ଏକାସାଥୀରେ ଜନ୍ମିଲେ ଗଙ୍ଗା, ଯମୁନା, ସରସ୍ବତୀ; ୭ ମାସରେ ପ୍ରସବ କଲେ ମହିଳା

Advertisment
ଏକାସାଥୀରେ ଜନ୍ମିଲେ ଗଙ୍ଗା, ଯମୁନା, ସରସ୍ବତୀ; ୭ ମାସରେ ପ୍ରସବ କଲେ ମହିଳା

ଭୋପାଳ: ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାରେ ଜଣେ ୨୨ ବର୍ଷୀୟା ମହିଳା ଏକା ଥରକେ ୩ ଜଣ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ସେମାନଙ୍କ ନାଁ ସେ ରଖିଛନ୍ତି ଗଙ୍ଗା, ଯମୁନା ଓ ସରସ୍ବତୀ। ତିନି ଜଣକ ଯାକ ନବଜାତ ଓ ମାଆ ସମସ୍ତେ ସୁସ୍ଥ ଅଛନ୍ତି। ଜାଣିବାକୁ ମିଳିଛି ଯେ ମହିଳା ତାଙ୍କର ୭ ମାସର ଗର୍ଭକାଳରେ ହିଁ ୩ ଜଣ ଯାକଙ୍କୁ ଜନ୍ମ ଦେଇଛନ୍ତି।

କଛାଲିଆ ଗାଁର ବାସିନ୍ଦା ମାୟାଙ୍କର ଅଚାନକ ପ୍ରସବ ବେଦନା ଆରମ୍ଭ ହେବାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲ୍‌କୁ ନିଆଯାଇଥିଲା। ଡାକ୍ତରମାନେ ମହିଳାଙ୍କୁ ଭର୍ତ୍ତି କରି ଅସ୍ତ୍ରୋପଚାର ଜରିଆରେ ତାଙ୍କର ପ୍ରସବ କରାଇଥିଲେ।

ମା ପିତାମ୍ବରୀ ହସ୍ପିଟାଲ୍‌ର ଡାକ୍ତର କହିଛନ୍ତି ଯେ ରାତି ପ୍ରାୟ ୧ଟା ବେଳକୁ ମହିଳା ଜଣକ ୩ଟି ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ମହିଳାଙ୍କର ଏହା ପ୍ରଥମ ପ୍ରସବ। ୯ ମାସ ବଦଳରେ ୭ ମାସରେ ହିଁ ତାଙ୍କର ପ୍ରସବକାଳୀନ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାର ଲୋକ ତାଙ୍କୁ ହସ୍ପିଟାଲ୍‌ ନେଇ ଯାଇଥିଲେ। ଯେଉଁ କାରଣରୁ ତାଙ୍କର ଅସ୍ତ୍ରୋପଚାର କରାଯାଇ ପ୍ରସବ କରାଇବାକୁ ପଡ଼ିଲା।

publive-image www.aajtak.in

ଏହି ୩ ଜଣ ନବଜାତକଙ୍କ ଓଜନ ୧୨୯୦, ୧୩୫୦ ଓ ୧୪୨୦ ଗ୍ରାମ୍‌ ହୋଇଛି। ୩ ଝିଅଙ୍କ ଜନ୍ମକୁ ନେଇ ପରିବାର ଲୋକ ବେଶ୍‌ ଖୁସି ଅଛନ୍ତି। ପରିବାର ଲୋକ କହିଛନ୍ତି କି ସେମାନେ ଦେବୀ ରୂପରେ ତାଙ୍କ ଘରକୁ ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe