ଏହି ସବୁ ବିସ୍ମୟକର ଫଟୋ ଯାହା ଆପଣ ବିଶ୍ୱାସ କରିପାରିବେ ନାହିଁ, ବାସ୍ତବରେ ଅବସ୍ଥିତ

ଏହି ସବୁ ବିସ୍ମୟକର ଫଟୋ ଯାହା ଆପଣ ବିଶ୍ୱାସ କରିପାରିବେ ନାହିଁ, ବାସ୍ତବରେ ଅବସ୍ଥିତ

ଦୁନିଆରେ ଏମିତି କିଛି ରହସ୍ୟମୟ ଜିନିଷ ରହିଛି, ଯାହାକୁ ଆମେ ଆଜି ପର୍ଯ୍ୟନ୍ତ ଠିକ୍‌ ଭାବେ ଦେଖିନାହୁଁ। ସେଭଳି କେତେକ ସ୍ଥାନ ଯାହାକୁ ଆପଣ କେବେ ଦେଖିବାର ସୌଭାଗ୍ୟ ପାଇ ନ ଥିବେ, ହେଲେ ସେ ସବୁ ବାସ୍ତବ। ସେହିପରି ଦେଖନ୍ତୁ ଏମିତି କିଛି ସ୍ଥାନ ଓ ମୁହୂର୍ତ୍ତର ଫଟୋଚିତ୍ର, ଯାହାକୁ ଆପଣ ଦେଖିଲା ପରେ ତାହା ବାସ୍ତବରେ ଅଛି ବୋଲି ବିଶ୍ୱାସ କରିପାରିବେ ନାହିଁ।

publive-image

ନାମିବ ମରୁଭୂମି: ଏହି ଫଟୋକୁ ସୌସୁସ୍‌ଲେଇ ନଦୀ ପାଖରୁ ନିଆଯାଇଛି। ଏହା ମରୁଭୂମି ଦୁନିଆର ସବୁଠୁ ସୁନ୍ଦର ଫଟୋ। ଏହି ବାଲିକୁଦ ସବୁ ସମୟରେ ପାଣି ଓ ପବନର ଶକ୍ତିରୁ ବଦଳି ଯାଉଥାଏ।

publive-image

କାଠ ଚଟାଣରେ ପାଦଚିହ୍ନ: ଜଣେ ବୟସ୍କ ସାଧୁ ୨୦ ବର୍ଷରୁ ଅଧିକ ସମୟ ଧରି ପ୍ରତିଦିନ ଗୋଟିଏ ସ୍ଥାନରେ ଛିଡ଼ା ହୋଇ ପ୍ରାର୍ଥନା କରନ୍ତି। କାଠ ଚଟାଣରେ ଏକା ସ୍ଥାନରେ ଛିଡ଼ା ହେଉଥିବା ଯୋଗୁଁ ଏଠାରେ ତାଙ୍କର ପାଦ ଚିହ୍ନ ଛାପି ହୋଇ ରହିଯାଇଛି।

publive-image

ବରଫ ହୋଇଥିବା ସମୁଦ୍ର: ସମୁଦ୍ର ପାଣି ବରଫ ହେବା ପାଇଁ ୨୮.୪ ଡିଗ୍ରୀ ଫରେନ୍‌ହାଇଟ୍‌ ବା –୨ ଡିଗ୍ରୀ ସେଲ୍‌ସିୟସ୍‌ ଦରକାର ହୋଇଥାଏ। ଏଠାରେ ଜଣେ ଘୋଡ଼ା ଚଢ଼ାଳି ବରଫ ହୋଇଥିବା ସମୁଦ୍ର ଉପରେ ଯାଉଛନ୍ତି।

publive-image

ପାଣି ଭିତର ସମାଜ: ଏହା ଆକସ୍ମିକ ଭାବେ ମିଳିଥିଲା ଓ ଏହାକୁ କେହି ଚିହ୍ନିତ କରିପାରି ନ ଥିଲେ। କିଛି ଲୋକ ଭାବନ୍ତି କି ଏହା ଏକ ପ୍ରାଚୀନ ସହରର ଅବଶିଷ୍ଟାଂଶ ଯାହା ପାଣି ଭିତରେ ବୁଡ଼ି ଯାଇଥିବ।

publive-image

ଏକ ବୃହତ୍‌ ଫ୍ଲାମିଙ୍ଗୋ (ଏରା): ହଜାର ହଜାର ସଂଖ୍ୟାରେ ଏରାପକ୍ଷୀମାନେ ଏକାଠି ହୋଇ ଏକ ବଡ଼ ଏରା ଆକୃତି ତିଆରି କରିଛନ୍ତି। ଏହା ସାମୁହିକ ଚିନ୍ତାଧାରର ଏକ ବଡ଼ ଉଦାହରଣ ହୋଇପାରେ।

publive-image

ଗୋଲାପୀ ପୋଖରୀ: ଏହି ପୋଖରୀରେ ଏକ ବିଶେଷ ଲୁଣର ଅସାମାନ୍ୟ ମିଶ୍ରଣର ପ୍ରଭାବ ଯୋଗୁଁ ଗାଢ଼ ଗୋଲାପୀ ରଙ୍ଗ ହୋଇଯାଇଛି ପାଣି। ଏହି ପୋଖରୀ ସେନେଜାଲ୍‌ରେ ଅବସ୍ଥିତ। କିନ୍ତୁ, ବେଆଇନ୍‌ ଲୁଣ ଖଣି ଯୋଗୁଁ ଏହା ଖୁବ୍‌ ଶୀଘ୍ର ପୁଣି ସାଧାରଣ ପାଣି ଦେଖାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe