ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଥିବା ଦୂରତ୍ୱର ଆକଳନ କରିଥିଲେ ସନ୍ଥ ତୁଳସୀ ଦାସ !

ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଥିବା ଦୂରତ୍ୱର ଆକଳନ କରିଥିଲେ ସନ୍ଥ ତୁଳସୀ ଦାସ !

Amar Ujala

ଗୋସ୍ୱାମୀ ତୁଳସୀ ଦାସଙ୍କର ସବୁଠାରୁ ବଡ଼ କୃତି ହେଉଛି ହନୁମାନ ଚାଳିସା। ଷୋଡ଼ଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିବା ସନ୍ଥ ତୁଳସୀ ଦାସ ଜଣେ ରାମଭକ୍ତ ଭାବେ ଆଜି ବି ପୂଜିତ ଓ ସମ୍ମାନିତ। କୁହାଯାଏ ଯେ, ତୁଳସୀ ଦାସ ମୋଗଲ ସମ୍ରାଟ୍‌ ଆକବରଙ୍କ ଦ୍ୱାରା କାରାଗାରରେ ବନ୍ଦୀ ଥିବାବେଳେ ହନୁମାନ ଚାଳିସା ରଚନା କରିଥିଲେ।
ହନୁମାନ ଚାଳିସାରେ ୪୦ଟି ଚୌପାଇ ରହିଛି। ଏହା ଭିତରେ ଅନେକ ଗୋପନୀୟ ତଥ୍ୟ ଲୁଚି ରହିଛି। ସମସ୍ତଙ୍କୁ ଜଣା ଯେ, ବଜରଙ୍ଗବାଲୀ ହନୁମାନ ଭୂପୃଷ୍ଠରୁ ଆକାଶକୁ ଡ଼େଇଁଥିଲେ । ସେ ସୂର୍ଯ୍ୟଙ୍କୁ ଖାଇବା ପାଇଁ ଏପରି କରିଥିବା କୁହାଯାଏ। ଏକଥା ସୂଚାଇବା ଲାଗି ତୁଳସୀ ଦାସ ହନୁମାନ ଚାଳିସାରେ ଲେଖିଛନ୍ତି-‘ୟୁଗ ସହସ୍ର ଯୋଜନ ପର ଭାନୁ,ଲିଲ୍ୟୋ ତାହି ମଧୁର ଫଲ ଜାନୁ’।

publive-image The Hare Krishna Movement

ଏହି ଧାଡ଼ିରୁ ଜଣାଯାଇଛି ଯେ, ପୃଥିବୀ ଠାରୁ ସୂର୍ଯ୍ୟଙ୍କର ଦୂରତା ହେଉଛି ଯୁଗ ସହସ୍ର ଯୋଜନ।
ଗୋସ୍ୱାମୀ ତୁଳସୀ ଦାସ ବହୁ ବର୍ଷ ଆଗରୁ ସୂର୍ଯ୍ୟ ଓ ପୃଥବୀଙ୍କ ଭିତରେ ଥିବା ଦୂରତା ଯେତିକି ବୋଲି ଦର୍ଶାଇଥିଲେ,ପରେ ବୈଜ୍ଞାନିକମାନେ ମଧ୍ୟ ଠିକ୍‌ ସେତିକି କହିଥିଲେ। ୧୬୫୩ ମସିହାରେ ଜ୍ୟୋତିର୍ବିଜ୍ଞାନୀ ଖ୍ରୀଷ୍ଟିଆନ୍‌ ହୁୟଜେନ୍‌ସ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଥିବା ଦୂରତ୍ୱକୁ ଆକଳନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe