ଆସୁଛି ଟ୍ରମ୍ପ୍‌ ମୋବାଇଲ!

ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ପାରିବାରିକ ବ୍ୟବସାୟ ସଂସ୍ଥା ସମ୍ପ୍ରତି ତାଙ୍କ ନାମରେ ଏକ ନୂତନ ଫୋନ୍ ବ୍ରାଣ୍ଡ୍‌ ଆରମ୍ଭ କରୁଛି। ତାଙ୍କ ପୁଅମାନଙ୍କ ଦ୍ୱାରା ପରିଚାଳିତ ଟ୍ରମ୍ପ ସଂଗଠନ କହିଛି ଯେ ଏହା ‘ଆମେରିକା ନିର୍ମିତ’ ୪୯୯ ଡଲାରର ଏକ ସୁନେଲି ରଙ୍ଗର ସ୍ମାର୍ଟଫୋନ୍ ବିକ୍ରି କରିବ

trumph mobile

ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ପାରିବାରିକ ବ୍ୟବସାୟ ସଂସ୍ଥା ସମ୍ପ୍ରତି ତାଙ୍କ ନାମରେ ଏକ ନୂତନ ଫୋନ୍ ବ୍ରାଣ୍ଡ୍‌ ଆରମ୍ଭ କରୁଛି। ତାଙ୍କ ପୁଅମାନଙ୍କ ଦ୍ୱାରା ପରିଚାଳିତ ଟ୍ରମ୍ପ ସଂଗଠନ କହିଛି ଯେ ଏହା ‘ଆମେରିକା ନିର୍ମିତ’ ୪୯୯ ଡଲାରର ଏକ ସୁନେଲି ରଙ୍ଗର ସ୍ମାର୍ଟଫୋନ୍ ବିକ୍ରି କରିବ, ଯାହା ୪୭.୪୫ ଡଲାରର ମାସିକ ଶୁଳ୍କରେ ଫୋନ୍ ସେବା ସହ ଉପଲବ୍‌ଧ ହେବ। ତେବେ ଆମେରିକାରେ ଏପରି ଫୋନ୍ ତିଆରି କରିବା ବସ୍ତୁତଃ ଅସମ୍ଭବ ବୋଲି ଜଣେ ଯୋଗାଣ ଶୃଙ୍ଖଳା ବିଶେଷଜ୍ଞ କହିଥିବା ବେଳେ ଟ୍ରମ୍ପ୍‌ ପରିବାରର ଏହି ଉଦ୍ୟମ ସମ୍ଭାବ୍ୟ ଦୁର୍ନୀତିର ଆଉ ଏକ ଉପାୟ ବୋଲି ନୀତି ପର୍ଯ୍ୟବେକ୍ଷକମାନେ କଟାକ୍ଷ କରିଛନ୍ତି। ତେବେ ଟ୍ରମ୍ପଙ୍କ କହିବା କଥା, ସେ ତାଙ୍କର ବ୍ୟବସାୟକୁ ଏକ ଟ୍ରଷ୍ଟକୁ ହସ୍ତାନ୍ତର କରିଦେଇଛନ୍ତି, ଯାହା ତାଙ୍କ ପିଲାମାନଙ୍କ ଦ୍ୱାରା ପରିଚାଳିତ।

ସେହିପରି ସେ ଆମେରିକୀୟଙ୍କ ସ୍ବାର୍ଥରେ ହିଁ ସବୁକିଛି କରନ୍ତି ବୋଲି ହ୍ୱାଇଟ୍ ହାଉସ୍ ପକ୍ଷରୁ ସଫେଇ ଦିଆଯାଇଛି। ଅପରପକ୍ଷେ, ଆମେରିକୀୟ କ୍ରେତାମାନଙ୍କୁ ବିକ୍ରି ହେଉଥିବା ଆଇଫୋନ୍‌କୁ ଆମେରିକାରେ ତିଆରି କରିବା ପାଇଁ ଆପଲ୍ ସିଇଓ ଟିମ୍ କୁକ୍‌ଙ୍କ ଉପରେ ଟ୍ରମ୍ପ୍‌ ଚାପ ପକାଇବା ସମୟରେ ଏହି ନିଷ୍ପତ୍ତି ସାମନାକୁ ଆସିଛି। କହିବା ବାହୁଲ୍ୟ, ଟ୍ରମ୍ପ୍‌ ଗତ ବର୍ଷ ୬୦ କୋଟି ଡଲାରରୁ ଅଧିକ ରୋଜଗାର କରିଥିଲେ, ଯାହା ଟ୍ରମ୍ପ ବ୍ରାଣ୍ଡେଡ୍ ବାଇବଲ, ଘଣ୍ଟା, ସ୍ନିକର୍ସ ଭଳି ସୂତ୍ରରୁ ଆସିଛି। ତେବେ ଗତ ମାର୍ଚ୍ଚରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୫୧୦ କୋଟି ଡଲାର ଥିଲା, ଯାହା ପୂର୍ବ ବର୍ଷ ଅପେକ୍ଷା ଦୁଇଗୁଣ ଅଧିକ ବୋଲି ଫୋର୍ବସ ପତ୍ରିକା ଆକଳନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe