କେରଳ ପର୍ଯ୍ୟଟନରେ ବୃକ୍ଷ ଗୃହ

କେରଳ ପର୍ଯ୍ୟଟନରେ ବୃକ୍ଷ ଗୃହ

Iris Holidays

ସାଧାରଣତଃ ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ସେମାନଙ୍କ ରହଣି ପାଇଁ ବିଭିନ୍ନ ସମୁଦ୍ର ତଟ, ନଦୀକୂଳ, ପାହାଡ଼ ଶିଖର, ଦ୍ବୀପ, ଅବିଶ୍ବସନୀୟ ଭୂମିରୂପ, ନୌକା କି ଅତ୍ୟାଧୁନିକ ସହରର ମଧ୍ୟଭାଗରେ କୋଠରିମାନ ନିର୍ମାଣ କରାଯାଇଥାଏ। ମାତ୍ର କେରଳରେ ଏଥିପାଇଁ ଏକ ନିଆରା ଉଦ୍ୟମ ପ୍ରକୃତିପ୍ରେମୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ଲାଗିଛି। ସେଠାରେ ଭୂଇଁରୁ ୨୦ରୁ ୩୦ ଫୁଟ ଉଚ୍ଚରେ ଗଛ ଡାଳରେ ବିଳାସମୟ କାଠର ଘର ସବୁ ନିର୍ମାଣ କରାଯାଉଛି।

ଏହି ବୃକ୍ଷ ଗୃହ ବା ଟ୍ରି ହାଉସ ମାନଙ୍କରେ ଶୀତତାପ ନିୟନ୍ତ୍ରଣ ପରି ଅତ୍ୟାଧୁନିକ ସୁବିଧା ମଧ୍ୟ ଖଞ୍ଜାଯାଇଛି। ସେଠାରେ ପର୍ଯ୍ୟଟକମାନେ ରହଣିକାଳରେ ଘଞ୍ଚ ଜଙ୍ଗଲ ଭିତରେ ନିରୋଳା ପ୍ରକୃତି କୋଳରେ ଅଫୁରନ୍ତ ଆନନ୍ଦ ଅନୁଭବ କରିବାର ମଉକା ପାଇପାରୁଛନ୍ତି। ଏହି ପରିବେଶ ଅନୁକୂଳ ବୃକ୍ଷଗୃହ ନିର୍ମାଣରେ ଜୀବନ୍ତ ଗଛର ଗଣ୍ଡି ଓ ଡାଳକୁ ମୁଖ୍ୟ ସ୍ତମ୍ଭ ଓ ରୁଅ-ଶେଣୀ ଭାବେ ବ୍ୟବହାର କରାଯାଉଛି। ଆଲୋକ ଓ ଅନ୍ୟାନ୍ୟ ବୈଦ୍ୟୁତିକ ଯନ୍ତ୍ରପାତିର ବ୍ୟବହାର ପାଇଁ ସୌରଶକ୍ତିର ବିନିଯୋଗ ହେଉଛି। ସର୍ବୋପରି ନିରାପଦ ଓ ସୁରକ୍ଷିତ ରହଣି ପାଇଁ ସେଥିରେ ଯାବତୀୟ ପ୍ରାବଧାନ ଖଟାଯାଇଛି। ସୂଚନାଯୋଗ୍ୟ, ଜୀବଜନ୍ତୁଙ୍କ ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଜଙ୍ଗଲୀ ଆଦିବାସୀମାନେ ଅତୀତରେ ଗଛଡାଳରେ ଛୋଟ କୁଡ଼ିଆ (କେରଳୀ ଭାଷାରେ ‘ଇରୁମାଦମ୍‌’) କରି ରାତି କଟାଉଥିଲେ। ଆଜିର ଏହି ବିଳାସମୟ ବୃକ୍ଷଗୃହ ହେଉଛି ତାହାର ଏକ ଅତ୍ୟାଧୁନିକ ସଂସ୍କରଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe