ଲକ୍ଷ୍ମୌ: ଉତ୍ତରପ୍ରଦେଶର ସାମଲିରେ ଅଢ଼େଇ ଫୁଟ ଉଚ୍ଚତା ଥିବା ଅଜିମ ମନସୁରୀଙ୍କ ବିବାହ ପରେ ରାଏବରେଲିର ମହମ୍ମଦ ସରିଫ ତାଙ୍କ ଇଚ୍ଛା ଏବେ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି। ଅଢ଼େଇ ଫୁଟର ମହମ୍ମଦ ସରିଫଙ୍କୁ ସରକାରୀ ଘର ମିଳିବା ପରେ ଜିଲ୍ଲା ପ୍ରସାଶନଙ୍କୁ ସେ ଜଣେ ଘରଣୀ ଠିକ କରି ଦେବାକୁ ଗୁହାରି କରିଛନ୍ତି। ସରିଫଙ୍କ ପୂର୍ବରୁ ଅଜିମ ତାଙ୍କ ପାଇଁ କନ୍ୟା ଠିକ କରିବାକୁ ନେତା ଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦ୍ବାରସ୍ଥ ହୋଇଥିଲେ। ଶେଷର ତାଙ୍କ ଇଚ୍ଛା ପୂରଣ ହୋଇଥିଲା। ନିକଟରେ ତାଙ୍କର ବିବାହ ହୋଇଛି ଏବେ ସେ ଖୁସିରେ ଥିବା ଜଣାପଡ଼ିଛି।
ସେହିପରି ସରିଫ ଜିଲ୍ଲାପାଳଙ୍କୁ ନିଜର ବିବାହ ସାମୁହିକ ବିବାହ ଆଧାରରେ କରିବାକୁ ଗୁହାରି କରିଛନ୍ତି। ମହାରାଜାଗଞ୍ଜ ଜିଲ୍ଲାରେ ରହୁଥିବା ମହମ୍ମଦ ସରିଫଙ୍କ ଶାରୀରିକ ବିକାଶ ହୋଇପାରିଲା ନାହିଁ। ୩୦ବର୍ଷ ବୟସରେ ପହଞ୍ଚିଥିଲା ବେଳେ ତାଙ୍କ ଉଚ୍ଚତା ଅଢ଼େଇ ଫୁଟରେ ହିଁ ରହି ଯାଇଥିଲା। କିଛି କାମ ନକରିବା ହେତୁ ପରିବାର ଲୋକେ ତାଙ୍କୁ ଘରୁ ବାହାର କରି ଦେଇଥିଲେ। ଏହାପରେ ଏକ ଘର ପାଇଁ ସେ ସରକାରଙ୍କୁ ଗୁହାରି କରିଥିଲେ।
ଜିଲ୍ଲା ପ୍ରଶାସନ ତାଙ୍କୁ ପ୍ରଧାନମନ୍ତ୍ରୀ ଆବସ ଆଧାରରେ ଏକ ଘର ଦେଇଥିଲେ। ଏବେ ସେ ଜଣେ ଘରଣୀ ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି। କୌଣସି ପ୍ରକାରେ ବିବାହ ପାଇଁ ତାଙ୍କ ପାଇଁ ଜଣେ କନ୍ୟା ଠିକ କରି ଦିଅନ୍ତୁ ବୋଲି ସେ କହିଛନ୍ତି। ସରିଫଙ୍କ ଏଭଳି ଗୁହାରି ଶୁଣି ଜିଲ୍ଲା ଅଧିକାରୀ ତାଙ୍କୁ ସାହାଯ୍ୟ ପାଇଁ ପ୍ରତିଶ୍ରୃତି ଦେଇଛନ୍ତି।
Follow Us