ସମାନ ହସ୍ପିଟାଲ୍‌ରେ ଗୋଟାଏ ଦିନରେ ୨ ଶିଶୁପୁତ୍ରଙ୍କୁ ଜନ୍ମଦେଲେ ଯାଆଁଳା ଭଉଣୀ

ସମାନ ହସ୍ପିଟାଲ୍‌ରେ ଗୋଟାଏ ଦିନରେ ୨ ଶିଶୁପୁତ୍ରଙ୍କୁ ଜନ୍ମଦେଲେ ଯାଆଁଳା ଭଉଣୀ

www.aajtak.in

ୱାଶିଂଟନ୍‌: ଯମଜ ଭଉଣୀ ଏକା ସାଥୀରେ ଗୋଟାଏ ହସ୍ପିଟାଲ୍‌ରେ ମାଆ ବନିବା କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକେ ଏହାକୁ ଏକ ଚମତ୍କାର ବୋଲି କହୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି। ସେ ଦୁଇ ଜଣ ପିଲାଙ୍କ ବି ସମାନ ଓଜନ ଓ ସମାନ ଦେଖିବାକୁ।

ଆମେରିକାର ଏହି ଯାଆଁଳା ଭଉଣୀ ୨ ଜଣ ହେଉଛନ୍ତି ଜିଲ୍‌ ଜଷ୍ଟିନିଆନି ଓ ଏରିନ୍‌‌ ଚେପ୍ଲାକ୍‌। ଦୁଇ ଜଣଙ୍କ ପିଲାଙ୍କ ମଧ୍ୟରେ ଏତେ ସମାନତା ଦେଖି ୨ ଭଉଣୀ ଏକଦମ ଖୁସି ହୋଇ ଯାଇଛନ୍ତି। ସେମାନଙ୍କ ଡେଲିଭରି ପାଇଁ ସେମାନଙ୍କୁ ମେ ୫ ତାରିଖରେ ଗୋଟାଏ ହସ୍ପିଟାଲ୍‌ରେ ଏକାଥରକେ ଭର୍ତ୍ତି କରାଯାଇଥିଲା।

publive-image www.aajtak.in

ଏବିସି ନ୍ୟୁଜ୍‌ ମୁତାବକ, ହସ୍ପିଟାଲ୍‌ରେ ଦୁହେଁ ଅଳ୍ପ କିଛି ଘଣ୍ଟାର ବ୍ୟବଧାନରେ ସେମାନଙ୍କ ପିଲାକୁ ଜନ୍ମ ଦେଇଛନ୍ତି। ଜିଲ୍‌ ଏବଂ ଏରିନ୍‌ ୨ ଜଣ ଯାକ ଦୁଇ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ସୂଚନା ରହିଛି। ଏହି ଦୁଇ ନବଜାତକଙ୍କ ଭିତରେ ସେମାନଙ୍କ ମାଆ ପରି ‌ଅନେକ ସମାନତା ଦେଖିବାକୁ ମିଳିଛି।

ଜିଲ୍‌ ତାଙ୍କ ପୁଅକୁ ସଂଧ୍ୟା ୬.୩୯ରେ ଜନ୍ମ ଦେଇଥିବା ବେଳେ ଏରିନା ରାତି ୧୧.୩୦ରେ ତାଙ୍କ ପୁତ୍ରକୁ ଜନ୍ମ ଦେଇଛନ୍ତି। ଜିଲ୍‌ଙ୍କ ପୁତ୍ରର ନାମ ଓଲିଭର୍‌ ରଖା ଯାଇଥିବା ବେଳେ ଏରିନାଙ୍କ ପୁଅର ନାମ ରହିଛି ସିଲାସ୍‌।

ଉଭୟ ନବଜାତକ ଓ ମାଆ ସୁସ୍ଥ ଥିବା ଜଣାପଡ଼ିଛି। ସେମାନଙ୍କୁ ଡେଲିଭରିର ୨ ଦିନ ମଧ୍ୟରେ ଡିସ୍‌ଚାର୍ଜ କରି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe