ପିଆଜ ବୋଝେଇ ଟ୍ରକ ଓଲଟି ପଡ଼ିବା ପରେ ଦେଖନ୍ତୁ କିଭଳି ଅଚିନ୍ତାରେ ଶୋଇକି ଫୋନରେ କଥା ହେଉଛନ୍ତି ଚାଳକ

ପିଆଜ ବୋଝେଇ ଟ୍ରକ ଓଲଟି ପଡ଼ିବା ପରେ ଦେଖନ୍ତୁ କିଭଳି ଅଚିନ୍ତାରେ ଶୋଇକି ଫୋନରେ କଥା ହେଉଛନ୍ତି ଚାଳକ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଫଟୋ ପୋଷ୍ଟ ହୋଇଥାଏ। ଏହି ଫଟୋଗୁଡ଼ିକ ମଧ୍ୟରୁ କିଛିଟା ଫଟୋ ଦେଖୁ ଦେଖୁ ଭାଇରାଲ ହୋଇଯାଇଥାଏ। ଏମିତି ଏକ ଫଟୋ ନିକଟରେ ଭାଇରାଲ ହୋଇଛି ଯାହାକୁ ଦେଖି ଆପଣ ବି ହସିହସି ଗଡ଼ି ଯିବେ। ଏହି ଫଟୋକୁ ଆଇପିଏସ ଅଫିସର ଅରୁଣ ବୋଥ୍ରା ସେୟାର କରିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋ ଓ ଭିଡିଓରେ ଦେଖିବାକୁ ମିଳୁଛି କି, ଏକ ପିଆଜ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଓଲଟି ପଡ଼ିଛି। ଏଭଳି ସମୟରେ ଟ୍ରକ ଚାଳକ ଜଣଙ୍କୁ କିଛି ବି ଫରକ ପଡ଼ୁ ନାହିଁ। ସେ ଖୁବ ଆରାମରେ ବସି ଫୋନରେ କଥା ହେଉଛନ୍ତି।

ଏହି ମଜାଦାର ଫଟୋକୁ ଆଇପିଏସ ଅଫିସର ଅରୁଣ ବୋଥ୍ରା ସେୟାର କରି କ୍ୟାପସନରେ ଲେଖିଛନ୍ତି, ଫୋନରେ କାହା ସହ ଗୁପୁଛ? ଦେଖନ୍ତୁ ଓଲଟିଥିବା ଟ୍ରକ ନିକଟରେ ଚାଳକ ଜଣକ କେମିତି  ଷ୍ଟାଇଲରେ ଶୋଇକି ଫୋନରେ ଗପୁଛନ୍ତି।

ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ଏହାକୁ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ଇଏ ପ୍ରେମ ଚକ୍କର’। ଫଟୋକୁ ବର୍ତ୍ତମାନ ସୁଦ୍ଧା ୭ହଜାରରୁ ଅଧିକ ଲୋକ ଲାଇକ କରି ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe