ଆଇଟି ଇଞ୍ଜିନିୟର ଯାଆଁଳା ଭଉଣୀ ଏହି କାରଣରୁ ଜଣେ ଯୁବକଙ୍କୁ କଲେ ବିବାହ

Advertisment
ଆଇଟି ଇଞ୍ଜିନିୟର ଯାଆଁଳା ଭଉଣୀ ଏହି କାରଣରୁ ଜଣେ ଯୁବକଙ୍କୁ କଲେ ବିବାହ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ସୋଲାପୁରରୁ ବିବାହର ଏକ ଭିଡିଓ ଭାଇରାଲ ହୋଇଛି। କୁହାଯାଉଛି କି ଏଠାରେ ଥିବା ଦୁଇ ଯାଆଁଳା ଭଉଣୀ ଜଣେ ଯୁବକଙ୍କୁ ପସନ୍ଦ କରି ଜୀବନସାଥୀ ଭାବେ ବାଛି ବିବାହ କରିଛନ୍ତି। ଆଇଟି ଇଞ୍ଜିନିୟର ଯାଆଁଳା ଭଉଣୀଙ୍କ ଗତ ଶୁକ୍ରବାର ବିବାହ ହୋଇଛି। ଏହି ବିବାହରେ ଉଭୟ ବର ଓ କନ୍ୟାଙ୍କ ପରିବାର ଖୁସି ଅଛନ୍ତି।

ସୋସିଆଲ ମିଡିଆରେ ଏହି ବିବାହ ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ ଦୁଇଭଉଣୀ ପିଙ୍କି ଓ ରିଙ୍କି ଦୁହେଁ ଆଇଟି ଇଞ୍ଜିନିୟର ଓ ସେମାନେ ମୁମ୍ବାଇରେ କାମ କରନ୍ତି। ଦୁଇ ଯାଆଁଳା ଭଉଣୀ ଅତୁଲ ନାମକ ଯୁବକଙ୍କୁ ବିବାହ କରିବାକୁ ସ୍ଥିର କରିଥିଲେ। ଦୁହେଁ ପିଲାଟି ଦିନରୁ ଏକାଠି ରହି ଆସୁଥିବା ବେଳେ ବିବାହ ପରେ ବି ଏକାଠି ରହିବାକୁ ସ୍ଥିର କରିଥିଲେ।

ଏଭଳି ସମୟରେ ଦୁହିଁଙ୍କ ଜୀବନରେ ଅତୁଲ ନାମକ ଜଣେ ପୁରୁଷ ଆସିଥିଲେ। ଅତୁଲଙ୍କ ମୁମ୍ବାଇରେ ଟ୍ରାଭେଲ ଏଜେନ୍ସି ରହିଛି। ତେବେ ରିଙ୍କ ଓ ପିଙ୍କିଙ୍କ ବାପାଙ୍କ ମୃତ୍ୟୁ ହୋଇଯିବା ପରେ ସେମାନେ ମା’ଙ୍କ ସହିତ ରହୁଥିଲେ। ଏକଦା ତାଙ୍କ ମା’ଙ୍କ ମୃତ୍ୟୁ ହୋଇଯିବା ପରେ ସେମାନେ ଅତୁଲଙ୍କ କାର ଭଡ଼ାରେ ନେଇଥିଲେ। ଏହି ସମୟରେ ଅତୁଲ ଦୁଇଭଉଣୀଙ୍କ ସଂସ୍ପର୍ଶରେ ଆସିଥିଲେ।

କିଛିଦିନ କଥାବର୍ତ୍ତା ହେବାପରେ ପିଙ୍କି ଓ ରିଙ୍କି ଅତୁଲଙ୍କୁ ବିବାହ କରିବେ ବୋଲି ସ୍ଥିର କରିଥିଲେ। ଏହାପରେ ଅତୁଲ ପିଙ୍କି ଓ ରିଙ୍କିଙ୍କୁ ବିବାହ କରିବେ ବୋଲି ଘରେ କଥା ପକାଇଥିଲେ। ଅତୁଲଙ୍କ ପରିବାରଲୋକ ରିଙ୍କି ଓ ପିଙ୍କିଙ୍କ ମା’ଙ୍କ ସହିତ କଥା ହୋଇ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏହି ବିବାହରେ ତିନିଜଣ ଅର୍ଥାତ ଅତୁଲ, ରିଙ୍କି ଓ ପିଙ୍କି ବହୁତ ଖୁସି ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe