କ୍ୟାବ ବୁକ କରିବା ପରେ ଚାଳକ ଗ୍ରାହକଙ୍କ ପାଖକୁ ପଠାଇଲେ ଏଭଳି ବାର୍ତ୍ତା, ଯାହାର ସ୍କ୍ରିନସଟ ହେଲା ଭାଇରାଲ

Advertisment
କ୍ୟାବ ବୁକ କରିବା ପରେ ଚାଳକ ଗ୍ରାହକଙ୍କ ପାଖକୁ ପଠାଇଲେ ଏଭଳି ବାର୍ତ୍ତା, ଯାହାର ସ୍କ୍ରିନସଟ ହେଲା ଭାଇରାଲ

ନୂଆଦିଲ୍ଲୀ: ପ୍ରାୟତଃ ଲୋକମାନେ କ୍ୟାବ ବୁକ କରିବା ପ‌ରେ ଚାଳକ କେଉଁଠାରେ ଅଛନ୍ତି ତାହା ଜାଣିବା ପାଇଁ କଲ୍ କି ମେସେଜ କରିଥାଆନ୍ତି। ଏହାପରେ ଚାଳକ କେଉଁଠାରେ ଅଛନ୍ତି, ଆସିବା ପାଇଁ କେତେ ସମୟ ଲାଗିବ ତାହା ଗ୍ରାହକଙ୍କୁ ଜଣାଇ ଦେଇଥାଆନ୍ତି। ଏହି କ୍ରମରେ ନିକଟରେ ଜଣେ କ୍ୟାବ ଚାଳକ ତାଙ୍କ ଗ୍ରାହକଙ୍କୁ ପଠାଇଥିବା ମେସେଜର ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଆଶି  (@ashimhta) ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଆପ-କ୍ୟାବ ଡ୍ରାଇଭରଙ୍କ ସହ ହୋଇଥିବା ବାର୍ତ୍ତାଳାପର ଏକ ସ୍କ୍ରିନସଟ ଟ୍ୱିଟ କରିଥିଲେ । ଏହି ସ୍କ୍ରିନସଟ୍ ସେୟାର କରି ଆଶି ଲେଖିଛନ୍ତି, ‘ ଦିନସାରା ଯାତ୍ରା କରିବା ପରେ ଥକି ଯାଇଛନ୍ତି। ଏହି ସ୍କ୍ରିନସଟରେ ଏବେ ଭାଇରାଲ ହେବାରେ ଲାଗିଛି।

ଏଥିରେ ଭରତ ନାମକ ଜଣେ ଚାଳକ ଆଶିଙ୍କୁ ନିଦ ବାଉଳାରେ କ୍ୟାବ ବାତିଲ କରିବାର ମ୍ୟାସେଜ ପଠାଇଥିଲେ।  କ୍ୟାବ ଚାଳକ ଭରତ ଲେଖିଥିଲେ, ‘ମୋତେ ନିଦ ଲାଗୁଛି, ତେଣୁ ମୁଁ କ୍ୟାବ ବାତିଲ କରୁଛି।’

ଏହି ଟୁଇଟ୍ ଦେଖିବା ପରେ ଅନେକ ଲୋକ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏହି ଟୁଇଟ୍ ଚାରି ହଜାରରୁ ଅଧିକ ଲାଇକ୍ ପାଇଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଉକ୍ତ ଚାଳକଙ୍କ ସଚ୍ଚୋଟତାକୁ ପ୍ରଶଂସା କରିଛନ୍ତି। ଜଣେ ଟ୍ୱିଟର ବ୍ୟବହାରକାରୀ ଏହି ପୋଷ୍ଟରେ ଲେଖିଛନ୍ତି, “ନିଦ ଲାଗୁଥିବା ସମୟରେ ଗାଡି ଚଳାଇବା ଠିକ ନୁହେଁ, କାରଣ ଏହି ସମୟରେ ଦୁର୍ଘଟଣା ଘଟିବାର ଅନେକ ସମ୍ଭାବନା ରହିଥାଏ। । ଏଭଳି ପରିସ୍ଥିତିରେ ସେ ତାଙ୍କ ସ୍ଥାନରେ ଏକ ଭଲ କାମ କରିଛନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe