ତଳେ ଶୁଆଇ ବ୍ୟକ୍ତିଙ୍କୁ ମାଡ଼ି ବସି ଦିଆଯାଉଛି କରୋନା ଟିକା: ଭିଡିଓ ଦେଖନ୍ତୁ

Advertisment
ତଳେ ଶୁଆଇ ବ୍ୟକ୍ତିଙ୍କୁ ମାଡ଼ି ବସି ଦିଆଯାଉଛି କରୋନା ଟିକା: ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣର ସଂଖ୍ୟା ୧୪୩ କୋଟି ଅତିକ୍ରମ କରିଛି। ଏଭଳି ସମୟରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କରୋନା ଟିକା ନେବାକୁ ଭୟ କରୁଛନ୍ତି। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ବ୍ୟକ୍ତି କରୋନା ଟିକା ନେବାକୁ ଭୟ କରୁଥିବା ଦେଖିବାକୁ ମିଳୁଛି।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଏକ ଗାଁରେ ସ୍ବାସ୍ଥ୍ୟକର୍ମୀଙ୍କ ଏକ ଟିମ ପହଞ୍ଚିଛି। ସେମାନେ ଲୋକଙ୍କୁ କରୋନା ଟିକା ଦେଉଛନ୍ତି । ଏହି ସମୟରେ, କରୋନା ଟିକାର ଇଞ୍ଜେକ୍ସନ ଦେଖିବା ପରେ ଜଣେ ବ୍ୟକ୍ତି ଭୟଭୀତ ହୋଇ ଟିକା ନେବାକୁ ମନା କରୁଛନ୍ତି। ଆଉ ଟିକା ନଦେବାକୁ ସ୍ବାସ୍ଥ୍ୟକର୍ମୀଙ୍କୁ ଅତି ବିକଳର ସହ ତଳେ ଗଡ଼ି ଅନୁରୋଧ କରୁଛନ୍ତି।

ପାଖରେ ଠିଆ ହୋଇଥିବା ଲୋକମାନେ ପ୍ରଥମେ ଉକ୍ତ ବ୍ୟକ୍ତିଙ୍କୁ କରୋନା ଟିକା ନେବାକୁ ବୁଝାଇଥିଲେ। ଏହା ପରେ ମଧ୍ୟ, ଯେତେବେଳେ ଉକ୍ତ ବ୍ୟକ୍ତି ଟିକା ନେବାକୁ ପ୍ରସ୍ତୁତ ନଥିଲେ, କିଛି ଲୋକ ତାଙ୍କୁ ଭୂମିରେ ପକାଇ ଟିକା ଦେଇଥିଲେ। ଏହି ଘଟଣାର ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe