ଭୋକରେ ଆଉଟୁପାଉଟୁ ହେଉଥିବା ନିଜର ୩ ପିଲାଙ୍କୁ ଖାଇବାକୁ ଦେବା ପାଇଁ ୧୫୦ଟଙ୍କାରେ କେଶ ବିକି‌ଲେ ମହିଳା

Advertisment
ଭୋକରେ ଆଉଟୁପାଉଟୁ ହେଉଥିବା ନିଜର ୩ ପିଲାଙ୍କୁ ଖାଇବାକୁ ଦେବା ପାଇଁ  ୧୫୦ଟଙ୍କାରେ କେଶ ବିକି‌ଲେ ମହିଳା

news18.com

ଚେନ୍ନାଇ: ତାମିଲନାଡୁର ସଲେମରେ ରହୁଥିବା ପ୍ରେମା ନାମ୍ନୀ ଜଣେ ମହିଳା ନିଜ ପିଲାମାନଙ୍କ ପେଟରେ ଦାନା ଦେବା ପାଇଁ କରିଥିବା କାମ ଏବେ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ପଡ଼ୋଶୀ ଓ ବନ୍ଧୁବାନ୍ଧବଙ୍କଠାରୁ ସାହାଯ୍ୟ ମାଗି ନିରାଶ ହେବା ପରେ ଶେଷରେ ସେ ନିଜର କେଶ ବିକ୍ରି କରି ପିଲାମାନଙ୍କୁ ଖାଇବାକୁ ଦେଇଛନ୍ତି। ସ୍ବାମୀ ହାର୍ ମାନି ଦୁନିଆରୁ ଚାଲିଯିବା ପରେ ୭ମାସ ଧରି ବହୁ କଷ୍ଟରେ ନିଜର ୩ଟି ପିଲାଙ୍କ ଲାଳନପାଳନ କରୁଛନ୍ତି ପ୍ରେମା। ହେଲେ ୭ମାସ ମଧ୍ୟରେ ଏକା ସଂଘର୍ଷ କରି କରି ହାରି ଯିବା ପରେ ଶେଷରେ ସେ ପିଲାମାନଙ୍କୁ ଖାଇବାକୁ ଦେବା ପାଇଁ ନିଜର କେଶକୁ ୧୫୦ଟଙ୍କାରେ ବିକ୍ରି କରିଥିବା ଜଣାପଡ଼ିଛି।

ପ୍ରେମାଙ୍କ କହିବା ମୁତାବକ, ସ୍ବାମୀ ସେଲଭମ୍ ୨.୫ଲକ୍ଷ ଟଙ୍କା ସୁଧରେ ଆଣି ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ହେଲେ କିଛି ଲୋକଙ୍କ ଦ୍ବାରା ଠକାମିର ଶିକାର ହେବା ପରେ ତାଙ୍କୁ ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିଥିଲା। ଏହାକୁ ସହି ନ ପାରି ୭ମାସ ତଳେ ସେ ଆତ୍ମହତ୍ୟା କରିଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ପ୍ରେମାଙ୍କ ଉପରକୁ ଘରର ସମସ୍ତଙ୍କ ଦାୟିତ୍ବ ଓ ୩ ଜଣ ପିଲାଙ୍କୁ ବଡ଼ କରିବାର ଦାୟିତ୍ବ ଚାଲି ଆସିଥିଲା। ୭ମାସ ପର୍ଯ୍ୟନ୍ତ  ଧାରକରଜ କରି ସେ ଚଳି ଯାଉଥିଲେ ମଧ୍ୟ ଧିରେ ଧିରେ ସମସ୍ତେ ସାହାଯ୍ୟ କରିବା ବନ୍ଦ କରି ଦେଇଥିଲେ। ସବୁ ବାଟ ବନ୍ଦ ହେବା ପରେ ନିଜ ପିଲାମାନଙ୍କୁ ଭୋକରେ କାନ୍ଦୁଥିବାର ଦେଖି ପ୍ରେମା ୱିଗ୍ ତିଆରି କରିବା ପାଇଁ ଜଣେ ଯୁବକଙ୍କୁ ୧୫୦ଟଙ୍କାରେ ନିଜର କେଶ ବିକି ଦେଇଥିଲେ।

Image result for Unable to Fend For Her Children, Debt-Ridden Woman in Tamil Nadu Sells Her Hair For Rs 150 India Today

୧୦୦ଟଙ୍କାରେ ପିଲମାନଙ୍କୁ ଖାଇବାକୁ ଦେବା ସହ ୫୦ଟଙ୍କାରେ ସେ ବିଷ ପିଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ତାଙ୍କର ଏଭଳି ଉଦ୍ୟମକୁ ବିଫଳ କରିଥିଲେ ତାଙ୍କ ଭଉଣୀ। ଏହା ପ‌ରେ ତାଙ୍କ ଭଉଣୀ ନିଜର ଜଣେ ବନ୍ଧୁ ତଥା ଇଟାଭାଟିର ମାଲିକ ପ୍ରଭୁଙ୍କୁ ପ୍ରେମାଙ୍କ ସମସ୍ୟା ବିଷୟରେ ଜଣାଇଥିଲେ। ସବୁ କଥା ଶୁଣିବା ପରେ ପ୍ରଭୁ ଓ ତାଙ୍କର ବନ୍ଧୁ ଫେସବୁକ୍ ପୋଷ୍ଟ କରି ପ୍ରେମାଙ୍କ ପାଇଁ ଆର୍ଥିକ ସହାୟତା ମାଗିଥିଲେ।

ପୋଷ୍ଟ ପରେ କିଛି ଲୋକ ପ୍ରେମାଙ୍କ ପିଲାମାନଙ୍କ ପଢ଼ା ଖର୍ଚ୍ଚ ଉଠାଇବାକୁ ରାଜି ହେବା ସହ କିଛି ପ୍ରେମାଙ୍କୁ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଟଙ୍କ‌ା ଦେବେ ବୋଲି ରାଜି ହୋଇଥିଲେ। ଏହା ସହ ପ୍ରେମାଙ୍କ ପରିସ୍ଥିତି ବିଷୟରେ ଜାଣି ସଲେମର ଜିଲ୍ଲା ପ୍ରଶାସନ ପ୍ରେମାଙ୍କୁ ୨୫,୦୦୦ଟଙ୍କାର ସହାୟତା ରାଶି ସହ ରେସନ କାର୍ଡ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe