ବିଦେଶରୁ ଧାଇଁ ଆସି ଭାରତରେ ବିବାହ କଲେ ୟୁକ୍ରେନର ପ୍ରେମୀଯୁଗଳ

ବିଦେଶୀ ନବବିବାହିତ ଦମ୍ପତି ହିନ୍ଦୁ ପରମ୍ପରା ଏବଂ ଭାରତୀୟ ବିବାହ ରୀତିନୀତି ପ୍ରତି ସେମାନଙ୍କର ଗଭୀର କୃତଜ୍ଞତା ପ୍ରକାଶ କରି କହିଥିଲେ, ‘ ଭାରତରେ ବିବାହ କେବଳ ଏକ ସାମାଜିକ ବନ୍ଧନ ନୁହେଁ ବରଂ ଏକ ଆଧ୍ୟାତ୍ମିକ ଯାତ୍ରା ଯାହା ସ୍ଥିରତା ଏବଂ ଶାନ୍ତି ପ୍ରଦାନ କରେ।’

New Project (1)ERTY

ନୂଆଦିଲ୍ଲୀ: ଭାରତୀୟ ସଂସ୍କୃତି ଏବଂ ସନାତନ ପରମ୍ପରାର ଆକର୍ଷଣ ଏବେ ବିଦେଶୀମାନଙ୍କୁ ମଧ୍ୟ ଆକର୍ଷିତ କରୁଛି। ଦୂରଦୂରାନ୍ତରୁ ବିଦେଶୀମାନେ ଭାରତ ଭ୍ରମଣରେ ଆସି ସ୍ଥାନୀୟ ପରମ୍ପରା ଅନୁଯାୟୀ ବିବାହ କରିବାକୁ ପସନ୍ଦ କରୁଛନ୍ତି। ଏହି ଧାରା କିଛିଦିନ ହେବ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି।

ରାଜସ୍ଥାନର ରାଜଧାନୀ ଯୋଧପୁରରୁ ଏପରି ଏକ ଅନନ୍ୟ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ବିବାହରେ ବର ଓ କନ୍ୟା ସାଜିଥିଲେ ୟୁକ୍ରେନର ଯୁବକ ଓ ଯୁବତୀ।  ବର ଷ୍ଟାନିସ୍ଲାଭ ଶେରୱାନି ପଗଡି ପିନ୍ଧି ଥିବା ବେଳେ କନ୍ୟା ଆନହେଲିନା ପାରମ୍ପରିକ ମାରୱାଡି ବଧୂ ପୋଷାକରେ ସଜେଇ ହୋଇଥିଲେ। ହଳଦୀ ଉତ୍ସବ ସହିତ ବିବାହ ଆରମ୍ଭ ହୋଇଥିଲା। ପରିବାର ଏବଂ ବନ୍ଧୁମାନେ ବର ଏବଂ କନ୍ୟାଙ୍କୁ ହଳଦୀ ଲଗାଇ ସେମାନଙ୍କୁ ଶୁଭକାମନା ଜଣାଇଥିଲେ। 

ସନ୍ଧ୍ୟାରେ ବଡ଼ ଆଡମ୍ବରରେ ଜଣେ ପୁରୋହିତଙ୍କ ବୈଦିକ ମନ୍ତ୍ର ଉଚ୍ଚାରଣରେ ବିଦେଶୀ ଦମ୍ପତି ଅଗ୍ନି ଚାରିପାଖରେ ପରିକ୍ରମା କରି ସାତ ଜୀବନ ପାଇଁ ଏକାଠି ରହିବାର ଶପଥ ନେଇଥିଲେ।ବିବାହ ପରେ ବିଦେଶୀ ନବବିବାହିତ ଦମ୍ପତି ହିନ୍ଦୁ ପରମ୍ପରା ଏବଂ ଭାରତୀୟ ବିବାହ ରୀତିନୀତି ପ୍ରତି ସେମାନଙ୍କର ଗଭୀର କୃତଜ୍ଞତା ପ୍ରକାଶ କରି କହିଥିଲେ, ‘ ଭାରତରେ ବିବାହ କେବଳ ଏକ ସାମାଜିକ ବନ୍ଧନ ନୁହେଁ ବରଂ ଏକ ଆଧ୍ୟାତ୍ମିକ ଯାତ୍ରା ଯାହା ସ୍ଥିରତା ଏବଂ ଶାନ୍ତି ପ୍ରଦାନ କରେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe