୪୮ବର୍ଷ ବୟସରେ ପ୍ରଦାର୍ପଣ କଲେ ରାହୁଲ ଗାନ୍ଧି, ଚର୍ଚ୍ଚାରେ ରାହୁଲଙ୍କ ଦୁଇଦୁଇଟି ପ୍ରେମ କାହାଣୀ !

୪୮ବର୍ଷ ବୟସରେ ପ୍ରଦାର୍ପଣ କଲେ ରାହୁଲ ଗାନ୍ଧି, ଚର୍ଚ୍ଚାରେ ରାହୁଲଙ୍କ ଦୁଇଦୁଇଟି ପ୍ରେମ କାହାଣୀ !

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମିସନ୍‌ଙ୍କ  ଏବେ ୨୦୧୯ରେ କ୍ଷମତାକୁ .ଫେରିବା । ମଙ୍ଗଳବାର ୪୮ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି ରାହୁଲ । ଏଯାବତ୍‌ ସେ ଅବିବାହିତ ଅଛନ୍ତି।  ତାଙ୍କୁ ଯେତେବେଳେ  ବି ବିବାହ କେବେ କରିବେ ନେଇ ପ୍ରଶ୍ନ ହୋଇଛି .ସେ ଏହାର ଉତ୍ତରରେ କହିଛନ୍ତି, ମୋତେ ଯେବେ ଯୋଗ୍ୟ ଯୁବତୀ ମିଳିବ ମୁଁ ବିବାହ କରିନେବି। ତେବେ ରାହୁଲ ଗାନ୍ଧିଙ୍କ ଦୁଇଦୁଇଟି ପ୍ରେମ କାହାଣୀ ଚର୍ଚ୍ଚାରେ ରହିଥିଲା।

publive-image

‘ସଣ୍ଡେ ଗାଡିଏନ୍‌’ ପତ୍ରିକା ୨୦୧୨ରେ ରାହୁଲଙ୍କ ପ୍ରେମ କାହାଣୀର ଖୁଲାସା କରିଥିଲା। କୁହାଯାଏ, ରାହୁଲ ଗାନ୍ଧିଙ୍କର ଅଫଗାନୀ ରାଜା ମହମ୍ମଦ ଜହିର ଶାହଙ୍କ ନାତୁଣୀ ନୋଅଲ ଜେହରଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ଏକଦା ରାହୁଲ ଗାନ୍ଧି ଓ ନୋଅଲ ଜେହର ଦିଲ୍ଲୀର ଏକ ହୋଟେଲରେ ଏକାଠି ନଜର ଆସିଥିଲେ। ନୋଅଲ ଫ୍ରେଞ୍ଚ ୟୁନିଭର୍ସିଟି ଇନ୍‌ଷ୍ଟିଚ୍ୟୁଟରୁ ୟୁରୋପିୟନ୍‌ ବିଜନେସ୍‌ରେ ଗ୍ରାଜୁଏଟ ଶେଷ କରିଥିଲେ। ସେ ଇଟାଲିରେ ବସବାସ କରନ୍ତି। ଖବର ଆସିଥିଲା କି ନୋଅଲ ଧର୍ମ ପରିବର୍ତ୍ତନ କରି ରୋମନ୍‌ କ୍ୟାଥେଲିକ୍‌ ବନିଥିଲେ ଓ ରାହୁଲ ଗାନ୍ଧିଙ୍କ ସହିତ ସୋନିଆ ଗାନ୍ଧିଙ୍କ ପୈତୃକ ଘର ଇଟାଲିରେ ଏକାଠି ନଜର ଆସିଥିଲେ। ରାହୁଲ ନୋଅଲଙ୍କୁ ବିବାହ କରିବେ ବୋଲି କଥା ଉଠିଥିବା ବେଳେ ସେ ୨୦୧୩ରେ ଇଜିପ୍ଟର ରାଜକୁମାର ମହମ୍ମଦଙ୍କୁ ବିବାହ କରିଥିଲେ।

ସେହିପରି  ୯୦ ଦଶକରେ କ୍ୟାମ୍ବ୍ରିଜ ୟୁନିଭର୍ସିଟିରେ ରାହୁଲଙ୍କ ଭେଟ ଭର୍ନିକ କାର୍ଟେଲିଙ୍କ ସହିତ ହୋଇଥିଲା। ୧୯୯୯ରେ ରାହୁଲ ଓ ଭର୍ନିକ ଆଣ୍ଡମାନ୍‌ରେ ଛୁଟି କାଟୁଥିବା ସମୟରେ ଏକାଠି ନଜର ଆସିଥିଲେ। ଭର୍ନିକଙ୍କ ସହିତ ବି ରାହୁଲଙ୍କ ନାମକୁ ଯୋଡା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe