବା ଟ୍ରେନରୁ ବିଲେଇକୁ ତଳକୁ ଆଣିବାର କାର୍ଯ୍ୟ ଆରମ୍ଭ ହୋଇଥିଲା।

publive-image navbharattimes

ପ୍ରାୟ ଦେଢ଼ ଘଣ୍ଟା ପରେ ରେଳ କର୍ମଚାରୀ ବିଲେଇକୁ ତଳକୁ ଆଣିବାରେ ସଫଳ ହୋଇଥିଲେ। ତେବେ ବିଲେଇଟି କେଉଁଆଡ଼ୁ ଆସିଲା, ତାହାର ସୂଚନା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe