ନୂଆଦିଲ୍ଲୀ: ଭାରତ ପାଇଁ ସବୁଠାରୁ ଗର୍ବର ଦିନ ଥିଲା ମାର୍ଚ୍ଚ ୧୩ ତାରିଖ। ଏହିଦିନ ସିନେମା ‘ଆରଆରଆର’ର ଗୀତ ‘ନାଟୁ ନାଟୁ’କୁ ଓସ୍କାର ପୁରସ୍କାରେ ସମ୍ମାନିତ କରାଯାଇଥିଲା।
ସମଗ୍ର ଦୁନିଆରେ ‘ନାଟୁ ନାଟୁ’ ଗୀତର କ୍ରେଜ ଜୋରସୋର ଥିବା ଦେଖିବାକୁ ମିଳିଛି। ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଆମେରିକାର ପୁଲିସ ‘ନାଟୁ ନାଟୁ’ ଗୀତରେ ନାଚୁଥିବା ଦେଖିବାକୁ ମିଳୁଛି।
ଟୁଇଟରରେ nenavath Jagan ନାମକ ହ୍ୟାଣ୍ଡେଲରୁ ଏହି ମଜାଳିଆ ଭିଡିଓ ସେୟାର କରାଯାଇଛି। ଏହି ଭିଡିଓଟି ଆମେରିକାର ରହିଛି। ଏଠାରେ ହୋଲି ପାର୍ଟିର ଆୟାଜନ କରାଯାଇଥିଲା। ଏହି ହୋଲି ପାର୍ଟିରେ ପୁଲିସ ଓସ୍କାର ବିଜୟୀ ‘ନାଟୁ ନାଟୁ’ ଗୀତରେ ଝୁମିଥିବା ଦେଖିବାକୁ ମିଳୁଛି।
ଭିଡିଓରେ ଦୁଇଜଣ ପୁଲିସ ଅଧିକାରୀଙ୍କୁ ଦେଖିବାକୁ ମିଳୁଛନ୍ତି । ଯେଉଁଥିରେ ତାଙ୍କ ମଝିରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତି ଦୁଇ ପୁଲିସ ଅଧିକାରୀଙ୍କୁ ‘ନାଟୁ ନାଟୁ’ ଗୀତର ଷ୍ଟେପ ଶିଖାଉଥିବା ଦେଖିବାକୁ ମିଳୁଛି। ତିନିଜଣ ମିଶି ଜୁନିୟର ଏନଟିଆର ଓ ରାମଚରଣଙ୍କ ଷ୍ଟେପକୁ ନକଲ କରୁଥିବା ଭିଡିଓରେ ନଜରକୁ ଆସିଛି।
Follow Us