ନିଜ ଜୀବନକୁ ଖାତିର ନକରି ହୁତୁହୁତୁ ହୋଇ ଜଳୁଥିବା ନିଆଁ ଭିତରୁ ବ୍ୟକ୍ତିଙ୍କୁ ଉଦ୍ଧାର କଲେ ପୁଲିସ

Advertisment
ନିଜ ଜୀବନକୁ ଖାତିର ନକରି ହୁତୁହୁତୁ ହୋଇ ଜଳୁଥିବା ନିଆଁ ଭିତରୁ ବ୍ୟକ୍ତିଙ୍କୁ ଉଦ୍ଧାର କଲେ ପୁଲିସ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଲକ୍ଷ୍ମୌର ଜଣେ ପୁଲିସ ତାଙ୍କ ଜୀବନ ସହ ଖେଳି ଏକ ବଡ ଧରଣର ଦୁର୍ଘଟଣାକୁ ଅଟକାଇ ଦେଇଛନ୍ତି। ହୁତୁହୁତୁ ହୋଇ ଜଳୁଥିବା ନିଆଁ ଭିତରେ ପ୍ରବେଶ କରି ଜଣେ ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

ଟ୍ୱିଟରରେ ଏହି ଭିଡଓକୁ  ଉତ୍ତରପ୍ରଦେଶ ପୁଲିସ ପକ୍ଷରୁ ସେୟାର କରାଯାଇଛି। ଏଥିରେ ପୁଲିସ କମ୍ବଳ ଘୋଡାଇ ହୋଇ ନିଆଁକୁ ଆୟତ୍ତ କରୁଥିବା ଦେଖିବାକୁ ମିଳୁଛି।

ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ନିଆଁ ଜଳୁଥିବା ବେଳେ ପୁଲିସ କର୍ମଚାରୀ ଘର ଭିତରକୁ ପ୍ରବେଶ କରୁଛନ୍ତି। ଗୋଟିଏ ବାଡି ସାହାଯ୍ୟରେ ନିଆଁ ଲାଗିଥିବା ସିଲଣ୍ଡରକୁ ବାହାର କରୁଛନ୍ତି। ଯଦି ପୁଲିସ କର୍ମୀ ସିଲିଣ୍ଡରକୁ ବାହାର କରି ନଥାଆନ୍ତେ ତେବେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥିଲା। ଏହି କାରଣରୁ ସୋସିଆଲ ମିଡିଆରେ ଉକ୍ତ ପୁଲିସ କର୍ମଚାରୀଙ୍କ ବହୁତ ପ୍ରଶଂସା କରାଯାଉଛି।

ଭିଡିଓ ପୋଷ୍ଟ କରିବାବେଳେ କ୍ୟାପସନରେ ଲେଖାଯାଇଛି , ଲକ୍ଷ୍ମୌର ଥାନା ବଜାରଖାଲା ଅଂଚଳରେ ନିଆଁ ଲାଗିବା ସମ୍ପର୍କରେ ସୂଚନା ମିଳିଥିଲା। ଏହି ସୂଚନା ପାଇବା ପରେ ପିଆରବି ୦୪୮୭ ପାଇଲଟ୍ ମୋ. ଅତିକ ଘଟଣାସ୍ଥଳରେ ଯାଇ ପହଞ୍ଚି ଯାଇଥିଲେ। ସାହସ ଦେଖାଇ ହୁତୁହୁତୁ ହୋଇ ଜଳୁଥିବା ନିଆଁ ମଧ୍ୟରେ ପ୍ରବେଶ କରି ତା’ ମଧ୍ୟରେ ଫଶିଥିବା ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ।

ଏହି ଭିଡିଓଟି ୨୩ ଡିସେମ୍ବର ରାତିରେ ସେୟାର କରାଯାଇଥିଲା, ଏ ପର୍ଯ୍ୟନ୍ତ ୨୨ ହଜାରରୁ ଅଧିକ ଏହାକୁ ଦେଖି ସାରିଲେଣି। ୨ହଜାରରୁ ଅଧିକ ଲାଇକ୍ ଏବଂ ୩୦୦ରୁ ଅଧିକ ରି-ଟ୍ୱିଟ୍ ମଧ୍ୟ ଏହି ଭିଡିଓକୁ କରାଯାଇଛି | ଅନେକ ଲୋକ ପୁଲିସ କର୍ମଚାରୀଙ୍କୁ ପ୍ରଶଂସା କରିବା ସହିତ ଭଲ ପ୍ରତିକ୍ରିୟା ବି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe