ହାତରେ କୌଣସି ଅସ୍ତ୍ର ନ ଥିଲେ ବି ଆତଙ୍କବାଦୀଙ୍କୁ ଅଟକାଇଥିଲେ ‘ଅଶୋକଚକ୍ର’ ପାଇଥିବା ଦେଶର ପ୍ରଥମ ମହିଳା ପୁଲିସ୍‌

Advertisment
ହାତରେ କୌଣସି ଅସ୍ତ୍ର ନ ଥିଲେ ବି ଆତଙ୍କବାଦୀଙ୍କୁ ଅଟକାଇଥିଲେ ‘ଅଶୋକଚକ୍ର’ ପାଇଥିବା ଦେଶର ପ୍ରଥମ ମହିଳା ପୁଲିସ୍‌

Better India

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପାର୍ଲାମେଣ୍ଟ ଭିତରେ ପ୍ରବେଶ କରିବାରୁ ରୋକିଥିବା ସୁରକ୍ଷା କର୍ମୀ ଜଣକ କିଏ? ସେ ହେଉଛନ୍ତି ସିଆର୍‌ପିଏଫ୍‌ର ଜଣେ ମହିଳା କନଷ୍ଟେବଲ୍‌ । ନାଁ ତାଙ୍କର କମଲେଶ କୁମାରୀ। ସିଆର୍‌ପିଏଫ୍‌ରେ ଜଣେ କନ୍‌ଷ୍ଟେବଲ୍‌ ଭାବେ କାର୍ଯ୍ୟ କରୁଥିବା କମଲେଶ କୁମାରୀଙ୍କର ସେଦିନ ପାର୍ଲାମେଣ୍ଟ ଗେଟରେ ଡ୍ୟୁଟି ଥିଲା। ହାତରେ ଥିଲା କେବଳ ଗେଂଟିଏ ଓ୍ଵାକିଟକି। କାରଣ ସେତେବେଳେ ସିଆରପିଏଫ୍‌ ମହିଳା କର୍ମୀଙ୍କୁ ବନ୍ଧୁକ ଦିଆଯାଉ ନ ଥିଲା।

୨୦୦୧ ମସିହା ଡିସେମ୍ବର ୧୩ । ଲାଲବତୀ ଲାଗିଥିବା ଏକ ଧଳା ଆମ୍ବାସଡର କାର ପାର୍ଲାମେଣ୍ଟ ଭବନ ଗେଟ୍‌ରେ ପଶିଲା। ଗୃହ ମନ୍ତ୍ରାଳୟ ବୋର୍ଡ ବି ଗାଡ଼ିରେ ଲାଗିଥିଲା। ଅଟକାଇବାର କିଛି କାରଣ ନଥିଲା। କିନ୍ତୁ ଗାଡିଟି ପାର୍ଲାମେଣ୍ଟ ଭବନ ହତା ଭିତରେ ପଶିବା ପରେ ଅସ୍ୱାଭାବିକ ଭାବେ ଗତି ବଢ଼ାଇଲା। କମଲେଶ କୁମାରୀଙ୍କ ସନ୍ଦେହ ହେଲା। ତାଙ୍କ ହାତରେ ଗାଡ଼ିକୁ ଅଟକାଇବା ଲାଗି କିଛି ଅସ୍ତ୍ର ନ ଥିଲା। ସେ ଓ୍ଵାକିଟକିରେ କଣ୍ଟ୍ରୋଲ୍‌ ରୁମ୍‌କୁ ଜଣାଇବା ସହ ଅନ୍ୟ ଅସ୍ତ୍ରଧାରୀ ସୁରକ୍ଷା କର୍ମୀଙ୍କୁ ସାବଧାନ କରିବାକୁ ଚିତ୍କାର କରି ସେ କାର ପଛେ ପଛେ ଦୌଡିଲେ।

publive-image

ଫଳରେ ସୁରକ୍ଷା କର୍ମୀମାନେ ସାବଧାନ ହେବା ସହ ଗାଡ଼ିରେ ବସିଥିବା ଆତଙ୍କବାଦୀ ବି ଜାଣି ପକାଇଲେ। ପାର୍ଲାମେଣ୍ଟ ଭବନ ଗେଟ ନମ୍ବର ୧୧ରେ ଡ୍ୟୁଟିରେ ଥିବା କନ୍‌ଷ୍ଟେବଲ ସୁଖବିନ୍ଦର ସିଂ ଏକଥା ଜାଣି ପାରି ଗୁଳି ଚଳାଇବା ପୂର୍ବରୁ ଆତଙ୍କବାଦୀମାନେ କାମଲେଶ କୁମାରୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଲେ। ୧୧ଟି ବୁଲେଟ୍‌ ତାଙ୍କ ଶରୀର ଭେଦ କରିଗଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଟଳିପଡ଼ିଲେ ସେ। ତା’ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଆତଙ୍କବାଦୀ ନିହତ ହେଲେ। ଆକ୍ରମଣ ଯୋଜନା ପଣ୍ଡ ହେଲା। ପାର୍ଲାମେଣ୍ଟ ଭବନ ଭିତରେ ଥିବା ଦେଶର ବହୁ ସାଂସଦ, ଅଧିକାରୀ ଓ ମନ୍ତ୍ରୀଙ୍କ ଜୀବନ ରକ୍ଷା ହେଲା।

୨୦୦୨ ମସିହାରେ କାମଲେଶ କୁମାରୀଙ୍କୁ ତାଙ୍କର ଅପୂର୍ବ ସାହସିକତା ଲାଗି ମରଣୋତ୍ତର ଭାବେ ଦେଶର ସର୍ବୋଚ୍ଚ ଶକ୍ତିକାଳୀନ ସମ୍ମାନ ‘ଅଶୋକ ଚକ୍ର’ପ୍ରଦାନ କରାଯାଇଥିଲା। ଆଉ ସେ ଥିଲେ ‘ଅଶୋକ ଚକ୍ର’ ପାଇବାରେ ପ୍ରଥମ ମହିଳା ପୁଲିସ କର୍ମଚାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe