ଅନନ୍ୟ ଶ୍ରୀମନ୍ଦିର: ରଥଅନୁକୂଳର ତଦାରଖ କରନ୍ତି ପ୍ରଭୁ!

Advertisment

ଆମେ ବ୍ୟାକରଣ ବହିରେ ପଢ଼ିଛୁ- ଯେ କରେ ବା କରାଏ, ସେ କର୍ତ୍ତା। ଶ୍ରୀଜଗନ୍ନାଥ କର୍ତ୍ତା। ଶ୍ରୀମନ୍ଦିରରେ ବିରାଜିତ ତ୍ରିମୂର୍ତ୍ତି ତାଙ୍କର ତିନିଟି ରୂପ। ଶ୍ରୀସୁଦର୍ଶନ ତାଙ୍କର ଚତୁର୍ଥ ଶରୀର। ଏହା ‘ସ୍କନ୍ଦପୁରଣ-ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟ’ର  ବ୍ରହ୍ମାଙ୍କ ସ୍ତୁତିରେ ସ୍ପଷ୍ଟ ପ୍ରକଟିତ ହୋଇଛି।

ଆମେ ବ୍ୟାକରଣ ବହିରେ ପଢ଼ିଛୁ- ଯେ କରେ ବା କରାଏ, ସେ କର୍ତ୍ତା। ଶ୍ରୀଜଗନ୍ନାଥ କର୍ତ୍ତା। ଶ୍ରୀମନ୍ଦିରରେ ବିରାଜିତ ତ୍ରିମୂର୍ତ୍ତି ତାଙ୍କର ତିନିଟି ରୂପ। ଶ୍ରୀସୁଦର୍ଶନ ତାଙ୍କର ଚତୁର୍ଥ ଶରୀର। ଏହା ‘ସ୍କନ୍ଦପୁରଣ-ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟ’ର  ବ୍ରହ୍ମାଙ୍କ ସ୍ତୁତିରେ ସ୍ପଷ୍ଟ ପ୍ରକଟିତ ହୋଇଛି।

sgfxbvxvbbv

ଅସିତ ମହାନ୍ତି

ଆମେ ବ୍ୟାକରଣ ବହିରେ ପଢ଼ିଛୁ- ଯେ କରେ ବା କରାଏ, ସେ କର୍ତ୍ତା। ଶ୍ରୀଜଗନ୍ନାଥ କର୍ତ୍ତା। ଶ୍ରୀମନ୍ଦିରରେ ବିରାଜିତ ତ୍ରିମୂର୍ତ୍ତି ତାଙ୍କର ତିନିଟି ରୂପ। ଶ୍ରୀସୁଦର୍ଶନ ତାଙ୍କର ଚତୁର୍ଥ ଶରୀର। ଏହା ‘ସ୍କନ୍ଦପୁରଣ-ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟ’ର  ବ୍ରହ୍ମାଙ୍କ ସ୍ତୁତିରେ ସ୍ପଷ୍ଟ ପ୍ରକଟିତ ହୋଇଛି। ୨୭ ଅଧ୍ୟାୟର ୧୫ରୁ ୬୬ ଶ୍ଳୋକ ମଧ୍ୟରେ ବ୍ରହ୍ମା ଏହା ସ୍ତୁତି କରି କହିଛନ୍ତି।

ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନିମନ୍ତେ ଯେଉଁ ତିନିଟି ନୂଆ ରଥ ନିର୍ମିତ ହୋଇଥାଏ, ସେଥିନିମନ୍ତେ କର୍ତ୍ତା ରୂପେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା ଆଜ୍ଞାମାଳ ଦେଇଥାଆନ୍ତି। ସେଥିନିମନ୍ତେ ସେମାନଙ୍କୁ ପ୍ରାର୍ଥନା କରାଯାଇ ସେହି ଆଜ୍ଞାମାଳ ଅଣାଯାଇଥାଏ। ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଦିନ ତିନି ରଥର ତିନିଖଣ୍ଡ କାଠଙ୍କୁ ସେହି ଆଜ୍ଞାମାଳ ପ୍ରଦାନ କରାଯାଇଥାଏ। (ଏହା ପୂର୍ବ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି।) ଏ ପ୍ରସଙ୍ଗରେ ବିଶେଷ ଉଲ୍ଲେଖନୀୟ, ଯେ ଅକ୍ଷୟ ତୃତୀୟାର ସେହି ପୁଣ୍ୟ ତିଥିରେ ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରାର ଶୁଭାରମ୍ଭ ମଧ୍ୟ ହୋଇଥାଏ। ସେଥିନିମ‌ନ୍ତେ ମଧ୍ୟ କର୍ତ୍ତାରୂପେ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ଆଜ୍ଞାମାଳ ଦେଇଥାନ୍ତି। ସେଦିନ ସକାଳ ଧୂପ ବଢ଼ିବା ପରେ ତିନି ଠାକୁରଙ୍କ ବାଡ଼ରେ ମଇଲମ ଓ ଯାତ୍ରାଙ୍ଗୀ ମହାସ୍ନାନ ହୋଇ ନିର୍ଦ୍ଦିଷ୍ଟ ବିଧିରେ ଶୀତଳ ଭୋଗ ଓ ସର୍ବାଙ୍ଗ ଚନ୍ଦନ ଲାଗି ହୋଇଥାଏ। ତାହା ପରେ, ଅଳକା, ଚଉସରା ଓ ଅଳଙ୍କାର ଆଦି ଲାଗି ହୋଇ ବେଶ ହୁଏ। ସେହି ବେଶରେ ପାଞ୍ଚଖଣ୍ଡ ଆଜ୍ଞାମାଳ ଲାଗି ହୋଇଥାଏ। ବିଧିମତେ ସେହି ପାଞ୍ଚଖଣ୍ଡ ଆଜ୍ଞାମାଳ ମଧ୍ୟରୁ ଶ୍ରୀବଳଭଦ୍ର ଖଣ୍ଡିଏ ଆଜ୍ଞାମାଳ ରାମଙ୍କୁ ଏବଂ ଶ୍ରୀଜଗନ୍ନାଥ ଚାରିଖଣ୍ଡ ଆଜ୍ଞାମାଳ କୃଷ୍ଣ, ଶ୍ରୀମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ଦେଇଥାନ୍ତି। ତାହାପରେ, ସେହି ବିଜେ ପ୍ରତିମାମାନଙ୍କୁ ମହାଜନ ସେବକମାନେ ଘଣ୍ଟ, ଛତା ଓ କାହାଳି ସହିତ ମୁକ୍ତିମଣ୍ଡପ ତଳେ ଥିବା ପାଲିଙ୍କି ଓ ମଣିବିମାନ ନିକଟକୁ ହାତରେ ବିଜେ କରାଇ ନିଅନ୍ତି।

ପାଲିଙ୍କିରେ ରାମ ଓ କୃଷ୍ଣଙ୍କୁ ଏବଂ ମଣିବିମାନରେ ଶ୍ରୀମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କୁ ବିଜେ କରାଯାଏ। ତାହା ପରେ ସେମାନେ ପାଟଅଗଣା, ବାଇଶି ପାହାଚ ଓ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ଚନ୍ଦନ ପୁଷ୍କରିଣୀ ଅଭିମୁଖେ ବିଜେ କରନ୍ତି। ପଞ୍ଚମହାଦେବ ମଧ୍ୟ ସେମାନଙ୍କ ସହିତ ନିଜ ନିଜର ବିମାନରେ ଚନ୍ଦନ ପୁଷ୍କରିଣୀକୁ ଯାତ୍ରା କରିଥାନ୍ତି। କିନ୍ତୁ ଚନ୍ଦନ ଯାତ୍ରାର ଶୁଭାରମ୍ଭ ଦିନର ଏହି ନୀତିର  ଗୋଟିଏ ଗୁରୁତ୍ବପୂର୍ଣ୍ଣ ବିଧି ଅଛି। ଏହି ପାଞ୍ଚ ବିଜେପ୍ରତିମାଙ୍କୁ ଆଜ୍ଞାମାଳ ମିଳିବା ସହିତ, ସେଦିନ ରଥ ନିର୍ମାଣର ଅନୁକୂଳ ନିମନ୍ତେ ତିନି ଠାକୁରଙ୍କ ଠାରୁ ସେମାନଙ୍କର ତିନି ରଥକାଠଙ୍କୁ ମଧ୍ୟ ଅାଜ୍ଞାମାଳ ମିଳିଥାଏ। ରାମ ଓ କୃଷ୍ଣଙ୍କ ପାଲିଙ୍କି ଏବଂ ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀମଦନମୋହନଙ୍କ ବିମାନ ଆଗରେ ତିନି ପୂଜାପଣ୍ଡା ସେବକ ସେହି ତିନି ଆଜ୍ଞାମାଳ ନେଇ ରଥଖଳାଠାରେ ପହଞ୍ଚନ୍ତି। ବଡ଼ଦାଣ୍ଡରେ‌, ଶ୍ରୀନଅର ସାମନା ରଥଖଳାଠାରେ ତିନିଠାକୁରଙ୍କର ରଥନିର୍ମାଣ ନିମନ୍ତେ ବନଯାଗ ବିଧି ସଂପନ୍ନ ହୋଇ ତିନି ରଥକାଠକୁ ତିନି ଠାକୁରଙ୍କର ଆଜ୍ଞାମାଳ ଦିଆଯାଏ।

ଏ ପ୍ରସଙ୍ଗରେ ଉଲ୍ଲେଖଯୋଗ୍ୟ, ଯେ ସେହି ସମୟରେ ଚନ୍ଦନଯାତ୍ରାର ସେହି ବିଜେ ପ୍ରତିମାମାନେ ମଧ୍ୟ ସେଠାରେ ଉପସ୍ଥିତ ଥାଆନ୍ତି। ସେମାନେ ସେଠାରେ ପଶ୍ଚିମମୁଖ ‌େହାଇ ରହିଥାଆନ୍ତି। ବିଧିମୁତାବକ ରଥ ଅନୁକୂଳ ସଂପନ୍ନ ନ ହେବା ପର୍ଯ୍ୟନ୍ତ ସେଠାରେ ସେମାନେ ଅପେକ୍ଷା କରି ରହନ୍ତି। ଏ ପ୍ରସଙ୍ଗରେ ବିଶିଷ୍ଟ ପ୍ରତିହାରୀ ସେବକ ରବୀନ୍ଦ୍ରନାଥ ପ୍ରତିହାରୀ ତାଙ୍କ ‘ଶ୍ରୀଦାରୁବ୍ରହ୍ମଙ୍କ ଆଜ୍ଞାମାଳ ରହସ୍ୟ’ ପୁସ୍ତକରେ ଲେଖିଛନ୍ତି, ‘‘ଜଗତ ମଙ୍ଗଳ ନିମିତ୍ତ ହେବାକୁ ଥିବା ରଥଯାତ୍ରାର ରଥନିର୍ମାଣ କାର୍ଯ୍ୟ ସତେଯେମିତି ପ୍ରଭୁ ନିଜ ପ୍ରତିନିଧିମାନଙ୍କ ଦ୍ବାରା ତଦାରଖ କରାଇଥାଆନ୍ତି।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe