ନୂଆଦିଲ୍ଲୀ: କଠିନ ପରିଶ୍ରମ ଏବଂ ଦୃଢ ମନୋବଳ ଜରିଆରେ ଯେ ସବୁ ସମ୍ଭବ, ଏ କଥାକୁ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆୟୁଷ ଜୈନ ପ୍ରମାଣ କରି ଦେଖାଇଛନ୍ତି । ୪ ବର୍ଷର ନିରନ୍ତର ପ୍ରଚେଷ୍ଟା ପରେ ଆୟୁଷ ଜୈନ ୟୁପିଏସସିରେ ସଫଳତା ହାସଲ କରିଛନ୍ତି। ପରୀକ୍ଷାରେ ଲଗାତାର ୩ଥର ସେ ଅସଫଳତାର ସ୍ବାଦ ଚାଖିବା ପରେ ଚତୁର୍ଥ ପ୍ରୟାସରେ ସାରା ଭାରତରେ ୩୪୪ ରାଙ୍କ ହାସଲ କରିଥିଲେ। ନିଜର ଅକ୍ଲାନ୍ତ ପରିଶ୍ରମ, ଦୃଢ ମନୋବଳ ଜରିଆରେ ସେ ଭାରତର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏରେ ଉତ୍ତୀର୍ଣ୍ଣ ହୋଇପାରିଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।
ସବୁଠୁ ବଡ଼ କଥା ହେଲା ଆୟୁଷ ଛୋଟବେଳୁ ଯୁପିଏସି ପରୀକ୍ଷା ଦେବା ବିଷୟରେ ଚିନ୍ତା କରିନଥିଲେ କି ତାଙ୍କର ଏଦିଗରେ କ୍ୟାରିୟର କରିବାର କୌଣସି ଇଚ୍ଛା ବି ନଥିଲା। ହେଲେ ସମୟ ସହିତ ତାଙ୍କର ପଢିବାର ଇଚ୍ଛା ବଢିବାରୁ ସେ ୟୁପିଏସସି ପରୀକ୍ଷା ଦେବାକୁ ମନ ବଳାଇଥିଲେ ଏବଂ ସଫଳ ହୋଇଥିଲେ ।
କିପରି ବଦଳିଥିଲା ଆୟୁଷଙ୍କ ଜୀବନର ଯାତ୍ରା?
ମଧ୍ୟପ୍ରଦେଶର ଅଗର-ମାଲୱା ଜିଲ୍ଲାର ବାସିନ୍ଦା ଆୟୁଷ ଜୈନ ସିଭିଲ ସର୍ଭିସ ପରୀକ୍ଷା ସଂପର୍କରେ କଲେଜରେ ପଢିବା ସମୟରେ ଶୁଣିଥିଲେ। ହେଲେ କେବେ ସେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ବୋଲି ଭାବିନଥିଲେ। ଆୟୁଷ ନିଜର ଇଞ୍ଜିନିୟରିଂ ଡିଗ୍ରୀ ସମାପ୍ତ କରିବା ପରେ ତାଙ୍କୁ ଚାକିରି ମିଳିଥିଲା। ହେଲେ ଚାକିରିରେ ଯୋଗ ଦେବା ପାଇଁ ଅଧିକ ସମୟ ଲାଗିବାରୁ ତାଙ୍କ ପାଖରେ ଖାଲି ସମୟ ଥିଲା। ସେହି ଖାଲି ସମୟରେ ସେ ଖବର କାଗଜ ପଢ଼ିବା, କୁଇଜ ପଢିବା, ଆନ୍ତର୍ଜାତୀୟ ବ୍ୟାପାର ସଂପର୍କରେ ପଢ଼ିବା ଆରମ୍ଭ କଲେ। ଏମଧ୍ୟରେ ୟୁପିଏସସି ପରୀକ୍ଷା ପାଇଁ ଉଦ୍ଦିଷ୍ଟ ବିଷୟବସ୍ତୁ ପଢ଼ିବା ପାଇଁ ତାଙ୍କର ଆଗ୍ରହ ବଢ଼ିଥିଲା। ଦିନେ ସ୍ଥାନୀୟ କୋଚିଂ ସେଣ୍ଟରରେ ହେଉଥିବା ଏକ ମକ୍ ଟେଷ୍ଟରେ ସେ ଅଧିକ ମାର୍କ ରଖିବା ପରେ ତାଙ୍କର ୟୁପିଏସସି ପାଇଁ ପ୍ରସ୍ତୁତି କରିବାର ଆତ୍ମବିଶ୍ବାସ ବଢ଼ିଥିଲା।
ସହଜରେ ମିଳିନଥିଲା ସଫଳତା
ଆୟୁଷଙ୍କ କହିବା ମୁତାବକ, ୟୁପିଏସସି ପରୀକ୍ଷାରେ ସଫଳତା ପାଇବା ପାଇଁ ସେ ଅବିରତ ଚେଷ୍ଟା କରୁଥିଲେ। ହେଲେ ପ୍ରିଲିମିନାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଥିଲେ ମଧ୍ୟ ମେନ୍ସ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଥିଲା। ତାଙ୍କ କହିବା ମୁତାବକ, "ମୁଁ ମେନ୍ସରେ ଥରେ ୧୧ ନମ୍ବର ଏବଂ ଆଉଥରେ ମାତ୍ର ୩ ନମ୍ବର ଯୋଗୁଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରୁ ବଞ୍ଚିତ ହୋଇଥିଲି। ପ୍ରତ୍ୟେକ ଥର ପରୀକ୍ଷା ଦେବା ପରେ ମତେ ଲାଗୁଥିଲା ଯେ, ଏଥର ମୁଁ ପରୀକ୍ଷାରେ ନିଶ୍ଚୟ ପାସ କରିଯିବି। ମାତ୍ର ତାହା ହେଉନଥିଲା ।"
ଆହୁରି ପଢ଼ନ୍ତୁ: Fire In Philippines: ମାଡ଼ି ଆସୁଥିଲା ନିଆଁ, ପୋଷା କୁକୁର ପାଇଁ ମୃତ୍ୟୁ ସହ ଖେଳିଗଲେ ମହିଳା
ଇଚ୍ଛାଧୀନ ବିଷୟ ପରିବର୍ତ୍ତନ ଥିଲା ମୋର ସବୁଠୁ ଭଲ ନିଷ୍ପତ୍ତି
ଆୟୁଷ ନିଜ ୟୁପିଏସି ଯାତ୍ରାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ସେ ଥିଲା ନିଜ ଇଚ୍ଛାଧିନ ବିଷୟକୁ ପରିବର୍ତ୍ତନ କରିବା। ବହୁତ ଭାବିବା ପରେ ସେ ଶେଷରେ ରାଜନୀତି ବିଜ୍ଞାନ ଏବଂ ଆନ୍ତର୍ଜାତୀୟ ସମ୍ପର୍କ(ପିଏସଆଇଆର)କୁ ନିଜ ଇଚ୍ଛାଧିନ ବିଷୟ ଭାବରେ ନେବାକୁ ସ୍ଥିର କରିଥିଲେ । ତାଙ୍କୁ ଏହି ଦ୍ୱନ୍ଦ୍ୱର ସମାଧାନ କରିବା ପାଇଁ ପ୍ରାୟ ଗୋଟିଏ ମାସର ସମୟ ଲାଗିଯାଇଥିଲା। ଏହାକୁ ନେଇ ଆୟୁଷ କହିଛନ୍ତି, "ତୁମର ଇଚ୍ଛାଧୀନ ବିଷୟ ଏପରି କିଛି ହେବା ଉଚିତ ଯାହାକୁ ତୁମେ ପଢିବା ଦ୍ବାରା କ୍ଳାନ୍ତ ଅନୁଭବ କରିବ ନାହିଁ ।"
ଶେଷରେ ତାଙ୍କ ପରିଶ୍ରମର ଫଳ ମିଳିଲା
୩ଥର ବିଫଳ ହେବା ପରେ ଚତୁର୍ଥ ପ୍ରୟାସରେ ଆୟୁଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସଦ୍ୟ ଘୋଷିତ ୟୁପିଏସି ସିଏସସି ୨୦୨୪ ଫଳାଫଳରେ ସେ ଅଲ୍ ଇଣ୍ଡିଆ ରାଙ୍କ୍ ୩୪୪ ହାସଲ କରିଛନ୍ତି। ତାଙ୍କ ରାଙ୍କ୍ ଅନୁସାରେ ସେ ଭାରତୀୟ ରାଜସ୍ୱ ସେବା -ଆୟକରରେ ଯୋଗଦେଇ ପାରନ୍ତି ବୋଲି ଆଶା କରାଯାଉଛି।
ଆହୁରି ପଢ଼ନ୍ତୁ: Shashi tharoor Absent In MP Meeting: ରାହୁଲଙ୍କ ବୈଠକରେ ପୁଣି ଯୋଗ ଦେଲେନି ଶଶି ଥରୁର, ଦେଲେ ଏହି କାରଣ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/12/12/ayush-jain-2025-12-12-14-38-47.jpg)