ସ୍କୁଲ ଯିବା ସମୟରେ ଏଭଳି ଅସୁବିଧାର ସମ୍ମୁଖୀନ ହେବାରୁ ପୁଲିସ ଷ୍ଟେସନରେ ପହଞ୍ଚିଗଲା ଶିଶୁ

ସ୍କୁଲ ଯିବା ସମୟରେ ଏଭଳି ଅସୁବିଧାର ସମ୍ମୁଖୀନ ହେବାରୁ ପୁଲିସ ଷ୍ଟେସନରେ ପହଞ୍ଚିଗଲା ଶିଶୁ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଜଣେ ଛଅବର୍ଷର ଶିଶୁ ନିଜ ସ୍କୁଲ ନିକଟରେ ପ୍ରତିଦିନ ହେଉଥିବା ଟ୍ରାଫିକ ଜାମ ହେତୁ ବ୍ୟସ୍ତ ହୋଇ ପୁଲିସ ଷ୍ଟେସନରେ ଆସି ପହଞ୍ଚି ଯାଇଥିବାର ଘଟଣା ସାମ୍ନାକୁ ଆସିଛି। ପୁଲିସକୁ ଶିଶୁ ଟ୍ରାଫିକ ସମସ୍ୟା ନେଇ କରୁଥିବା ପ୍ରଶ୍ନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ୟୁକେଜିର ଜଣେ ଛାତ୍ର ଗୁରୁବାର ଦିନ ତାର ଅଭିଯୋଗ ନେଇ ଚିତ୍ତୁର ଜିଲ୍ଲାର ପାଲମନେର ସ୍ଥାନୀୟ ପୁଲିସ ଷ୍ଟେସନକୁ ଯାଇଥିଲା। କାର୍ତ୍ତିକେୟ ନାମକ ଏହି ଶିଶୁ ପାଲମନେର ସର୍କଲ ଇନ୍ସପେକ୍ଟର ଏନ ଭାସ୍କରଙ୍କୁ  ଯାଇ କହିଥିଲା ଯେ ଡ୍ରେନ କାମ ପାଇଁ ଖୋଳା ଯାଇଥିବା ରାସ୍ତାରେ ଟ୍ରାଫିକ ସମସ୍ୟା  ଦିନକୁ ଦିନ ବୃଦ୍ଧି ପାଉଛି। ତେଣୁ ସ୍କୁଲ ଯିବାରେ ଅସୁବିଧା ହେଉଛି। ସମସ୍ୟାର ସମାଧାନ ପାଇଁ ଉକ୍ତ ଅଞ୍ଚଳ ପରିଦର୍ଶନ କରିବାକୁ ସେ ଅନୁରୋଧ କରିଥିଲା।

ବାଳକର ଆତ୍ମବିଶ୍ୱାସ ଦେଖି ପୁଲିସ ଅଧିକାରୀ ଖୁସି ହୋଇ ତାକୁ ମିଠା ପ୍ରଦାନ କରିଥିଲେ ଏବଂ ଏହି ଘଟଣାର ଦୃଷ୍ଟି ଦେବାକୁ ପ୍ରତିଶୃତି ଦେଇଥିଲେ। ଏନ ଭାସ୍କର ମଧ୍ୟ ଶିଶୁକୁ ଫୋନ୍ ନମ୍ବର ଦେଇ ସ୍କୁଲ ଯିବା ସମୟରେ ଯଦି କେବେ କୌଣସି ସମସ୍ୟା ହୁଏ ତେବେ ଫୋନ ଜରିଆରେ ଜଣାଇବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe