୬ବର୍ଷ ଶିଶୁ ପାଇଁ ମା’ ତିଆରି କ‌ଲେ ଏଭଳି ଟାଇମ ଟେବୁଲ

Advertisment
୬ବର୍ଷ ଶିଶୁ ପାଇଁ ମା’ ତିଆରି କ‌ଲେ ଏଭଳି ଟାଇମ ଟେବୁଲ

ନୂଆଦିଲ୍ଲୀ: ପିଲାମାନଙ୍କ ଖାଇବା, ପିଇବା ପାଠପଢ଼ିବାକୁ ନେଇ ସମସ୍ତ ବାପା-ମା’ଙ୍କ ଚିନ୍ତା ରହିଥାଏ। କାରଣ ସେମାନେ ନିଜସ୍ୱ ଟାଇମ୍ ଟେବୁଲ୍ ତିଆରି କରନ୍ତି ନାହିଁ ଏବଂ ଯଦିଓ ସେମାନେ କରନ୍ତି, ତାହାକୁ ଅନୁସରଣ କରିବାକୁ ରାଜି ହୋଇ ନଥାଆନ୍ତି।

ପିଲାମାନେ କେତେବେଳେ ଉଠି‌ବେ, କେତେବେଳେ ଜଳଖିଆ ଖାଇବା, କେତେବେଳେ ଗାଧୋଇବା, କେତେବେଳେ ଅଧ୍ୟୟନ କରିବେ ଏବଂ କେତେବେଳେ ଶୋଇବେ ସେନେଇ କୌଣସି ନିର୍ଦ୍ଦିଷ୍ଟ ସମୟ ନିଶ୍ଚିତ ହୋଇ ନଥାଏ। ଏହି କାରଣରୁ ପିଲାଙ୍କୁ ନେଇ ବାପା-ମା’ମାନେ ଚିନ୍ତା‌ରେ ପଡ଼ି ଯାଇଥାଆନ୍ତି।

ସୋସିଆଲ ମିଡିଆରେ ଜଣେ ମା’ ତାଙ୍କ ପିଲା ପାଇଁ ଏକ ଟାଇମ ଟେବୁଲ ତିଆରି କରିଛନ୍ତି। ଯାହାକି ଭାଇରାଲ ହେବାରେ ଲାଗିଛି। ଫଟୋ ସହିତ ଥିବା କ୍ୟାପସନରେ ଲେଖା ହୋଇଛି, 'ମୁଁ ଏବଂ ମୋର ୬ ବର୍ଷ ଶିଶୁ ଆଜି ଏକ ଚୁକ୍ତିନାମା ସ୍ୱାକ୍ଷର କରିଛୁ, ଯାହା ତାର ଦୈନନ୍ଦିନ କାର୍ଯ୍ୟସୂଚୀ ଏବଂ କାର୍ଯ୍ୟଦକ୍ଷତା ଲିଙ୍କ୍ ବୋନସ୍ ଉପରେ ଆଧାରିତ |'

ଅର୍ଥାତ୍ ମାଆ ଶିଶୁର ସମ୍ମତି ସହିତ ଟାଇମ ଟେବୁଲ୍ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଶିଶୁର ଖେଳିବା, ଖାଇବା ପିଇବା, କ୍ଷୀର ପିଇବାର ସମୟ ଆଦି ଅନ୍ତର୍ଭୁକ୍ତ ରହିଛି।

ଟାଇମ୍ ଟେବୁଲରେ ଲେଖାହୋଇଛି ଯେ ଆଲାରାମ ସମୟ ସକାଳ ୭.୫୦ ଥିବାବେଳେ ଉଠିବା ସମୟ ସକାଳ ୮.୦୦ ରଖାଯାଇଛି । ଏହା ପରେ ବ୍ରଶ୍, ଜଳଖିଆ, ଟିଭି ଦେଖିବା, ଫଳ ଖାଇବା, ଖେଳିବା, କ୍ଷୀର ପିଇବା, ଟେନିସ୍ ଖେଳିବା, ହୋମୱାର୍କ କରିବା, ରାତ୍ରି ଭୋଜନ, ସଫା କରିବା, ଶୋଇବା ସମୟ ଇତ୍ୟାଦି ଲେଖାଯାଇଛି ।

କେବଳ ଏତିକି ନୁହେଁ, ମଜାଳିଆ କଥା ହେଉଛି ଯଦି ଦିନସାରା ଭିତରେ ନକାନ୍ଦି, ପାଟି ନକରି, କିଛି ଭଙ୍ଗାରୁଜା ନକରି ବିତି ଯାଏ ତେବେ ୧୦ଟଙ୍କା ମିଳିବ ବୋଲି ଉକ୍ତ ଟାଇମ ଟେବୁଲରେ ଉଲ୍ଲେଖ ରହିଛି। ସେହିପରି ଏହି ଟାଇମ ଟେବୁଲକୁ ଅନୁସରଣ କରି ନକାନ୍ଦି, ନଚିଲାଇ ଓ କାହା ସହ ଝଗଡ଼ା ନକରି କ୍ରମାଗତ ୭ ଦିନ ବିତାଯାଏ ତେବେ ୧୦୦ ଟଙ୍କା ମିଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe