ଧାରା ୩୭୭ର ଅସିଦ୍ଧ ଘୋଷଣାରେ ବିଶେଷ ଭୂମିକା ଗ୍ରହଣ କରିଥିବା ଏହି ଦୁଇ ମହିଳା ଓକିଲଙ୍କ ସଂପର୍କରେ ବଡ଼ ଖୁଲାସା, ଏମାନଙ୍କ ଭିତରେ ରହିଛି ସମଲିଙ୍ଗୀ ସଂପର୍କ

Advertisment

TWITTER

ନୂଆଦିଲ୍ଲୀ: ବ୍ରିଟିଶ ଅମଳରୁ ଚଳି ଆସିଥିବା ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୭୭କୁ ହଟାଇବା ପାଇଁ ଆଇନଗତ ଲଢ଼େଇ ଲଢ଼ିଥିବା ଦୁଇ ମହିଳା ଓକିଲ ମେନକା ଗୋସ୍ୱାମୀ ଏବଂ ଅରୁନ୍ଧତୀ କାଟ୍‌ଜୁ ଏକ ଇତିହାସ ରଚିଛନ୍ତି। ଦେଶରେ ସମଲିଙ୍ଗୀ ସଂପର୍କକୁ ଆଇନ୍‌ଗତ କରିବାରେ ଏହି ଦୁହିଁଙ୍କର ଖୁବ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

୨୦୧୮ ମସିହା ସେପ୍ଟେମ୍ବର ୬ ତାରିଖରେ ସୁପ୍ରିମକୋର୍ଟଙ୍କର ୫ ଜଣିଆ ଖଣ୍ଡପୀଠ ଆଇପିସିର ୩୭୭ ଧାରାକୁ ଅସିଦ୍ଧ ଘୋଷଣା କରିଥିଲେ।  ଏହି ଧାରାର ସମୀକ୍ଷା ଲାଗି ସୁପ୍ରିମକୋର୍ଟ ଗଠନ କରିଥିବା ଆଟର୍ଣ୍ଣି ପ୍ୟାନ୍‌ଲେରେ ବରିଷ୍ଠ ଆଇନଜୀବୀ ମେନକା ଗୌସ୍ୱାମୀ ଓ ଅରୁନ୍ଧତୀ କାଟ୍‌ଜୁ ବି ସାମିଲ୍‌ ଥିଲେ।

ଏହି ଦୁଇ ମହିଳାଙ୍କ ପାଇଁ ୩୭୭ ଧାରା ଅସିଦ୍ଧ ହେବା କେବଳ ଜାତୀୟ ବିଜୟ ନ ଥିଲା ବରଂ ବ୍ୟକ୍ତିଗତ ବିଜୟ ମଧ୍ୟ। କାହିଁକି ନା, ବାସ୍ତବ ଜୀବନରେ ବି ଏହି ଦୁଇ ମହିଳା ସମଲିଙ୍ଗୀ ସଂପର୍କରେ ଅଛନ୍ତି ବୋଲି ଜାଣିବାକୁ ମିଳିଛି। ନିକଟରେ ହୋଇଥିବା ଏକ ସାକ୍ଷାତ୍‌କାରରେ ଏମାନେ ତାଙ୍କର ସଂପର୍କକୁ ନେଇ ଖୁଲାସା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଅରୁନ୍ଧତୀ କାଟ୍‌ଜୁ ହେଉଛନ୍ତି ପୂର୍ବତନ ସୁପ୍ରିମ୍‌କୋର୍ଟ ବିଚାରପତି ମାର୍କଣ୍ଡେୟ କାଟ୍‌ଜୁଙ୍କ ଭାଣିଜୀ ଓ ମେନକା ଗୌସ୍ୱାମୀ ହେଉଛନ୍ତି ଜଣାଶୁଣା ରାଜନୈତିକ ଚିନ୍ତକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରାମର୍ଶଦାତା ମୋହନ ଗୌସ୍ୱାମୀଙ୍କ ଝିଅ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe