ମହାକାଶରୁ ସୁନାମି ଚିହ୍ନଟ: ଭୂପତନର ୩୦ ମିନିଟ୍‌ ପୂର୍ବରୁ ସତର୍କ କଲା

ଜୁଲାଇ ଶେଷ ଭାଗରେ ରୁଷିଆର କାମଚାଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଆସିଥିଲା, ଯାହା ପ୍ରଶାନ୍ତ ମହାସାଗରରେ ଏକ ସୁନାମି ସୃଷ୍ଟି କରିଥିଲା। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା(ନାସା)ର....

gdjgddgjcnb

ଜୁଲାଇ ଶେଷ ଭାଗରେ ରୁଷିଆର କାମଚାଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଆସିଥିଲା, ଯାହା ପ୍ରଶାନ୍ତ ମହାସାଗରରେ ଏକ ସୁନାମି ସୃଷ୍ଟି କରିଥିଲା। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା(ନାସା)ର ଜେଟ୍ ପ୍ରପଲ୍‌ସନ୍ ଲାବୋରେଟୋରିରେ ବିକାଶାଧୀନ ‘ଗାର୍ଡିଆନ୍‌’ (ଜିଏନ୍‌ଏନ୍‌ଏସ୍‌ ଆଟମୋସ୍ଫେରିକ୍ ରିଅଲ୍-ଟାଇମ୍ ଡିଜାଷ୍ଟର ଇନଫର୍ମେସନ୍ ଆଣ୍ଡ୍ ଆଲର୍ଟ ନେଟୱାର୍କ) ନାମକ ଏକ ପରୀକ୍ଷାମୂଳକ ସୁନାମି ଚିହ୍ନଟ ପ୍ରଣାଳୀ ଉକ୍ତ ଲହରିଗୁଡ଼ିକୁ ଚିହ୍ନଟ କରିଥିଲା ଏବଂ ତାହା ଭୂପତନ ହେବାର ୩୦ ମିନିଟ୍ ପୂର୍ବରୁ ସତର୍କ କରାଇଥିଲା। ଫଳସ୍ୱରୂପ ଏହି ଧ୍ବଂସକାରୀ ସୁନାମି ସର୍ବନିମ୍ନ କ୍ଷତି ଘଟାଇଥିଲା।

ସୁନାମି ଦ୍ୱାରା ହେଉଥିବା ବାୟୁମଣ୍ଡଳୀୟ ପରିବର୍ତ୍ତନଗୁଡ଼ିକୁ ନିରୀକ୍ଷଣ କରିବା ପାଇଁ ‘ଗାର୍ଡିଆନ୍’ ବିଭିନ୍ନ ଜିଏନ୍‌ଏନ୍‌ଏସ୍‌(ଗ୍ଲୋବାଲ ନେଭିଗେସନ୍‌ ସାଟେଲାଇଟ୍‌ ସିଷ୍ଟମ୍) ଷ୍ଟେସନଗୁଡ଼ିକର ଏକ ବିଶ୍ୱବ୍ୟାପୀ ନେଟୱାର୍କ ବ୍ୟବହାର କରେ। ମହାକାଶରୁ ସମୁଦ୍ରକୁ ସିଧାସଳଖ ପର୍ଯ୍ୟବେକ୍ଷଣ କରିବାର କ୍ଷମତା ବଳରେ ଏହା ସୁନାମି ଭଳି ଘଟଣାଗୁଡ଼ିକୁ ତୁରନ୍ତ ଚିହ୍ନଟ କରିପାରୁଛି। ସୁନାମି କିପରି ସମୁଦ୍ର ଓ ବାୟୁକୁ ବିସ୍ଥାପିତ କରେ ଏବଂ ବାୟୁମଣ୍ଡଳୀୟ ତରଙ୍ଗ ସୃଷ୍ଟି କରେ, ତାହାକୁ ଗାର୍ଡିଆନ୍ ପ୍ରଣାଳୀ ଚିହ୍ନଟ କରିଥାଏ। ବିଶ୍ୱବ୍ୟାପୀ ୩୫୦ରୁ ଅଧିକ ଜିଏନ୍‌ଏସ୍‌ଏସ୍‌ ଷ୍ଟେସନରୁ ତଥ୍ୟ ବିଶ୍ଳେଷଣ କରି, ‘ଗାର୍ଡିଆନ୍’ ପ୍ରଣାଳୀ ସମ୍ଭାବ୍ୟ ସୁନାମି ଉପକୂଳରେ ପହଞ୍ଚିବାର ଘଣ୍ଟାଏ ୨୦ ମିନିଟ୍ ପୂର୍ବରୁ ସତର୍କତା ପ୍ରଦାନ କରିପାରିବ। ଏହି ବର୍ଦ୍ଧିତ ସମୟ କର୍ତ୍ତୃପକ୍ଷଙ୍କୁ ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକୁ ଅଧିକ ପ୍ରଭାବଶାଳୀ ଭାବରେ ଖାଲି କରିବାକୁ ସୁଯୋଗ ଦେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe