ନିଶାସକ୍ତ ଅବସ୍ଥାରେ ସ୍ୱାମୀ କହିଲେ ତିନି ତଲାକ୍‌ , ସ୍ତ୍ରୀ ଧରିଲେ ସାଙ୍ଗଙ୍କ ହାତ

Advertisment
ନିଶାସକ୍ତ ଅବସ୍ଥାରେ ସ୍ୱାମୀ କହିଲେ ତିନି ତଲାକ୍‌ , ସ୍ତ୍ରୀ ଧରିଲେ ସାଙ୍ଗଙ୍କ ହାତ

ଲକ୍ଷ୍ନୌ: ଲକ୍ଷ୍ନୌର ଚିନହଟ ଅଞ୍ଚଳରେ ଜଣେ ଲୋକ ନିଶାସକ୍ତ ଅବସ୍ଥାରେ ପତ୍ନୀକୁ ତିନି ତଲାକ୍‌ ଦେବାପରେ ତାଙ୍କ ସ୍ତ୍ରୀ ସାଙ୍ଗର ହାତ ଧରିଥିବା ଚର୍ଚ୍ଚାର ବିଷୟ ହୋଇଛି। ଚିନହଟ ଅଞ୍ଚଳରେ ମହିଳାଙ୍କ କହିବା ଅନୁଯାୟୀ,ତାଙ୍କର ବାହାଘର ଗୋମତୀ ନଗର ନିବାସୀ ଜଣେ ଯୁବକଙ୍କ ସହିତ ପ୍ରାୟ ଆଠ ମାସ ରହିଥିଲେ। କିନ୍ତୁ ସ୍ୱାମୀ ଆରିଫ୍‌ ପ୍ରତିଦିନ ମଦ ପିଇ ଆସୁଥିଲା ଓ ତା’କୁ ଗାଳି ମାଡ଼ ଦେଉଥିଲା। ଏଥିରେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ ଯୁବତୀ।

publive-image

ଦିନେ ଆରିଫ୍‌ ନିଶାସକ୍ତ ଅବସ୍ଥାରେ ତାଙ୍କୁ ତିନି ତଲାକ୍‌ କରିଥିଲା। ତା’ପରେ ଯୁବତୀ ଜଣକ ସ୍ୱାମୀ ଆରିଫ୍‌ଙ୍କ ମଡିୟାଁବ ଗାଆଁରେ ରହୁଥିବା ସାଙ୍ଗ ଅଲ୍ଲୀଙ୍କୁ ବିବାହ କରିବାର ନିଷ୍ପତ୍ତି ନେଇଥିଲେ। ଗତକାଲି ଚିନହଟ ମସଜିଦ୍‌ରେ ପହଞ୍ଚିଥିଲେ ଯୁବତୀ। ସେଠାରେ ଆରିଫ୍‌ ହଙ୍ଗାମା କରିଥିଲେ। ଆରିଫ୍‌ ନିଜର ଭୁଲ୍‌ ବୁଝିପାରିଥିଲେ, କିନ୍ତୁ ପତ୍ନୀ ଆଉ ତା’ପାଖକୁ ଫେରିବାକୁ ଚାହୁଁ ନ ଥିଲେ। ଏଣୁ ସେ ଆରିଫ ସହିତ ଘରକୁ ଫେରି ନଥିଲେ। ଗୋମତୀ ଥାନା ଅଧିକାରୀ ଆନନ୍ଦ ଶାହୀଙ୍କ ଅନୁଯାୟୀ ଆଗରୁ ମହିଳାଜଣକ ସ୍ୱାମୀ ଆରିଫ୍‌ଙ୍କ ବିରୋଧରେ ଏତଲା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe