ନୂଆଦିଲ୍ଲୀ: ଫସଲର ମୂଲ୍ୟ କ’ଣ ହୋଇଥାଏ ତାହା ଜଣେ ଚାଷୀ ହିଁ ଜାଣିଥାଏ। କାରଣ ସେହି ଚାଷୀ ହିଁ ଜାଣିଛି ଏଥିପାଇଁ ତାକୁ କେତେ ପରିଶ୍ରମ କରିବାକୁ ପଡ଼ିଥାଏ। ସୋସିଆଲ ମିଡିଆରେ ଚାଷୀଙ୍କୁ ନେଇ ଅନେକ ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଦେଖିଲେ ଅନେକ ସମୟରେ ଖୁସି ବି ଲାଗିଥାଏ।
ନିକଟରେ ଚାଷୀଙ୍କୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ପୁଲିସ କର୍ମଚାରୀ ଚାଷୀଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି।
ଭିଡିଓରେ ଦେଖିବାକୁ ମିଳୁଥିବା ପୁଲିସ କର୍ମଚାରୀ ଯେଉଁ ଚାଷ ଜମିରେ ଛିଡ଼ା ହୋଇଛନ୍ତି। ସେଠାରେ ନିଆଁ ଲାଗି ଯାଇଥିଲା। ଆଉ ସମୟ ଥାଉଥାଉ ଚାଷୀଙ୍କ ଫସଲ ଯେମିତି ସୁରକ୍ଷିତ ସ୍ଥାନରେ ପହଞ୍ଚି ଯାଉ ସେଥିପାଇଁ ପୁଲିସ କର୍ମଚାରୀ ଚାଷୀଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ଏହି କାମ ପାଇଁ ଉକ୍ତ ପୁଲିସ କର୍ମଚାରୀଙ୍କୁ ଭୁରିଭୁରି ପ୍ରଶଂସା କରାଯାଉଛି।
ଏହା ପୂର୍ବରୁ ବି ମେରଠରେ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା। ଜଣେ ଚାଷୀ ଡାଲି ନେଇ ଯାଉଥିବା ବେଳେ ତାଙ୍କ ଡାଲି ରାସ୍ତାରେ ବିଞ୍ଚି ହୋଇ ଯାଇଥିଲା। ତେବେ ଘଟଣାସ୍ଥଳରେ ଥିବା ପୁଲିସ କର୍ମଚାରୀ ସେହି ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକୁ ଉକ୍ତ ଡାଲି ଉପରେ ଚଢ଼ିବାକୁ ନଦେଇ ନିଜ ହାତରେ ଉଠାଇ ଚାଷୀଙ୍କ ବସ୍ତାରେ ଭର୍ତ୍ତି କରିଥିଲେ। ଆଉ ଡାଲି ବସ୍ତା ସହିତ ବୃଦ୍ଧ ଚାଷୀଙ୍କୁ ସୁରକ୍ଷିତ ଭାବେ ଘରେ ପହଞ୍ଚାଇ ଦେଇଥିଲେ।
Follow Us