ପିଲାଙ୍କୁ ‘ନମସ୍ତେ’ ବଦଳରେ ଉର୍ଦ୍ଦୁ ଶିକ୍ଷକ ‘ସଲାମ୍‌ ୱାଲେକୁମ୍‌’ କହିବାକୁ ଚାପ ଦେଉଛନ୍ତି

Advertisment
ପିଲାଙ୍କୁ ‘ନମସ୍ତେ’ ବଦଳରେ ଉର୍ଦ୍ଦୁ ଶିକ୍ଷକ ‘ସଲାମ୍‌ ୱାଲେକୁମ୍‌’ କହିବାକୁ ଚାପ ଦେଉଛନ୍ତି

ଲକ୍ଷ୍ନୌ : ଉର୍ଦ୍ଦୁ ଶିକ୍ଷକ ମହମ୍ମଦ୍‌ ଇସ୍ତିଆକ୍‌ ଖାନ ପିଲାମାନଙ୍କୁ ‘ନମସ୍ତେ’ନ କହି ସଲାମ୍‌ ୱାଲେକୁମ୍‌ କହିବାକୁ ଛାତ୍ରଛାତ୍ରୀମାନଙ୍କୁ ପ୍ରବର୍ତ୍ତାଉଥିବାର ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌକୁ ଲାଗିଥିବା ହରଦୋଇ ଜିଲ୍ଲାର ସଣ୍ଡିଲାର ରସୁଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମହମ୍ମଦ୍‌ ଇସ୍ତିଆକ୍‌ ଖାନ୍‌ ପିଲାମାନଙ୍କୁ ନମସ୍ତେ ନ କରି ‘ସଲାମ୍‌ ୱାଲେକୁମ୍‌’କହିବାକୁ ଚାପ ଦେଉଥିଲେ।ଶିକ୍ଷକଙ୍କର ଏହି କାର୍ଯ୍ୟକଳାପ ସଂପର୍କରେ ପିଲାମାନେ ନିଜ ଘରେ କହିବା ପରେ ଅଭିଭାବକମାନେ ବିଦ୍ୟାଳୟରେ ପହଞ୍ଚିଥିଲେ। ସେମାନେ ଅଭିଯୁକ୍ତ ଶିକ୍ଷକଙ୍କ ଉପରେ ବର୍ଷିଥିଲେ। ଖବର ପାଇବା ମାତ୍ରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ମଧ୍ୟ ହଙ୍ଗାମା କରି ଥିଲେ। ଏହାପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉତ୍ତେଜିତ ଅଭିଭାବକମାନଙ୍କୁ ଶାନ୍ତ  କରାଇଥିଲେ। ଆଗରୁ ସେହି ଶିକ୍ଷକ ପିଲାମାନଙ୍କୁ ଦିଆଯିବାକୁ ଥିବା ଷ୍ଟେସନାରୀ ଚୋରିର ଅଭିଯୋଗ ବି  ଲାଗିଥିଲା।

ଏ ସଂପର୍କରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ସୁଧୀର ସିଂହ କହିଛନ୍ତି ଯେ,ତାଙ୍କ ପୁତୁରା ଶିକ୍ଷକ  ସଲାମ କରିବାକୁ ଶିଖାଇବାକୁ ପ୍ରବର୍ତ୍ତାଉଥିଲେ ବୋଲି କହିଥିଲା। ଏଣେ ମୌଳିକ ଶିକ୍ଷା ଅଧିକାରୀ ହେମନ୍ତ ରାଓ କହିଛନ୍ତି ଯେ ସଂପୃକ୍ତ ଶିକ୍ଷକଙ୍କୁ ସ୍ପଷ୍ଟୀକରଣ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe