ଶ୍ରୀଦେବୀ : କିଛି ଅଜଣା କଥା

ଶ୍ରୀଦେବୀ : କିଛି ଅଜଣା କଥା

ଶ୍ରୀଦେବୀ ବଲିଉଡରେ ତାଙ୍କ କ୍ୟାରିଆର୍‌ ଆରମ୍ଭ କରିବା ସମୟରେ ତାଙ୍କୁ ହିନ୍ଦୀ କହିବା ଆସୁନଥିଲା। ଅଭିନେତ୍ରୀ ରେଖା ଶ୍ରୀଦେବୀଙ୍କୁ ହିନ୍ଦୀ ଶିଖାଇଥିଲେ। ରେଖା ଶ୍ରୀଦେବୀଙ୍କ ଫିଲ୍ମ ‘ଆଖିର୍‌ ରାସ୍ତା’ରେ ତାଙ୍କ ପାଇଁ ଡବିଂ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଶ୍ରୀଦେବୀ ହିନ୍ଦୀ କହିବା ଭଲ ଭାବେ ଶିଖିଯାଇଥିଲେ।

ଶ୍ରୀଦେବୀଙ୍କୁ ହଲିଉଡ ନିର୍ଦ୍ଦେଶକ ଷ୍ଟିଭେନ୍‌ ସ୍ପିଲ୍ଵର୍ଗ ଜୁରାସିକ୍‌ ପାର୍କରେ ଅଭିନୟ କରିବାକୁ ପ୍ରସ୍ତାବ ଦେଇଥିଲେ। ତେବେ କୌଣସି କାରଣରୁ ଶ୍ରୀଦେବୀ ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ।

ଶ୍ରୀଦେବୀଙ୍କୁ ବାଜିଗର୍‌ ଚଳଚ୍ଚିତ୍ରରେ ଦ୍ୱୈତ ଭୂମିକାରେ ଅଭିନୟ ପାଇଁ ପ୍ରସ୍ତାବ ମିଳିଥିଲା। ତେବେ ସିନେମାରେ ଶ୍ରୀଦେବୀଙ୍କ ଗୋଟିଏ ଚରିତ୍ରର ମୃତ୍ୟୁ ଦୃଶ୍ୟକୁ ଦର୍ଶକ ସହଜରେ ଗ୍ରହଣ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶକ ଅନୁଭବ କରିଥିଲେ ଏବଂ ତାଙ୍କ ମତ ବଦଳାଇଥିଲେ।

ଶ୍ରୀଦେବୀଙ୍କୁ ଅନେକ ବିତ୍ତଶାଳୀ ପ୍ରବାସୀ ଭାରତୀୟ ବିବାହ ପ୍ରସ୍ତାବ ଦେଇଥିଲେ, କିନ୍ତୁ ଶ୍ରୀଦେବୀ କୌଣସି ପ୍ରସ୍ତାବ ଗ୍ରହଣ କରିନଥିଲେ।

୧୯୮୫ରୁ ୧୯୯୨ ମଧ୍ୟରେ ଶ୍ରୀଦେବୀ ଥିଲେ ସବୁଠାରୁ ଅଧିକ ପ୍ରାପ୍ୟ ପାଉଥିବା ଅଭିନେତ୍ରୀ।

ମିଥୁନ୍‌ଙ୍କ ସହ ପ୍ରେମ!

publive-imageବଲିଉଡରେ ଏକ ସମୟରେ ଶ୍ରୀଦେବୀ ଅଭିନେତା ମିଥୁନ୍‌ ଚକ୍ରବର୍ତ୍ତୀଙ୍କ ସହ ପ୍ରେମ ସଂପର୍କରେ ଥିବା ଚର୍ଚ୍ଚା ଜୋର୍‌ସୋର୍‌ରେ ଚାଲିଥିଲା।  ଏଥିପାଇଁ ମିଥୁନ୍‌ଙ୍କ ବୈବାହିକ ଜୀବନରେ ମଧ୍ୟ ଝଡ଼ ସୃଷ୍ଟି ହୋଇଥିଲା।  ମିଥୁନ୍‌ଙ୍କ ପ୍ରତି ନିଜ ଭଲପାଇବା ସାବ୍ୟସ୍ତ କରିବାକୁ ସେ ଥରେ ବୋନି କପୁରଙ୍କୁ ହାତରେ ରାକ୍ଷୀ ମଧ୍ୟ ବାନ୍ଧିଥିଲେ ବୋଲି କୁହାଯାଉଛି। ତେବେ ପରବର୍ତ୍ତୀ ସମୟରେ ମିଥୁନ୍‌ ଶ୍ରୀଦେବୀଙ୍କ ସହିତ ତାଙ୍କର ପ୍ରେମ ସଂପର୍କକୁ ଖଣ୍ଡନ କରିଥିଲେ। ସେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଶ୍ରୀଦେବୀ ଓ ତାଙ୍କ ମଧ୍ୟରେ କୌଣସି ପ୍ରେମ ସଂପର୍କ ନାହିଁ।  ଏହାପରେ ଶ୍ରୀଦେବୀ  ବୋନି କପୁର୍‌ଙ୍କ ସହିତ ବିବାହ କରିଥିଲେ। ମିଷ୍ଟର ଇଣ୍ଡିଆ ଚଳଚ୍ଚିତ୍ର ପରେ ବୋନି ଏବଂ ଶ୍ରୀଦେବୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା ଏବଂ ପରବର୍ତ୍ତୀ ସମୟରେ ଉଭୟେ ବିବାହ କରିଥିଲେ।

୩୩ ବର୍ଷରେ ବିବାହ

publive-imageଶ୍ରୀଦେବୀ ୧୯୬୩ ମସିହା ଅଗଷ୍ଟ ୧୩ରେ  ତାମିଲନାଡ଼ୁର ଶିବକାଶୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ନାମ ଥିଲା ଶ୍ରୀ ଆମ୍ମା ୟାଙ୍ଗର ଆୟାପାନ୍‌। ପିତା ଆୟାପ୍ପାନ ଥିଲେ ତାମିଲ ଏବଂ ମା’ ରାଜେଶ୍ୱରୀ ଥିଲେ ତେଲୁଗୁ। ୧୯୯୬ରେ ଶ୍ରୀଦେବୀ ୩୩ ବର୍ଷ ବୟସରେ ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇ ଝିଅ  ଜାହ୍ନବୀ ଏବଂ ଖୁସି । ଅଭିନେତା ଅନୀଲ କପୁର ଏବଂ ସଂଜୟ କପୁରଙ୍କ ବଡ଼ ଭାଇ ହେଉଛନ୍ତି ବୋନି କପୁର। ଶ୍ରୀଦେବୀ ଜଣେ ଫେସନ ଆଇକନ୍‌ ଭାବେ ମଧ୍ୟ ସୁଖ୍ୟାତି ହାସଲ କରିଥିଲେ। ବଲିଉଡର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀ ୮୦ ଓ ୯୦ ଦଶକରେ ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ରହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe