ଜେଲ୍‌ରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି: ଡ୍ରଗ୍ସ ସେବନ ଓ ଅସୁରକ୍ଷିତ ଯୌନ ସଂପର୍କ ମୁଖ୍ୟ କାରଣ

Advertisment
ଜେଲ୍‌ରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି: ଡ୍ରଗ୍ସ ସେବନ ଓ ଅସୁରକ୍ଷିତ ଯୌନ ସଂପର୍କ ମୁଖ୍ୟ କାରଣ

ଜେଲ୍‌ ପରିସରରେ ସାଧାରଣତଃ ବହୁତ କଟକଣା ଦେଖିବାକୁ ମିଳିଥାଏ। ମାତ୍ର ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଭାରତୀୟ ଜେଲ୍‌ ମଧ୍ୟରେ ଥିବା କଟକଣା ଉପରେ ପ୍ରଶ୍ନବାଚୀ ସାଜିଛି। ନ୍ୟାସ୍‌ନାଲ୍‌ ଏଡ୍‌ସ କଣ୍ଟ୍ରୋଲ୍‌ ଅର୍ଗାନାଇଜେସନ୍‌(ନାକୋ) ନିକଟରେ ଏକ କାରାଗାର ସ୍ୱାସ୍ଥ୍ୟ ସଚେତନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜାଣିବାକୁ ମିଳିଲା ଯେ ଜେଲ୍‌ରେ ଥିବା କଏଦୀମାନେ ଅସୁରକ୍ଷିତ ଯୌନ ସଂପର୍କ ଏବଂ ଗୋଟାଏ ଛୁଞ୍ଚିରେ ଡ୍ରଗ୍‌ ନେଉଥିବା ହେତୁ ଅଧିକ ମାତ୍ରାରେ ଏଡ୍‌ସର ଶିକାର ହେଉଛନ୍ତି।

publive-image

କାର୍ଯ୍ୟକ୍ରମ ଦ୍ୱାରା କରାଯାଇଥିବା ପ୍ରାଥମିକ ଡାଟାରୁ ଜାଣିବାକୁ ମିଳିଛି ଯେ ୩୫,୦୦୦ ରୁ ଊର୍ଧ୍ୱ କଏଦୀଙ୍କ ମଧ୍ୟରୁ ୨.୫% କଏଦୀ ଏଡ୍‌ସ ଆକ୍ରାନ୍ତ। ସାଧାରଣ ଲୋକଙ୍କ ଭିତରେ ଏଡ୍‌ସ ପରିମାଣ ରିହିଛି ୦.୨୮%। ଏହି କର୍ଯ୍ୟକ୍ରମରେ ୧୫ଟି ଜେଲ୍‌କୁ ସାମିଲ୍‌ କରାଯାଇଥିଲା। ଅଧିକାଂଶ ଏଡ୍‌ସ ଆକ୍ରାନ୍ତ ମିଜୋରମ୍‌ରେ ଦେଖା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସାମିଲ୍‌ କରାଯାଇଥିବା ମିଜୋରାମର ୪୫୫ ଜଣ କଏଦୀଙ୍କ ମଧ୍ୟରୁ ୬୦ ଜଣ ଅର୍ଥାତ ୧୩ ପ୍ରତିଶତ କଏଦୀ ଏଡସ୍‌ ଆକ୍ରାନ୍ତ।

ସେହିପରି ପଞ୍ଜାବର ୯ଟି ଜେଲ୍‌ରେ ଥିବା ୨୧,୦୦୦ କଏଦୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାରୁ ଜାଣିବାକୁ ମିଳିଲା ଯେ ୨୨% ପ୍ରତିଶତ କଏଦୀ ଏଡ୍‌ସ ଆକ୍ରାନ୍ତ। ସେହିପରି ୬୦୦ କଏଦୀଙ୍କ ମଧ୍ୟରୁ ୨୧ ପ୍ରତିଶତ କଏଦୀ ଟାଇବର୍‌କୁଲସିସ୍‌(ଯକ୍ଷ୍ମା)ରେ ଆକ୍ରାନ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe