ସରକାରୀ ଚାକିରିରେ ସନ୍ତୁଷ୍ଟ ନଥିଲେ, କଦଳୀ ଚାଷ କରି ମାଲାମାଲ୍‌ ହେଲେ ଚାଷୀ; ଉପାର୍ଜନ କରୁଛନ୍ତି ୧୨ ଲକ୍ଷ ଟଙ୍କ‌ା

Advertisment
ସରକାରୀ ଚାକିରିରେ ସନ୍ତୁଷ୍ଟ ନଥିଲେ, କଦଳୀ ଚାଷ କରି ମାଲାମାଲ୍‌ ହେଲେ ଚାଷୀ; ଉପାର୍ଜନ କରୁଛନ୍ତି ୧୨ ଲକ୍ଷ ଟଙ୍କ‌ା

ଲକ୍ଷ୍ନୌ: ଅନେକ ଲୋକଙ୍କର ଚିନ୍ତାଧାରା ହେଉଛି ବଡ଼ ଚାକିରିଟେ କରିଦେଲେ ଟଙ୍କାପଇସାର ଅଭାବ ସରିଯିବ। ମାତ୍ର ସବୁବେଳେ ସେପରି ହୋଇନଥାଏ। ଆପଣ ଚାକିରିରେ ଯେତିକି ଟଙ୍କା ଉପାର୍ଜନ କରିନପାରିବେ, ନିଜକୁ ସ୍ବା‌ବଲମ୍ବୀ କରାଇ ପାରିଲେ ତା’ଠାରୁ ଅଧିକ ଟଙ୍କା ଉପାର୍ଜନ କରିପାରିବେ। ଏହାର ଉଦାହରଣ ହେଉଛନ୍ତି ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲାର ବାଲଦୀରାଇ ଗାଁର ୫୧ ବର୍ଷିୟ ବାସିନ୍ଦା ଚନ୍ଦ୍ରନାଥ ପାଣ୍ଡେ। ସେ ଦିନେ ଚାକିରି କରି ଅଳ୍ପ କେତେ ଟଙ୍କା ଉପାର୍ଜନ କରୁଥିଲେ। ଏବେ ନିଜ ଜମିରେ କଦଳୀ ଚାଷ କରି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରୁଛନ୍ତି।

ଚନ୍ଦ୍ରନାଥ ୧୯୮୮ ମସିହାରେ ଏକ ସରକାରୀ କଲେଜ୍‌ରୁ ଇଞ୍ଜିନିୟରିଂ ପାସ୍‌ କରିଥିଲେ। ପାଠପଢ଼ା ପରେ ସୁଲତାନପୁରରେ ଥିବା ଏକ ସରକାରୀ ଅଫିସ୍‌ରେ ଇଞ୍ଜିନୟର ଭାବେ ନିଯୁକ୍ତି ପାଇ ମାସକୁ ୪ ହଜ‌ାର ୫୦୦ ଟଙ୍କା ଉପାର୍ଜନ କରୁଥିଲେ। ଚାକିରି ଓ ବେତନରେ ଅସନ୍ତୁଷ୍ଟ ହୋଇ ସେ ନିଜ ଗାଁରେ କଣ୍ଟ୍ରାକ୍ଟର ଭାବରେ କାମ କରିବା ଆରମ୍ଭ କଲେ। ତା’ସହ ସେ ତାଙ୍କ ଗାଁରେ ଥିବା ଜମିରେ ମଧ୍ୟ ଚାଷ କରିବା ଆରମ୍ଭ କରିଦେଲେ। ଏବେ ସେହି ଚାଷ ହିଁ ତାଙ୍କୁ ମାଲାମାଲ୍‌ ସଜାଇଛି।

ସେ ନିଜର ସଫଳତା ସଂପର୍କରେ ଗଣମାଧ୍ୟମରେ ବୟାନ ଦେଇ କହନ୍ତି, ‘ଜଣେ କଣ୍ଟ୍ରାକ୍ଟର ଭାବରେ ମୁଁ ବେଶି ରୋଜଗାର କରିପାରିଲି ନାହିଁ।  ମୋ ପିଲାମାନଙ୍କୁ ଏକ ଭଲ ଶିକ୍ଷା ଏବଂ ମୋ ପରିବାର ପାଇଁ ଏକ ଉତ୍ତମ ଜୀବନ ଦେବା ପାଇଁ ମୁଁ ଅଧିକ ରୋଜଗାର କରିବାକୁ ଚାହୁଁଥିଲି। ମୋ ମୁଣ୍ଡରେ ଚାଷ କରିବାର ଚିନ୍ତାଧାରା ଜୁଟିଲା। ପ୍ରଥମେ ଚାଉଳ, ଗହମ ଓ ପରିବା ଚାଷ କରିବା ଆରମ୍ଭ କଲି। ପରେ ଆଖୁ ଚାଷ କଲି। କୌଣସି ବି ଚାଷ ମୋତେ ବିଶେଷ ସନ୍ତୁଷ୍ଟି ପ୍ରଦାନ କରିପାରିଲା ନାହିଁ। ଶେଷରେ ମୁଁ ସଫଳ କଦଳୀ ଚାଷୀ ସରନ ଭର୍ମାଙ୍କୁ ଭେଟି ତାଙ୍କଠାରୁ କଦଳୀ ଚାଷ ସଂପର୍କରେ ପରାମର୍ଶ ଗ୍ରହଣ କଲି। ପ୍ରଥମ ଥରରେ ହିଁ ମୁଁ ୪ ଲକ୍ଷ ଟଙ୍କା ଲାଭ କରିଥିଲି। ସେବେଠାରୁ ବଦଳୀ ଚାଷରେ ମୁଁ ମୋର ଏକ ଚତୁର୍ଥାଂଶ ଜମି ଲଗାଇ ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe