ଏହି କାରଣରୁ ସେନା ଚାକିରି ଛାଡ଼ି ଆଡଲ୍ଟ ଷ୍ଟାର ହେଲେ ମହିଳା

Advertisment
ଏହି କାରଣରୁ ସେନା ଚାକିରି ଛାଡ଼ି ଆଡଲ୍ଟ ଷ୍ଟାର ହେଲେ ମହିଳା

ୱାଶିଂଟନ୍: ଆମେରିକୀୟ ସେନାର ଅଂଶବିଶେଷ ଥିବା କେଲି ଗୁନର୍ ନାମକ ଜଣେ ମହିଳା ଆଡଲଟ ଷ୍ଟାର ପାଲଟିଛନ୍ତି। ଜୀବନକୁ ଆକର୍ଷଣୀୟ କରିବା ପାଇଁ କେଲି ସେନା ଚାକିରି ଛାଡି ଆଡଲ୍ଟ ଦୁନିଆରେ ପ୍ରବେଶ କରିଛନ୍ତି । ସେ ଏପର୍ଯ୍ୟନ୍ତ ଦୁଇଟି ଆଡଲ୍ଟ ସିନେମାରେ ଅଭିନୟ କରିସାରିଛନ୍ତି । ଏହା ବ୍ୟତୀତ କେଲି ଏକ ଲୋକପ୍ରିୟ ଆଡଲ୍ଟ ସାଇଟରେ ମଧ୍ୟ ସକ୍ରିୟ ରହିଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, କେଲି ଗୁନର୍ ଆମେରିକାର ସେନାରେ ପାଞ୍ଚ ବର୍ଷ ସା‌‌‌ର୍ଜେଟ ଭାବେ କାମ କରି ସାରିଛନ୍ତି। ବର୍ତ୍ତମାନ ସେ ଆଶା ରଖିଛନ୍ତି ଆଡଲ୍ଟ ସିନେମାରେ ତାଙ୍କର ନୂତନ କ୍ୟାରିଅର୍ ରୋମାଞ୍ଚକର ରହିବ। କେଲି ବ୍ରୋଡକାଷ୍ଟ କମ୍ୟୁନିକେସନ୍ ଉପରେ ମଧ୍ୟ ଅଧ୍ୟୟନ କରିଛନ୍ତି । ସେ ଅନୁଭବ କରୁଛନ୍ତି ସେନା ଚାକିରି ଛାଡି କିଛି ଭୁଲ କରିନାହାଁନ୍ତି।

କେଲି କହିଛନ୍ତି, 'କ୍ୟାମେରା ସାମ୍ନାକୁ ଆସିବାରେ ମୋର ଅନେକ ଅଭିଜ୍ଞତା ଅଛି, ତେଣୁ ଆଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଯିବା ପାଇଁ ମୋତେ ଏକ ଯୁକ୍ତିଯୁକ୍ତ ନିଷ୍ପତ୍ତି ଲାଗିଲା। ମୁଁ ସବୁବେଳେ ଏହି ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହୁଁଥିଲି । ମୁଁ ଜାଣିଥିଲି ଯେ ଏହା ହେଉଛି ଏଭଳି ଏକ କ୍ଷେତ୍ର ଯେଉଁଠାରେ ମୁଁ କିଛି ଅଲଗା କରିପାରିବି। ବର୍ତ୍ତମାନ ଯେହେତୁ ମୁଁ ଏହି କ୍ଷେତ୍ରର ଏକ ଅଂଶ ହୋଇସାରିଛି, ମୁଁ କ’ଣ କରିପାରେ ତାହା ମୁଁ ସମସ୍ତଙ୍କୁ ଦେଖାଇ ପାରିବି।’

ଏଥିସହିତ କେଲି କହିଛନ୍ତି, ‘ମୁଁ ପିଲାଦିନରୁ ଅନୁଶାସନରେ ରହିଛି। ଆମ ପରିବାରର ସେନାରେ ଯୋଗଦେବାର ଇତିହାସ ଅଛି, ତେଣୁ ମୁଁ ମଧ୍ୟ ସେନାରେ ଯୋଗ ଦେଇଥିଲି। କିନ୍ତୁ ଆରମ୍ଭରୁ ମୁଁ କିଛି ଅଲଗା କରିବାକୁ ଚାହୁଁଥିଲି । ବର୍ତ୍ତମାନ ମୁଁ ସେହି ଇଚ୍ଛା ପୂରଣ ଦିଗରେ ଏକ ପଦକ୍ଷେପ ନେଇଛି ଏବଂ ମୁଁ ଏଥିପାଇଁ ବହୁତ ଖୁସି ଅଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe