କବର ଭିତରୁ ବାହାରିଲା ୨ ହଜାର ବର୍ଷ ପୁରୁଣା କୁନିପିଲାର ଖେଳନା

Advertisment
କବର ଭିତରୁ ବାହାରିଲା ୨ ହଜାର ବର୍ଷ ପୁରୁଣା କୁନିପିଲାର ଖେଳନା

ନୂଆଦିଲ୍ଳୀ: ବେଳେ ବେଳେ ମାଟି ତଳୁ ଏପରି କିଛି ଅଦ୍ଭୂତ ଜିନିଷ ବାହାରିଥାଏ, ଯାହା ସଭିଙ୍କୁ ଚକିତ କରିପକାଏ। ତୁର୍କୀର ଏକ ପ୍ରାଚୀନ ଅଞ୍ଚଳକୁ ଖୋଳାଖୋଳି କରିବା ସମୟରେ ଏପରି କିଛି ଜିନିଷ ଉଦ୍ଧାର ହୋଇଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ପ୍ରତ୍ନତତ୍ତ୍ବବିତଙ୍କ ଅନୁସାରେ, ଏହି ଖେଳଣାଟି ବହୁ ପୁରୁଣା ମାଟିରୁ ତିଆରି। ଯାହାକୁ ହୁଏତ କୁନି ପିଲାଟିକୁ ଉପହାର ଆକାରରେ ଦିଆଯାଇଥିଲା। କୁନି ପିଲାଟି ମରିଯିବା ପରେ ସେହି ଉପହାରକୁ ତାହା ସହ କବର ଦିଅ‌ାଯାଇଛି।

ସାଧାରଣତଃ କେହି ମରିଗଲା ପରେ ଆମେ ସେମାନଙ୍କ ପ୍ରିୟ ଜିନିଷକୁ ସେମାନଙ୍କ ସହ ପୋଡ଼ି ଦେଇଥାଉ କିମ୍ବା ପୋତି ଦେଇଥାଉ। କୁନି ପିଲାର ପରିବାର ଲୋକ ବି ନିଜ ପିଲାର କବରରେ ସେୟା ଭାବି ତା’ର ଖେଳନାଟିକୁ ପୋତି ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

ଘଟଣାଟି ହେଉଛି ତୁର୍କୀର କାନାକାଲେର ଆୟାଭାସିକ ଜିଲ୍ଲାର ଏକ ଗ୍ରାମର। ସେଠାରେ ପ୍ରତ୍ନତତ୍ତ୍ବବିତମାନେ ଆବିଷ୍କାର ହୋଇଥିବା ୭ ହଜାର ବର୍ଷ ପୁରୁଣା ଏକ ସହରରେ ଖନନ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ସମୟ‌ରେ ସେମାନଙ୍କୁ ଏକ କୁନି ପିଲାର କବର ମିଳିଲା। ସେହି କବର ଭିତରୁ ମିଳିଲା ମାଟିର ଏହି ଖେଳନା। ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚା ହେଉଛି। ଖେଳନାଟିକୁ ଦେଖିବା ପରେ ଏକ ଭାବପ୍ରବଣ ବାତାବରଣ ସୃଷ୍ଟି ହୋଇଛି।

ପ୍ରତ୍ନତତ୍ତ୍ବବିତମାନେ ଏବେ ଯେଉଁ ସହରର ଖନନ କାର୍ଯ୍ୟ କରୁଛନ୍ତି ସେହି ସହରଟି ସମୁଦ୍ରରେ ଲୁଚି ଯାଇଥିବା ଏକ ପାହାଡ଼ ଉପରେ ରହିଥିଲା। ଏହି ସହରକୁ ୟୁନେସ୍କୋ ବିଶ୍ବ ଐତିହ୍ୟ ତାଲିକାରେ ବି ସ୍ଥାନ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe