ରୋଗିଣା ସ୍ତ୍ରୀର ଇଚ୍ଛାକୁ ଏଭଳି ପୂରଣ କଲେ ସାଧାରଣ ମେକାନିକ୍‌, ଏସି କିଣିବାକୁ ଟଙ୍କା ନଥିବାରୁ ନିଜ ବୁଦ୍ଧିରେ ତିଆରି କଲେ ଏୟାର କଣ୍ଡିସନର

Advertisment
ରୋଗିଣା ସ୍ତ୍ରୀର ଇଚ୍ଛାକୁ ଏଭଳି ପୂରଣ କଲେ ସାଧାରଣ ମେକାନିକ୍‌, ଏସି କିଣିବାକୁ ଟଙ୍କା ନଥିବାରୁ ନିଜ ବୁଦ୍ଧିରେ ତିଆରି କଲେ ଏୟାର କଣ୍ଡିସନର

thebetterindia.com

ତିରୁଚିରାପଲ୍ଲୀ(ତାମିଲନାଡୁ) : କଥାରେ ଅଛି, ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ । ଯଦି କୌଣସି ଲୋକର କିଛି କରିବାର ଇଚ୍ଛା ରହିଛି, ତେବେ ସେ ଯେତେ ବାଧା ଥିଲେ ବି ତାକୁ ପୂରଣ କରି ପାରିବ । ଏହି କଥାଟିକୁ ପ୍ରମାଣ କରି ଦେଖାଇଛନ୍ତି ତାମିଲନାଡୁର ଜନୈକ ମେକାନିକ୍ କେ ଅଖ୍‌ତର ଅଲ୍ଲୀ । ରୋଗଗ୍ରସ୍ତ  ସ୍ତ୍ରୀର ଇଚ୍ଛାକୁ ସମ୍ମାନ ଦେଇ ନିଜ ବୁଦ୍ଧିରେ ପରିବେଶ ଅନୁକୂଳ ଏୟାର କଣ୍ଡିସନର ତିଆରି କରିଛନ୍ତି ଅଲ୍ଲୀ, ଯାହା ତାଙ୍କୁ ଏବେ ଚର୍ଚ୍ଚାର ପରିସରକୁ ଆଣିଛି । ପୁଣି ଏଥିଲାଗି ଖର୍ଚ୍ଚ ହୋଇଛି ମାତ୍ର ୩,୫୦୦ ଟଙ୍କା।

publive-image thebetterindia.com

ସୂଚନା ମୁତାବକ, ଅଲ୍ଲୀଙ୍କ ପତ୍ନୀଙ୍କ ସର୍ଜରୀ ପରେ ତାଙ୍କୁ ଘରକୁ ଅଣାଯାଇଥିଲା । ହସ୍ପିଟାଲରେ ଏୟାର କଣ୍ଡିସନର ରୁମ୍‌ରେ ରହିବାର ଅଭ୍ୟାସ ହୋଇ ଯାଇଥିବାରୁ ଅଲ୍ଲୀଙ୍କ ପତ୍ନୀ ଗରମ ହେତୁ ଘରେ ରହି ପାରି ନଥିଲେ । ଗରମ ପାଇଁ ତାଙ୍କୁ ଅସୁବିଧା ହେବାରୁ ସେ ଅଲ୍ଲୀଙ୍କୁ ଏୟାର କଣ୍ଡିସନର କିଣିବାକୁ କହିଥିଲେ । କିନ୍ତୁ ଏତେ ଟଙ୍କା ନ ଥିବାରୁ ଅଲ୍ଲୀ ନିଜେ  ପରିବେଶ ଅନୁକୂଳ ଏୟାର କଣ୍ଡିସନର ତିଆରି କରିବା କଥା ଚିନ୍ତା କରିଥିଲେ । ଯାହା ପରେ ସେ ୩,୫୦୦ଟଙ୍କା ଖର୍ଚ୍ଚରେ ପରିବେଶ ଅନୁକୂଳ ଏୟାର କଣ୍ଡିସନର ତିଆରି କରିବାରେ ସଫଳ ହୋଇଥିଲେ । ଏଥିରେ ସେ ସ୍ୱତନ୍ତ୍ର ପ୍ରକାରର ଘାସ(ଭେଟିଭର)କୁ ବ୍ୟବହାର କରି ପରିବେଶ ଅନୁକୂଳ ଏୟାର କଣ୍ଡିସନର ତିଆରି କରିଥିଲେ । ଏଥିରେ ଲାଗିଥିବା ମୋଟରକୁ ଚଳାଇବା ପାଇଁ ବ୍ୟବହାର ହେଉଥିବା ଇଲେକ୍ଟ୍ରିସିଟି ପାଇଁ କେବଳ ଅଲ୍ଲୀ ଟଙ୍କା ଗଣୁଥିବା ବେଳେ ଏହି ଏୟାର କଣ୍ଡିସନର ଦ୍ୱାରା ଘରର ଉତ୍ତାପକୁ ୧୦ଡିଗ୍ରୀ ପର୍ଯ୍ୟନ୍ତ ଅଣା ଯାଇ ପାରିବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe