ବରଫ ଚକୁଳି!

ବରଫ ଚକୁଳି!

Twitter

ସ୍କଟ୍‌ଲାଣ୍ଡ୍‌ର ବ୍ଲାଡ୍‌ନକ୍ ନଦୀରେ ଅସାଧାରଣ ଆକୃତିର ବରଫଖଣ୍ଡ ଭାସୁଥିବାର ଦେଖାଯାଇଛି। ହଠାତ୍ ତାପମାତ୍ରା ଖସିବା ଫଳରେ ଏଭଳି ବରଫ ସୃଷ୍ଟି ହୋଇଥିବାର ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଦୁଇଟି ସ୍ବତନ୍ତ୍ର ପରିସ୍ଥିତିରେ ଏଭଳି ବରଫ ସୃଷ୍ଟି ହୋଇଥାଏ। ବରଫ ଖଣ୍ଡ ନଦୀରେ ଭାସୁଥିବା ବେଳେ ଅଧିକ ଢେଉ ସୃଷ୍ଟି ହେଲେ ସେଗୁଡ଼ିକ ପରସ୍ପର ସହିତ ବାଡ଼େଇ ହୋଇ ଚକୁଳି ସଦୃଶ ଆକାର ଧାରଣ କରିଥାନ୍ତି।

ସେହପରି ନଦୀ ଉପରେ ଫେଣ ଜମିଥିବା ଅବସ୍ଥାରେ ବରଫ ପାଲଟିବା ପରେ ଭଉଁରି ସଂସ୍ପର୍ଶରେ ଆସିଲେ ସେଗୁଡ଼ିକ ଗୋଲାକାର ହୋଇଯା’ନ୍ତି। କ୍ରମେ ଛୋଟ ଛୋଟ ବରଫଖଣ୍ଡ ମିଶି ଏହାର ଆକାର ବୃଦ୍ଧି ପାଇଥାଏ। ବରଫ ଚକୁଳିର ବ୍ୟାସ ୨୦ରୁ ୨୦୦ ସେଣ୍ଟିମିଟର୍ ପର୍ଯ୍ୟନ୍ତ ହୋଇପାରେ। ସାଧାରଣତଃ ବାଲ୍‌ଟିକ୍ ସାଗର ଓ ଆଣ୍ଟାର୍କଟିକା ମହାସାଗରରେ ଚକୁଳ ସଦୃଶ ବରଫ ଖଣ୍ଡ ଦେଖାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe