ବୃଦ୍ଧ ଟ୍ରକ ଚାଳକଙ୍କ ସୁମଧୁର ଗୀତ ଶୁଣି ‌ଆପଣ ବି ହେବେ ଆଶ୍ଚର୍ଯ୍ୟ

ବୃଦ୍ଧ ଟ୍ରକ ଚାଳକଙ୍କ ସୁମଧୁର ଗୀତ ଶୁଣି ‌ଆପଣ ବି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହୋଇଥାଏ। ବେଳେବେଳେ ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ଲାଗିଥାଏ। ଏହି କ୍ରମରେ ନିକଟରେ ଜଣେ ଟ୍ରକ ଚାଳକଙ୍କ ଗୀତ ଗାଇବା ଶୈଳୀ ଦେଖି ଲୋକେ ଖୁବ ପ୍ରଶଂସା କରୁଛନ୍ତି। ଭିଡିଓରେ ବୃଦ୍ଧ ମହମ୍ମଦ ରାଫିଙ୍କ ଏକ ଗୀତ ଗାଉଥିବାର ଶୁଣିବାକୁ ମିଳୁଛି।

ଏହି ଭିଡିଓକୁ ବିବେକ ବର୍ମା ନାମକ ଇନଷ୍ଟା ହ୍ୟାଣ୍ଡେଲରେ ସେୟାର କରାଯାଇଛି । ବିବେକ ନିଜେ ଜଣେ ଗାୟକ ଏବଂ ଏହି ଭିଡିଓ ସେୟାର କରିବା ସମୟରେ ସେ ଏକ କ୍ୟାପସନ୍ ଦେଇଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ଏ କମଳେଶ ଅଙ୍କଏ ହୁଏତ ତାଙ୍କ ସାରା ଜୀବନ ଟ୍ରକ୍ ଚଳାଇବାରେ ବିତାଇଥିବେ, କିନ୍ତୁ ସେ ହୃଦୟ ଏବଂ ପ୍ରାଣରୁ ଜଣେ ହାର୍ଡ କୋର ମ୍ୟୁଜିସିୟନ।


କମଳେଶ ଜୀଙ୍କୁ ଅନେକ ଅନୁରୋଧ କରିବା ପରେ ସେ ଏହି ଗୀତକୁ ଗାଇଥିଲେ। ମୋତେ ତାଙ୍କ ଗୀତ ବହୁତ ପସନ୍ଦ ଆସିଥିଲା। ସେଥିପାଇଁ ମୁଁ ଏହି ଭିଡିଓକୁ ସମସ୍ତଙ୍କ ସହ ସେୟାର କରିବାକୁ ସ୍ଥିର କରିଥିଲି। ଯଦି ସୁଯୋଗ ମିଳେ ଶୀଘ୍ର ତାଙ୍କ ସହ ଏକ ଗୀତ ରେକର୍ଡ କରିବି।

ଭିଡିଓରେ ଆପଣ ଦେଖିପାରିବେ ଯେ ଡ୍ରାଇଭର କମଳେଶ କିପରି ମହମ୍ମଦ ରାଫିଙ୍କ ପ୍ରସିଦ୍ଧ ଗୀତ 'ମୁଝେ ଇସ୍କ ହୈ ତୁଝି ସେ' କୁ ଗାଉଛନ୍ତି। ଏହି ବୟସରେ ଲୋକମାନେ ତାଙ୍କର ଉତ୍ସାହ ଓ ଗୀତ ଗାଇ ଶୈଳୀ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, "ଯେତେବେଳେ ମୁଁ ଅଙ୍କଲଙ୍କ ଗୀତ ଶୁଣିଲି, ସେତେବେଳେ ମୋ ମୁହଁରେ ହସ ଥିଲା । କି ସୁନ୍ଦର ସ୍ୱର" । ଏହି ଭିଡିଓରେ ଏହିପରି ଅନେକ ପ୍ରତିକ୍ରିୟା ମିଳୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe