ଉତ୍ତରାଖଣ୍ଡର ଧନୋଲ୍ଟୀ ଭ୍ରମଣକାରୀଙ୍କ ପାଇଁ ସ୍ୱର୍ଗପୁରୀ ! ଏଠାରେ ବାଇକ୍‌ ରାଇଡିଂ ଠାରୁ ଆରମ୍ଭ କରି ଟ୍ରେକିଙ୍ଗ୍‌ ପର୍ଯ୍ୟନ୍ତ ରହିଛି ସମସ୍ତ ସୁବିଧା

Advertisment
ଉତ୍ତରାଖଣ୍ଡର ଧନୋଲ୍ଟୀ ଭ୍ରମଣକାରୀଙ୍କ ପାଇଁ ସ୍ୱର୍ଗପୁରୀ ! ଏଠାରେ ବାଇକ୍‌ ରାଇଡିଂ ଠାରୁ ଆରମ୍ଭ କରି ଟ୍ରେକିଙ୍ଗ୍‌ ପର୍ଯ୍ୟନ୍ତ ରହିଛି ସମସ୍ତ ସୁବିଧା

କର୍ମମୟ ଜୀବନ ଏବଂ ସାଂସାରିକ ଜଞ୍ଜାଳରେ ବ୍ୟସ୍ତ ରହି ଆମେ ବେଳେବେଳେ ଅସ୍ତବ୍ୟସ୍ତ ହୋଇପଡୁ ଏବଂ କିଛି କ୍ଷଣ ଶାନ୍ତିରେ କଟାଇବା ପାଇଁ କେଉଁ ଦୂର ସ୍ଥାନକୁ ଯିବାକୁ ଇଚ୍ଛା କରିଥାଉ। ସହରର ଗହଳିପୂର୍ଣ୍ଣ ସ୍ଥାନ ଏବଂ ଗାଡିଘୋଡାର ପେଁ ପାଁ ଶବ୍ଦରୁ ବହୁ ଦୂରକୁ ଯିବାକୁ ସମସ୍ତେ ଇଚ୍ଛା କରିଥାନ୍ତି। କିନ୍ତୁ ଯଦି ଆପଣ ଭାରତର ପ୍ରମୁଖ ସ୍ଥାନଗୁଡିକ ବୁଲିସାରିଛନ୍ତି ଏବଂ ଭିନ୍ନ ଏକ ଶାନ୍ତିପୂର୍ଣ୍ଣ ସ୍ଥାନକୁ ଯିବାକୁ ଇଚ୍ଛା ରଖିଛନ୍ତି ତେବେ ଆମେ ଆପଣଙ୍କୁ ଉତ୍ତରାଖଣ୍ଡର ଧନୋଲ୍ଟୀ ସ୍ଥାନକୁ ଯିବାକୁ ପରାମର୍ଶ ଦେବୁ। ଯଦି ଆପଣ ଦୁଃସାହସିକ କାର୍ଯ୍ୟର ସୌଖିନ ଅଟନ୍ତି ତେବେ ଏହି ସ୍ଥାନ ଆପଣଙ୍କ ପାଇଁ ସ୍ୱର୍ଗ ସଦୃଶ ମନେ ହେବ। ତେବେ ଆସନ୍ତୁ ଜାଣିବା ଏହି ସ୍ଥାନର କିଛି ରୋଚକ ତଥ୍ୟ ବିଷୟରେ।

publive-image

ବାଇକ୍‌ ରାଇଡରଙ୍କ ପାଇଁ ସର୍ବୋତ୍ତମ ସ୍ଥାନ :
ଯଦି ଆପଣ ବାଇକ୍‌ ରାଇଡିଂର ସୌଖିନ ତେବେ ଏଠାକାର ଉଚ୍ଚ ପାହାଡରେ ପ୍ରସ୍ତୁତ ହୋଇଥିବା ରୋଡରେ ବାଇକ୍‌ ଚଲାଇବା ଅନୁଭୂତିକୁ କେବେ ହାତଛଡା କରିବେ ନାହିଁ। ୬୦ କିଲୋମିଟର ଭିତରେ ଆପଣଙ୍କୁ ଏହି ବାଇକ୍‌ ରାଇଡିଂର ସଫରରେ ହିମାଳୟର ସୌନ୍ଦର୍ଯ୍ୟ, ଗଭୀର ଘାଟି ତଥା ପର୍ବତ ଏବଂ ଜଙ୍ଗଲର ମଜା ମିଳିପାରିବ।

ମିଳିବ ଟ୍ରେକିଙ୍ଗର ସୁବିଧା :
ଖାସ୍‌ ଟ୍ରେକିଙ୍ଗ ପାଇଁ ଏହି ସ୍ଥାନ ଖୁବ୍‌ ଚର୍ଚ୍ଚିତ। ୧୦ ହଜାର ଫୁଟ୍‌ ଉଚ୍ଚରେ ଥିବା ପାହାଡ ଏବଂ ଦେବଦାରୁ ଏବଂ ଅନ୍ୟ ବଡବଡ ଗଛ ମଧ୍ୟ ଦେଇ ଜଙ୍ଗଲ ଭିତରେ ଟ୍ରେକିଙ୍ଗ୍‌ କରିବାର ସୁବିଧା ଆପଣଙ୍କୁ ଏଠାରେ ମିଳିବ। ଟ୍ରେକିଙ୍ଗ୍‌ ସମୟରେ ଆପଣଙ୍କ ସହାୟତା ସକାଶେ ପ୍ରଶିକ୍ଷକ ମଧ୍ୟ ରହିଥିବେ।

publive-image

କ୍ୟାମ୍ପରେ ରହିବାର ମଜା ଉଠାଇପାରିବେ :
ସହରର କୋଳାହଳପୂର୍ଣ୍ଣ ପରିବେଶରୁ ଦୂରରେ ରହି ପ୍ରକୃତିର କୋଳରେ କ୍ୟାମ୍ପରେ ରହିବାର ମଜା ହିଁ ନିଆରା। ଜଙ୍ଗଲରେ ତଥା ଧନୋଲ୍ଟୀ ପାର୍କରେ ଟେଣ୍ଟ୍‌ ବାନ୍ଧି ରହିବାର ମଜା ଆପଣ ଏଠାରେ ପାଇପାରିବେ।

ଟ୍ଵିନ୍‌ ଟୁର ଦୁଃସାହସିକ ଅନୁଭୂତିର ମଜା :
ଟ୍ଵିନ୍‌ ଟୁର ଦୁଃସାହସିକ ଅନୁଭୂତିକୁ ଆପଣ ସ୍କାଏ ଡାଇଭିଂ ସହ ତୁଳନା କରିପାରିବେ। କିନ୍ତୁ ଏହା ସ୍କାଏ ଡାଇଭିଂ ବଦଳରେ ସ୍କାଏ ୱାର୍କ କହିଲେ ଯୁକ୍ତିଯୁକ୍ତ ହେବ। ଭୂମିରୁ ୧୨୦ ଫୁଟ ଉଚ୍ଚତାରେ ବନ୍ଧା ହୋଇଥିବା ୩୬୦ ଫୁଟ ଲମ୍ବା ତାରରେ ଚାଲିବାର ଅନୁଭୂତି ନିଜ ମଧ୍ୟରେ ହିଁ ଏକପ୍ରକାର ଦୁଃସାହସିକ ଅନୁଭବ।

publive-image

ଭ୍ରମଣ କରିବା ପାଇଁ ଉକୃଷ୍ଟସ୍ଥଳ :
ମାର୍ଚ୍ଚ ମାସରୁ ଅଗଷ୍ଟ ମାସ ସମୟକୁ ଏଠାକୁ ଯିବାର ଉକୃଷ୍ଟ ସମୟ କୁହାଯାଏ। ସୌନ୍ଦର୍ଯ୍ୟତାରେ ଘେରି ରହିଥିବା ଏହି ସ୍ଥାନକୁ ଦେଖିବା ପାଇଁ ଦେଶର କୋଣ ଅନୁକୋଣରୁ ଏଠାକୁ ଲୋକଙ୍କ ସୁଅ ଛୁଟେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe