ନୂଆଦିଲ୍ଳୀ: ସୋସିଆଲ୍ ମିଡିଆରେ ଚାକିରି ଛାଡ଼ିବାକୁ ଜଣେ କର୍ମଚାରୀ ଦେଇଥିବା ଏକ ଇସ୍ତଫା ପତ୍ର ଖୁବ୍ ଜୋର୍ରେ ଭାଇରାଲ୍ ହୋଇଛି। ଏହି ଇସ୍ତଫା ପତ୍ରକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର୍ ଧରିଛି। ଏହି ପତ୍ରଟି ଆଲୋଚନାର ପରିସରକୁ ଆସିବାର କାରଣ ହେଉଛି ଏଥିରେ ମାତ୍ର ୩ଟି ଶବ୍ଦ ଲେଖାଥିଲା। କର୍ମଚାରୀ ଜଣଙ୍କ ତାଙ୍କ ଇସ୍ତଫା ପତ୍ରରେ ‘ବାୟ ବାୟ ସାର୍’ ବୋଲି ଲେଖିଥିବାର ଦେଖିବାକୁ ମିଳିଛି।
ସାଧାରଣତଃ ଇସ୍ତଫା ପତ୍ର ଲେଖିବା ବେଳେ ଲୋକେ ଖୁବ୍ ଚିନ୍ତା କରିଥାନ୍ତି। କିଛି ଲୋକ କମ୍ପାନିର ବସ୍ ସହିତ ନିଜର ସଂପର୍କ ଖରାପ କରିବାକୁ ଚାହାନ୍ତିନି। କାରଣ କିଏ ଜାଣେ ଯେ ତାଙ୍କୁ ପୁଣି ଥରେ ସେହି କମ୍ପାନିକୁ ଫେରିବାକୁ ପଡ଼ିବ କି ନାହିଁ। ମାତ୍ର ଏସବୁ ପରେ ବି ଜଣେ କର୍ମଚାରୀଙ୍କ ଇସ୍ତଫା ପତ୍ର ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଏମ୍ଭିଏସ୍ଭିୟୁଡିୟୁ ନାମକ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ରେ ଏହି ପତ୍ରଟି ପେଷ୍ଟ୍ ହୋଇଛି। ଫଟୋର କ୍ୟାପ୍ସନ୍ ଲେଖାଯାଇଛି, ‘ସିମ୍ପଲ୍’। ଏହି ଫଟୋଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ବହୁ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଭିନ୍ନ ଭିନ୍ନ ମତ ରଖିଛନ୍ତି।
କେହି କେହି କର୍ମଚାରୀଙ୍କର ଏହି ଇସ୍ତଫା ପତ୍ରକୁ ଖୁବ୍ ପ୍ରଶଂସା କରିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ସିଧା କଥା’। ଅନ୍ୟ ଜଣେ ଲେଖିଛନ୍ତି, ‘ଏହା ଖୁବ୍ ସହଜରେ ବୁଝି ହେଉଛି। ବୁଝାଇବାକୁ ବର୍ଣ୍ଣନା କରି ପତ୍ର ଲେଖିବା ଜରୁରୀ ନୁହେଁ।’
Follow Us