ଇନଫୋସିସ୍ ପ୍ରତିଷ୍ଠାତାଙ୍କ ସ୍ତ୍ରୀ କହିଲେ, ‘ରେସ୍ତୋରାଁରେ ଚାମଚକୁ ଦେଖିଲେ ଭୟ ଲାଗେ’

Advertisment
ଇନଫୋସିସ୍ ପ୍ରତିଷ୍ଠାତାଙ୍କ ସ୍ତ୍ରୀ କହିଲେ, ‘ରେସ୍ତୋରାଁରେ ଚାମଚକୁ ଦେଖିଲେ ଭୟ ଲାଗେ’

ନୂଆଦିଲ୍ଲୀ: ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀଙ୍କ ପତ୍ନୀ ତଥା ଜଣାଶୁଣା ଲେଖକ ସୁଧା ମୁର୍ତ୍ତୀ ଖାଦ୍ୟ ଅଭ୍ୟାସ ବିଷୟରେ ସମ୍ପ୍ରତି ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି।

ୟୁଟ୍ୟୁବ୍ ସିରିଜ୍ 'ଖାନେ ମେ କୌନ ହୈ'ରେ ସୁଧା ମୁର୍ତ୍ତୀ ଦେଇଥିବା ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ, ସେ ଜଣେ ଶୁଦ୍ଧ ଶାକାହାରୀ । ସାଧାରଣତଃ କୌଣସି ସ୍ଥାନକୁ ଗଲେ  ନିଜ ସହିତ ତାଙ୍କ ଖାଦ୍ୟ ଓ ଚାମଚ ବହନ କରିଥାଆନ୍ତି। କାରଣ ବିଦେଶ ଗଲେ ତାଙ୍କୁ ଖାଦ୍ୟ ଓ ଚାମଚକୁ ନେଇ ଭୟ ରହିଥାଏ। ସୁଧାଙ୍କ ଧାରଣା କି ସମାନ ଚାମଚ ଉଭୟ ଶାକାହାରୀ ଏବଂ ଅଣ ଶାକାହାରୀ ଖାଦ୍ୟ ପାଇଁ ବ୍ୟବହୃତ ହୋଇଥାଏ।  ଯାହାକି ତାଙ୍କୁ ପସନ୍ଦ ନୁହେଁ।

ସୁଧା ମୁର୍ତ୍ତୀ କହିଛନ୍ତି, ‘ମୁଁ ଏକ ଶୁଦ୍ଧ ଶାକାହାରୀ ମଣିଷ। ଏମିତି କି ଅଣ୍ଡା ଓ ରସୁଣ ମଧ୍ୟ ଖାଏ ନାହିଁ । ଚାମଚକୁ ନେଇ ମୋର ବହୁତ ଭୟ ରହିଛି। କାରଣ ମୋ ଚାମଚକୁ ଛାଡ଼ି ଦେଲେ ରେସ୍ତୋରାଁ ହେଉ ଅବା ଅନ୍ୟ ଖାଇବା ସ୍ଥାନମାନଙ୍କରେ ଯେଉଁ ଚାମଚ ବ୍ୟବହୃତ ହୋଇଥାଏ ତାହା ଉଭୟ ଶାକାହାରୀ ଓ ଅଣ-ଶାକାହାରୀ ଖାଦ୍ୟ ପାଇଁ ବ୍ୟବହ୍ୟତ ହୋଇଥାଏ ବୋଲି ମୋ ମନରେ ଧାରଣ ଅଛି । ହୋଇପାରେ ସେମିତି ହୋଇ ନଥାଇ ପାରେ। କିନ୍ତୁ ଏସବୁ ଧାରଣ ମୁଁ ମୋ ମନରୁ ବାହାର କରି ପାରେନାହିଁ।

ତେଣୁ ଯେତେବେଳେ ମୁଁ ବାହାରକୁ ଯାଏ, କେବଳ ଶାକାହାରୀ ରେସ୍ତୋରାଁ ଖୋଜେ କିମ୍ବା ମୁଁ ଖାଦ୍ୟର ଭରପୂର ଥିବା ଏକ ବ୍ୟାଗ ସାଥୀରେ ନେଇ ଯାଇଥାଏ । ସେଥିରେ ମୋ ଚାମଚ ନିହାତି ଥାଏ। ଯାତ୍ରା ସମୟରେ ମୁଁ ଏମିତି ଖାଦ୍ୟ ଧରିଥାଏ, ଯାହାକୁ କେବଳ ପାଣିରେ ଗରମ କଲେ ପ୍ରସ୍ତୁତ ହୋଇଯାଇଥାଏ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe