ଭଲ ପାଇବା ସୁଦୃଢ଼ କରିବାକୁ ଲିଙ୍ଗ ପରିବର୍ତ୍ତନ କରି ରବିରୁ ରିୟା ହୋଇଥିବା କିନ୍ନର କହିଲେ ନିଜ ସଂଘର୍ଷମୟ ଜୀବନ କାହାଣୀ

Advertisment
ଭଲ ପାଇବା ସୁଦୃଢ଼ କରିବାକୁ ଲିଙ୍ଗ ପରିବର୍ତ୍ତନ କରି ରବିରୁ ରିୟା ହୋଇଥିବା କିନ୍ନର କହିଲେ ନିଜ ସଂଘର୍ଷମୟ ଜୀବନ କାହାଣୀ

ନୂଆଦିଲ୍ଲୀ: ପଞ୍ଜାବର ଅମ୍ରିତସରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇ ପୁଅ ପରସ୍ପରକୁ ଅନେକ ଦିନ ହେବ ଭଲ ପାଉଥିଲେ । ନିକଟରେ ଦୁହେଁ ବିବାହ କରିଥିବା ଖବର ସାମ୍ନାକୁ ଆସିଛି।  ଏହି ଦୁଇ ପୁଅଙ୍କ ମଧ୍ୟରୁ ରବି ବିବାହ ପାଇଁ ନିଜର ଲିଙ୍ଗ ପରିବର୍ତ୍ତନ କରିଥିଲେ। ସେ ତାଙ୍କ ପ୍ରେମିକଙ୍କୁ ବିବାହ କରିବା ପାଇଁ ରବିରୁ ରିୟା ହୋଇଥିବ‌ା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି।  ବିବାହ ପରେ ଦୁହିଁଙ୍କ ପରିବାରଲୋକ ଏହି ବିବାହକୁ ସୀକୃତି ଦେଇ ନାହାନ୍ତି। ଏହି ବିବାହ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି।

ରିୟାଙ୍କୁ ବିବାହ କରିଥିବା ଯୁବକ କହିଛନ୍ତି, ‘ମୁଁ ରିୟାଙ୍କୁ ବହୁତ ଭଲପାଏ। ତାଙ୍କ ଛଡ଼ା ମୁଁ ଜୀବନରେ ଭଲ ଜୀବନସାଥୀ ପାଇ ନଥାଆନ୍ତି। କିନ୍ତୁ ମୋ ପରିବାରକୁ ଏସବୁ ପସନ୍ଦ ନୁହେଁ। ସେମାନେ ରିୟାଙ୍କୁ ଛାଡ଼ିବା ପାଇଁ ମୋତେ ବାଧ୍ୟ କରୁଥିଲେ।  କିନ୍ତୁ ମୁଁ ରିୟାଙ୍କ ସହିତ ରହିବାକୁ ଚାହୁଁଛି। ମୁଁ ତାଙ୍କ ବିନା ବଞ୍ଚିବାର କଳ୍ପନା ମଧ୍ୟ କରିପାରିବି ନାହିଁ । ରିୟା ମୋ ପାଇଁ ଭଗବାନଙ୍କ ଉପହାର । ଆମର କର୍ମରେ ଯାହା ଲେଖା ହୋଇଛି ତାହା ହିଁ ମିଳିଥାଏ।

ଏହି କ୍ରମରେ ରବିରୁ ରିୟା ହୋଇଥିବା କିନ୍ନର କହିଛନ୍ତି ଯେ, ଆମ ଭଲ ପାଇବାକୁ ତିନିବର୍ଷ  ବିତିଗଲାଣି । ଏହାରି ଭିତରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛୁ, ଆମେ ଦୁହେଁ। ଆମେ ପରସ୍ପରଠାରୁ ଅଲଗା ହେବାକୁ ଚାହୁଁ ନାହୁଁ । ଆମେ କିଛି ଭୁଲ କରିନାହୁଁ । ଆମେ ଦୁହେଁ ପରସ୍ପରକୁ ବହୁତ ଭଲପାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe