ଐତିହାସିକ ଦୂରତାର ରେକର୍ଡ କରି ଫେରିଲେ ଦୁଇ ମହିଳା

Advertisment

ଘରୋଇ ମହାକାଶ ବୈଷୟିକ କମ୍ପାନି ସ୍ପେସ୍‌ଏକ୍‌ସର ପାଞ୍ଚଦିନିଆ ‘ପୋଲାରିସ୍ ଡନ୍‌’ ମିସନ୍ ସଫଳତାର ସହିତ ସମାପ୍ତ ହୋଇଛି। ରବିବାର ଦିନ ପ୍ରାୟ ୧ଟା ବେଳେ ଚାରିଜଣ ମହାକାଶଚାରୀ ସୁରକ୍ଷିତ ଭାବେ ପୃଥିବୀପୃଷ୍ଠରେ ଅବତରଣ କରିଛନ୍ତି।

ଘରୋଇ ମହାକାଶ ବୈଷୟିକ କମ୍ପାନି ସ୍ପେସ୍‌ଏକ୍‌ସର ପାଞ୍ଚଦିନିଆ ‘ପୋଲାରିସ୍ ଡନ୍‌’ ମିସନ୍ ସଫଳତାର ସହିତ ସମାପ୍ତ ହୋଇଛି। ରବିବାର ଦିନ ପ୍ରାୟ ୧ଟା ବେଳେ ଚାରିଜଣ ମହାକାଶଚାରୀ ସୁରକ୍ଷିତ ଭାବେ ପୃଥିବୀପୃଷ୍ଠରେ ଅବତରଣ କରିଛନ୍ତି।

fhfshfshfsht

ଘରୋଇ ମହାକାଶ ବୈଷୟିକ କମ୍ପାନି ସ୍ପେସ୍‌ଏକ୍‌ସର ପାଞ୍ଚଦିନିଆ ‘ପୋଲାରିସ୍ ଡନ୍‌’ ମିସନ୍ ସଫଳତାର ସହିତ ସମାପ୍ତ ହୋଇଛି। ରବିବାର ଦିନ ପ୍ରାୟ ୧ଟା ବେଳେ ଚାରିଜଣ ମହାକାଶଚାରୀ ସୁରକ୍ଷିତ ଭାବେ ପୃଥିବୀପୃଷ୍ଠରେ ଅବତରଣ କରିଛନ୍ତି। ଏହି ମିସନରେ ଏକାଧିକ ନୂଆ କୀର୍ତ୍ତିମାନ ସ୍ଥାପନ ହୋଇଥିବା ବେଳେ ଏଥିରେ ସାମିଲ ଦୁଇଜଣ ମହିଳା ମହାକାଶଚାରୀ ପୃଥିବୀଠାରୁ ସର୍ବାଧିକ ଦୂରକୁ ଯାତ୍ରା କରି ଏକ ଐତିହାସିକ ରେକର୍ଡର ଅଧିକାରୀ ହୋଇଛନ୍ତି। ଏ ଦୁଇଜଣ ହେଉଛନ୍ତି ମିସନ୍ ସ୍ପେସାଲିଷ୍ଟ ସାରା ଗିଲ୍‌ ଓ ମେଡିକାଲ୍‌ ଅଫିସର୍‌ ଆନ୍ନା ମେନନ୍‌।

ଗତ ୧୦ ତାରିଖରେ ‘ପୋଲାରିସ୍‌ ଡନ୍’ ମହାକାଶଚାରୀମାନେ ପୃଥିବୀପୃଷ୍ଠରୁ ପ୍ରାୟ ୧୪୦୦ କିଲୋମିଟର ଦୂରକୁ ଯାତ୍ରା କରିଥିଲେ। ଏହା ପୂର୍ବରୁ ୧୯୬୬ରେ ‘ଜେମିନି ୧୧’ ମିସନ୍‌ରେ ଯାଇଥିବା ମହାକାଶଚାରୀମାନେ ଅନୁରୂପ ରେକର୍ଡର ଅଧିକାରୀ ହୋଇଥିଲେ। ତୁଳନା ଲାଗି ଉଲ୍ଲେଖଯୋଗ୍ୟ ଯେ ପୃଥିବୀ ଚାରିପଟେ ସ୍ଥାୟୀ ଭାବେ ବୁଲୁଥିବା ‘ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର’ (ଆଇଏସ୍‌ଏସ୍‌) ପୃଥିବୀପୃଷ୍ଠରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଅବସ୍ଥିତ। ଏହି ମିସନର ସଫଳତା ଘରୋଇ ମହାକାଶଯାତ୍ରା ଉଦ୍ୟୋଗ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ, ମହାକାଶ ବିଜ୍ଞାନ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଓ ଅବଦାନ ଦୃଷ୍ଟିରୁ ମଧ୍ୟ ସେତିକି ଉତ୍ସାହଜନକ। ଗତ ୧୨ ତାରିଖରେ ପୃଥିବୀର ସର୍ବପ୍ରଥମ ଘରୋଇ ସ୍ପେସ୍‌ଵାକ୍ କରି ଆନ୍ନା ମେନନ୍‌ ମହିଳାଙ୍କ ପାଇଁ ପ୍ରେରଣାର ଆଉ ଏକ ମଶାଲ ଜାଳିଛନ୍ତି। ମହାକାଶ ବିଜ୍ଞାନ ଏକ ପୁରୁଷପ୍ରଧାନ କ୍ଷେତ୍ର ହୋଇଆସିଥିବା ବେଳେ ସାରା ଓ ଆନ୍ନାଙ୍କ ସଫଳତା ଏ କ୍ଷେତ୍ରରେ ଲିଙ୍ଗ ସମାନତା ଆଣିବାରେ ସାହାଯ୍ୟ କରିବ ବୋଲି କୁହାଯାଉଛି। ସେହିପରି ଏମାନଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଆଗାମୀ ପିଢ଼ିର ଅଧିକରୁ ଅଧିକ ଛାତ୍ରୀ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ କ୍ୟାରିଅର୍‌ ଗଢ଼ିବା ଲାଗି ଆକର୍ଷିତ ହେବେ ବୋଲି ଆଶା କରାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe