ଅସିତ ମହାନ୍ତି
ଶ୍ରୀମନ୍ଦିରର ରୀତିନୀତି ଯେପରି ଅନନ୍ୟ, ସେପରି ବିଚିତ୍ର। ଶ୍ରୀଜଗନ୍ନାଥଙ୍କ ରାଜଭୋଗ ଏହାର ଏକ ଉଦାହରଣ। ଏହା ‘ଛପନଭୋଗ’ ନାମରେ ଖ୍ୟାତ। କିନ୍ତୁ ଯେପରି ଅଠରନଳା ଅଠର ନୁହେଁ, ବାଇଶି ପାହାଚ ବାଇଶି ନୁହେଁ, ସେପରି ଛପନଭୋଗ ଛପନ ନୁହେଁ। ଏହି ଭୋଗ ଯେପରି ବିବିଧ, ସେପରି ବିଚିତ୍ର।
ପ୍ରାଚୀନ ପୋଥି ‘ରାଜଭୋଗ ଓ ଖଞ୍ଜା’ର ବିବରଣୀରେ ଏହାର ବର୍ଣ୍ଣନା ଅଛି। ତାହା ଅନୁସାରେ, ରାଜା ଯଯାତିକେଶରୀଙ୍କ ସମୟରେ ‘ଭୋଗ ମଡ଼ଫୁଲି’ର ବ୍ୟବସ୍ଥା ଥିଲା। ଋତୁ ଅନୁସାରେ ଭୋଗର ବ୍ୟବସ୍ଥା ହୋଇଥିଲା।
ପ୍ରାଚୀନ ପ୍ରାମାଣିକ ନଥି ‘ମାଦଳାପାଞ୍ଜି’ରେ ରାଜା କପିଳେନ୍ଦ୍ର ଦେବଙ୍କ ସମୟର ଭୋଗ ବିବରଣୀ ଅଛି। ଶ୍ରୀଜୀଉମାନଙ୍କର ମଣୋହି ବା ଭୋଗ ଷଡ଼ରସଯୁକ୍ତ ବୋଲି ସେଥିରେ ବର୍ଣ୍ଣନା ଅଛି। ସେହି ଷଡ଼ରସ ଯୁକ୍ତ ଭୋଗ ହେଉଛି–ତିକ୍ତ ପଦାର୍ଥ, କଟୁ ପଦାର୍ଥ, କଷାୟ ପଦାର୍ଥ, ମଧୁର ପଦାର୍ଥ, ଆମ୍ବିଳା ପଦାର୍ଥ ଓ ଲବଣ ପଦାର୍ଥ। ସେହିସବୁ ଭୋଗର ପ୍ରସ୍ତୁତି ବା ପାକ ଚାରି ବିଧିରେ ହେଉଥିଲା। ସେହି ଚାରିବିଧି ହେଉଛି–୧. ଭୀମପାକ, ୨. ନଳପାକ, ୩. ସଉରିପାକ ଓ ୪. ଗଉରିପାକ। ଅନ୍ନ ମହାପ୍ରସାଦର ପ୍ରସ୍ତୁତି ବି ଚାରିପ୍ରକାରରେ ହେଉଥିଲା। ତାହା ହେଉଛି- ୧. ସାଳି ଅନ୍ନ, ୨. ଦଧି ଅନ୍ନ, ୩. କ୍ଷୀର ଅନ୍ନ ଓ ୪. ଶୀତଳ ଅନ୍ନ। ଏହା ବ୍ୟତୀତ ଥିଲା ବିବିଧ ପ୍ରକାରର ତିଉଣ, ଖିରି, ପିଠା, ମିଠା, ଗୋଟିକା, ଦଧି, ପଣା, ପାଣି, ଫଳ, ମୂଳ ଆଦି। ଶ୍ରୀଜଗନ୍ନାଥଙ୍କର ତିନି ପ୍ରହରର ଧୂପ ପର୍ବତ ଆକାରରେ ବଢ଼ା ହେଉଥିବାର ବର୍ଣ୍ଣନା ମଧ୍ୟ ମାଦଳାପାଞ୍ଜିର ‘ରାଜଭୋଗ ଓ ଖଞ୍ଜା’ ପ୍ରସଙ୍ଗରେ ଅଛି।
Indian Railways: ମୁମ୍ବାଇରୁ ଅହମଦାବାଦକୁ ବୁଲେଟ୍ ଟ୍ରେନରେ ୧ ଘଣ୍ଟା ୫୮ ମିନିଟ୍ ସମୟ ଲାଗିବ: କେନ୍ଦ୍ରମନ୍ତ୍ରୀ
‘ରାଜଭୋଗ’ ବା ‘କୋଠଭୋଗ’ ହେଉଛି ଶ୍ରୀଜଗନ୍ନାଥଙ୍କଠାରେ ପ୍ରତ୍ୟକ୍ଷ ଭାବରେ ଲାଗି ହେଉଥିବା ଭୋଗ। ଏହି ଭୋଗ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ଧୂପପାଇଁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ହୋଇ ଲାଗି େହାଇଥାଏ। ସକାଳର ‘ଗୋପାଳବଲ୍ଲଭ’ ବା ସଂକ୍ଷେପରେ ‘ବଲ୍ଲଭ’ ଏହାର ଅନ୍ତର୍ଭୁକ୍ତ ନୁହେଁ। ପ୍ରତିଦିନ ପ୍ରଥମେ ଗୋପାଳବଲ୍ଲଭ ଏବଂ ତାହାପରେ ସକାଳ ଧୂପ, ମଧ୍ୟାହ୍ନଧୂପ ଓ ସଂଧ୍ୟାଧୂପ ଏବଂ ପରିଶେଷରେ ବଡ଼ସିଂହାର ଭୋଗ ହୋଇଥାଏ। ବିଭିନ୍ନ ପ୍ରକାରର ପିଠା ଓ ମିଠା ମଧ୍ୟ ଏହି ଧୂପମାନଙ୍କରେ ଭୋଗ ହୋଇଥାଏ। ଏହା ରାଜଭୋଗ ବା କୋଠଭୋଗର ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ବ୍ୟକ୍ତିବିଶେଷଙ୍କ ବରାଦମତେ ଏବଂ ଭକ୍ତଙ୍କୁ ବିକ୍ରୟ ନିମନ୍ତେ ଭୋଗମଣ୍ଡପଠାରେ ବରାଦି ଭୋଗ ଲାଗି ହୋଇଥାଏ।
Monkey Sound: ମାଙ୍କଡଙ୍କ ଭଳି ଶବ୍ଦ କରିପାରିବେ କି? ମିଳିବ ଚାକିରି!
ସୁପ୍ରାଚୀନ କାଳରୁ ଶ୍ରୀମନ୍ଦିରରେ ଦୂରାଗତ ଭକ୍ତ ଓ ଯାତ୍ରୀଙ୍କ ପାଇଁ ଶୁଖିଲି େଭାଗର ପରମ୍ପରା ପ୍ରଚଳିତ ଅଛି। ଖଜା, ଫେଣି, ଝିଲି, ଖୁରୁମା, ଜଗନ୍ନାଥ ବଲ୍ଲଭ, ପାରିଜାତକ ଓ ମଗଜଲଡ଼ୁ ଆଦି ଏହାର ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ବିଭିନ୍ନ ପର୍ବପର୍ବାଣି ଓ ବିଶେଷ ନୀତିଗୁଡ଼ିକରେ କେତେକ ସ୍ବତନ୍ତ୍ର ଭୋଗର ବ୍ୟବସ୍ଥା ରହିଛି। ପର୍ବପର୍ବାଣିର ଭୋଗ ‘ପର୍ବାଣି ଭୋଗ’ ନାମରେ ନାମିତ। ଶ୍ରମନ୍ଦିରରେ ସାରାବର୍ଷ ଯେଉଁସବୁ ପର୍ବପର୍ବାଣି ପାଳିତ ହୁଏ, ସେଥି ମଧ୍ୟରୁ ମକର ସଂକ୍ରାନ୍ତି ଗୁରୁତ୍ବପୂର୍ଣ୍ଣ। ଶ୍ରୀମନ୍ଦିରର ଭୋଗ ପରମ୍ପରା ଦୃଷ୍ଟିରୁ ମଧ୍ୟ ଏହାର ବିଶେଷ ଗୁରୁତ୍ବ ରହିଛି। କାରଣ, ଏହି ଉପଲକ୍ଷେ ଶ୍ରୀମନ୍ଦିରର କୋଠଭୋଗ େରାଷରେ ସବୁଠୁ ବେଶି କିସମର ଭୋଗ ପ୍ରସ୍ତୁତହୋଇ ଲାଗି ହୋଇଥାଏ। ଏହି ଭୋଗର ସଂଖ୍ୟା ବା ପ୍ରକାର ଚଉରାଶି (୮୪)। ଏଥି ମଧ୍ୟରୁ ମୁଖ୍ୟ ଭାଗ ହେଉଛି ପିଠା ଓ ମିଠା ଭୋଗ। ଏସବୁର ନାମ ବଡ଼ ବିଚିତ୍ର। ସେଥିମଧ୍ୟରେ ରହିଛି–କାନ୍ତି, କାକରା, ଝିଲି, ବଡ଼ପିଠା, ପୁଳିପିଠା, ସରପୁଳି ପିଠା, ସରବଡ଼ା ପିଠା, ମାଠପୁଳି, ହଂସକେଳି, ଆରିସା, ଅନ୍ତରୀକ୍ଷ ମଣ୍ଡା, ଲହୁଣିଆ ମଣ୍ଡା, ବଡ଼ା, ଟାକୁଆ, ମାଣ୍ଡୁଅ, ଘିଉଡ଼ି, ଫେଣି, ଛେନା କେଳି, ପାରିଜାତକ, ଅମାଲୁ, ସରୁଚକୁଳି, ତାଡ଼ିଆ ଆଦି। ଆହୁରି ମଧ୍ୟ ରହିଛି–ଓରିଆ, କାନିକା ଓ ପଖାଳ ଆଦି ଅନ୍ନଭୋଗ। ବ୍ୟଞ୍ଜନ ମଧ୍ୟରେ ରହିଛି–ବଡ଼ିମହୁର, ମଞ୍ଜା କଡ଼େଇ, କଦଳୀ ତରିଆ, ମାଟିଆଳୁ, କଦଳୀ ଭଜା ଆଦି। ସେହିପରି ମଧ୍ୟ ରହିଛି–ଛାଚିପାନ ଓ ବିଡ଼ିଆ ପାନ। ମକର ସଂକ୍ରାନ୍ତିର ଏହିସବୁ ଭୋଗର ସଂଖ୍ୟା ୮୪ ହୋଇଥିବାରୁ ଏହାର ନାମ ‘ମକର ଚଉରାଶି’ ଭୋଗ। ଏହି ଅବସରରେ ହେଉଥିବା ଶ୍ରୀଜଗନ୍ନାଥଙ୍କର ବେଶର ନାମ ମଧ୍ୟ ‘ମକର ଚଉରାଶି’ ବେଶ। ଏହା ଶ୍ରୀମନ୍ଦିରର ଏକ ଅନନ୍ୟତା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/02/ddagdgadgz-2026-01-02-23-34-55.jpg)