ନିଜ ଅଫିସ୍ ଚେୟାର୍‌ରେ ମାଆଙ୍କୁ ବସାଇ ପ୍ରଶଂସା ସାଉଁଟିଲେ ମହିଳା ଆଇଏଏସ୍‌ ଅଧିକାରୀ

Advertisment
ନିଜ ଅଫିସ୍ ଚେୟାର୍‌ରେ ମାଆଙ୍କୁ ବସାଇ ପ୍ରଶଂସା ସାଉଁଟିଲେ ମହିଳା ଆଇଏଏସ୍‌ ଅଧିକାରୀ

ନୂଆଦିଲ୍ଳୀ: ଆଜିକାଲି ଆଇଏଏସ୍‌ ଅଧିକାରୀମାନେ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେବା ଏକ ସାଧାରଣ କଥା। କିଏ ନିଜର ଭଲ କାମ ପାଇଁ ଭାଇରାଲ୍‌ ହେଉଛନ୍ତି ତ ପୁଣି କିଏ ସମାଲୋଚିତ ହେଉଛନ୍ତି। କିଛି ଦିନ ତଳେ ଚର୍ଚ୍ଚାର ପରିସରକୁ ଆସିଥିଲେ ଏସ୍‌ଡିଏମ୍‌ ଜ୍ୟୋତି ମୌର୍ଯ୍ୟ। ସେ ଆଇଏଏସ୍‌ ବନିବା ପରେ ନିଜର ସଫେଇ କର୍ମୀ ସ୍ବାମୀଙ୍କୁ ଧୋକା ଦେଇଥିବା ନେଇ ତାଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା ହୋଇଥିଲା।

ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଆଇଏଏସ୍ ଅଧିକାରୀ ଜାଗ୍ରୁତି ଅଗସ୍ତି। ତାଙ୍କ ସଫଳତାର କାହାଣୀ ସଭିଙ୍କ ମନକୁ ଛୁଇଁଛି। ଏବେ କିନ୍ତୁ ସେ ଚର୍ଚ୍ଚାରେ ଅଛନ୍ତି ନିଜ ମାଆ ପ୍ରତି ଥିବାର ତାଙ୍କର ଭଲପାଇବା କାରଣରୁ।

ଉତ୍ତରପ୍ରଦେଶର ମେରଠ ଜିଲ୍ଲାରେ ଆଇଏଏସ୍ ଜାଗ୍ରୁତିଙ୍କୁ ଏସ୍‌ଡିଏମ୍‌ ଭାବେ ନିଯୁକ୍ତି ମିଳିଛି। ନିକଟରେ ତାଙ୍କର ଏକ ଫଟୋ ଖୁବ୍ ଜୋର୍‌ରେ ଭାଇରାଲ୍‌ ହୋଇ ଚାଲିଛି। ଭାଇରାଲ୍‌ ଫଟୋରେ ତାଙ୍କ ମା’ ତାଙ୍କ ଚେୟାରରେ ବସିଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ଏହି ଫଟୋକୁ ବହୁତ ପସନ୍ଦ କରନ୍ତି।

ଲୋକସେବା ଆୟୋଗ ପରିଚଳିତ ୨୦୨୨ ସିଭିଲ ସର୍ଭିସ ପରୀକ୍ଷାରେ ଜାଗ୍ରୁତି ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେ ମହିଳାମାନଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି।

ୟୁପିଏସ୍‌ସି ପରୀକ୍ଷାର ଦ୍ୱିତୀୟ ପ୍ରୟାସରେ ଜାଗ୍ରୁତି ସଫଳତା ହାସଲ କରିଛନ୍ତି। ସେ କହନ୍ତି କି ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି ସମୟରେ ସେ ଟିଭି ଦେଖିବା ବନ୍ଦ କରିଦେଇଥିଲେ। ଜାଗ୍ରୁତି ଅଗସ୍ତି ମଧ୍ୟପ୍ରଦେଶର ବାସିନ୍ଦା, ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ।

ଜାଗ୍ରୁତି ୨୦୧୬ ମସିହାରେ ମ‌ୌଲାନା ଆଜାଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ବି.ଟେକ୍‌ରେ ସ୍ନାତକ ହାସଲ କରିଛନ୍ତି। ନିଜ ବାପାମାଆଙ୍କ ତ୍ୟାଗ ହିଁ ତାଙ୍କୁ ଆଜି ଏହି ସ୍ଥାନରେ ପହଞ୍ଚାଇଛି ବୋଲି ସେ କହନ୍ତି। ଜାଗ୍ରୁତିଙ୍କ ପିତା ଜଣେ ହୋମିଓପାଥି ଡାକ୍ତର ହୋଇଥିବା ବେଳେ ମାଆ ଜଣେ ସ୍କୁଲ ଶିକ୍ଷକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe