୪୦ ଟଙ୍କାର ଇନ୍ଧନ ଖର୍ଚ୍ଚରେ ସ୍କୁଟର ଚାଲିବ ୧୦୦ କିଲୋମିଟର !

Advertisment

କେବଳ ୪ଘଣ୍ଟା ସମୟ ଦେଇ ଏକ କିଟ୍‌କୁ ଫିଟ୍‌ କରନ୍ତୁ ଓ ମାଇଲେଜ୍‌ ବଢ଼ାନ୍ତୁ

କେବଳ ୪ଘଣ୍ଟା ସମୟ ଦେଇ ଏକ କିଟ୍‌କୁ ଫିଟ୍‌ କରନ୍ତୁ ଓ ମାଇଲେଜ୍‌ ବଢ଼ାନ୍ତୁ

୪୦ ଟଙ୍କାର ଇନ୍ଧନ ଖର୍ଚ୍ଚରେ ସ୍କୁଟର ଚାଲିବ ୧୦୦ କିଲୋମିଟର !

ଆପଣ ଭାବି ଆଶ୍ଚର୍ଯ୍ୟ ହେଉଥିବେ କି ଏକ ଲିଟର ପେଟ୍ରୋଲରେ ୫୦ ରୁ ୫୫ କିମି ମାଇଲେଜ୍‌ ଦେଉଥିବା ସ୍କୁଟର କେମିତି ୧୦୦ କିମି ମାଇଲେଜ୍‌ ଦେଇପାରିବ ! ଏଥିପାଇଁ ଆପଣଙ୍କୁ ପେଟ୍ରୋଲ ବଦଳରେ ଇନ୍ଧନ ଭାବେ ସିଏନ୍‌ଜି ବ୍ୟବହାର କରିବାକୁ ପଡ଼ିବ। ୧ କେଜି ସିଏନ୍‌ଜିର ମୂଲ୍ୟ ମାତ୍ର ୪୦ ଟଙ୍କା ହୋଇଥାଏ ଓ ୧ କେଜି ସିଏନଜିରେ ଆପଣଙ୍କ ସ୍କୁଟର ( ହୋଣ୍ଡା ଆକ୍ଟିଭା/ ସୁଜୁକି ଆକସେସ୍‌) କୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ମଧ୍ୟ ଚଳାଇ ପାରିବେ।

ଲୋଭାଟୋ ନାମକ ଏକ କମ୍ପାନି ଦିଲ୍ଲୀରେ ଏହି କିଟ୍‌ ପ୍ରସ୍ତୁତ କରିଛି, ଏହି କିଟ୍‌ ମାଇଲେଜ୍‌ ବଢ଼ାଇବ। କମ୍ପାନି କହିବା ଅନୁସାରେ ଏଥିଲାଗି ସ୍କୁଟରରେ ସିଏନ୍‌ଜି କିଟ୍‌ ଲଗାଇବାକୁ ପଡ଼ିବ। ଫଳରେ ୪୦ ଟଙ୍କା ଖର୍ଚ୍ଚରେ ଓ ୧୦୦ କିଲୋମିଟର ଯାଇହେବ। ମାଇଲେଜ ଅଧିକ ହେଉଥିବାରୁ ସିଏନ୍‌ଜି କିଟ୍‌ ଫିଟ୍‌ କରିବାକୁ ଖର୍ଚ୍ଚ ଯେତିକି ହେବ ତାହା ବର୍ଷେ ମଧ୍ୟରେ ବାହାରିଯିବ। ଏହାର ଏକ ଭିନ୍ନ ଦିଗ ମଧ୍ୟ ଅଛି, ଯେମିତି କି – ସିଏନ୍‌ଜି ସବୁ ଯାଗାରେ ଉପଲବ୍ଧ ନାହିଁ। ସିଏନ୍‌ଜିରେ ଗାଡ଼ି ଚଳାଇବା ପରେ ପିକ୍‌ଅପ୍‌ କମିଯାଏ ଓ ଉଠାଣି ରାସ୍ତାରେ ଗାଡ଼ି ଇଞ୍ଜିନ୍‌କୁ ଲୋଡ୍‌ ପଡ଼ିଥାଏ।

publive-image publive-image

ଏହି କିଟ୍‌ ଲଗାଇଲେ ଆପଣଙ୍କ ସ୍କୁଟର ୧ କିଲୋ ସିଏନଜିରେ ୧୦୦ କିମି ମାଇଲେଜ୍‌ ଦେବ।

publive-image

୪୦ ଟଙ୍କା ଖର୍ଚ୍ଚ କରି ଏହି ସୁବିଧା ପାଇ ପାରିବେ।

publive-image

ସ୍କୁଟର୍‌ରେ ଆରାମରେ ଫିଟ୍‌ ହୋଇଯିବ ସିଏନ୍‌ଜି କିଟ୍‌।

publive-image

ଲୋଭାଟୋ କମ୍ପାନି ସ୍କୁଟରରେ ସିଏନ୍‌ଜି କିଟ୍‌ ଲଗାଇଥାଏ।

publive-image

କିଟ୍‌ ଲଗାଇବାର ଖର୍ଚ୍ଚ ପ୍ରାୟ ୧୫ ହଜାର ଟଙ୍କା।

publive-image

କିଟ୍‌ ଇନ୍‌ଷ୍ଟଲ୍‌ କରିବା ପାଇଁ ୪ ଘଣ୍ଟା ସମୟ ଲାଗିଥାଏ।

publive-image

ସିଏନ୍‌ଜି ଓ ପେଟ୍ରୋଲ ଉଭୟରେ ଚାଲିବ ଆପଣଙ୍କ ସ୍କୁଟର।

publive-image

ସ୍କୁଟରରେ ୧.୨ କେଜି କ୍ଷମତା ଥିବା ସିଲିଣ୍ଡର ଫିଟ୍‌ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe