ଉତ୍ତରପ୍ରଦେଶ: ମୁସଲମାନ୍‌ ପରିବାରର ୧୩ଜଣ ହିନ୍ଦୁ ଧର୍ମରେ ସାମିଲ ହେଲେ

ଉତ୍ତରପ୍ରଦେଶ: ମୁସଲମାନ୍‌ ପରିବାରର ୧୩ଜଣ ହିନ୍ଦୁ ଧର୍ମରେ ସାମିଲ ହେଲେ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ବଗପତରେ ଏକ ମୁସଲମାନ୍‌ ପରିବାର ହିନ୍ଦୁ ଧର୍ମକୁ ଆପଣାଇ ନେଇଛନ୍ତି। ଶୁଣିବାକୁ ମିଳୁଛି ପୁଲିସର ତଦନ୍ତରେ ନିରାଶ ହୋଇ ସେମାନେ ଏପରି କରିଛନ୍ତି। ହିନ୍ଦୁ ଯୁବା ବାହିନୀ (ଭାରତ)ର ଦେଖାଶୁଣାରେ ମଙ୍ଗଳବାର ଧର୍ମଗୁରୁ ହବନ କରାଇ ୧୩ଜଣ ମୁସଲମାନ ସଦସ୍ୟଙ୍କୁ ବିଧିବଦ୍ଧ ଭାବେ ହିନ୍ଦୁ ଧର୍ମ ଗ୍ରହଣ କରାଇଛନ୍ତି। ଏମାନଙ୍କ ମଧ୍ୟରେ ଅଖତର୍‌ ଅଲି, ନଫିସା, ଜାକିର, ଦିଲସାଦ, ନୌଶାଦ ଓ ଇରଶାଦ ଆଦି ସାମିଲ ଅଛନ୍ତି। ଧର୍ମ ପରିବର୍ତ୍ତନ କରୁଥିବା ଲୋକ ଏସ୍‌ଡିଏମ୍‌ଙ୍କୁ ଏହି ପ୍ରସଙ୍ଗରେ ଶପଥପତ୍ର ବି ଦେଇଥିଲେ। ଜିଲ୍ଲାଅଧିକାରୀ ଏହାର ପୃଷ୍ଟି କରିଛନ୍ତି।

ବାଗପତର ଜିଲ୍ଲାଧିକାରୀ ତୃଷିରେନ୍ଦ୍ର କୁମାରଙ୍କ କହିବାନୁସାରେ, ବଡୋତ ତହସିଲରେ କିଛି ଲୋକମାନେ ସ୍ୱଇଚ୍ଛାରେ ଧର୍ମ ପରିବର୍ତ୍ତନର ଶପଥ ପତ୍ର ଦେଇଥିଲେ। ଏହାପରେ ୧୩ଜଣ ଲୋକ ହବନ ପୂଜାରେ ସାମିଲ ହୋଇଥିଲେ। ହିନ୍ଦୁ ଧର୍ମ ଗ୍ରହଣ କରିବା ପରେ ହନୁମାନ ଚାଲିଶା ପାଠ କରିବା ସହିତ ସମସ୍ତଙ୍କୁ ଭଗବାନ ଶିବଙ୍କର ଜଳାଭିଷେକ କରିବା ପାଇଁ କୁହାଯାଇଥିଲା।

ନୌଶାଦଙ୍କ କହିବାନୁସାରେ, ମୋର ଭାଇକୁ ହତ୍ୟା କରାଯାଇଥିଲା। ପୁଲିସ ଏହାର ସଠିକ୍‌ ତଦନ୍ତ କରି ପାରିଲା ନାହିଁ। ହତ୍ୟା ଘଟଣାକୁ ଭିନ୍ନ ମୋଡ ଦିଆଯାଇଥିଲା, ଏଥିରେ କେହି ହେଲେ ଆମକୁ ସାହାଯ୍ୟ କରିଲେ ନାହିଁ। ତେଣୁ ବାଧ୍ୟ ହୋଇ ଆମେ ଧର୍ମ ପରିବର୍ତ୍ତନ କରିବା ପାଇଁ ଚାହିଁଥିଲୁ। ଧର୍ମ ପରିବର୍ତ୍ତନ ପରେ ନୌଶାଦଙ୍କ ନାମ ନରେନ୍ଦ୍ର ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe